Advertisment

ସେପ୍ଟେମ୍ୱର ୨୭ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ

ଗାଁରୁ ସହର ସବୁଠି ଶାସକ ବିଜେପି ବିରୋଧରେ ପ୍ରଚାର କରିବେ ଚାଷୀ ସଂଗଠନ,

ଅଦ୍ୟତନ ହୋଇଛି
ସେପ୍ଟେମ୍ୱର ୨୭ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ

UP-Farmer-Strike

Advertisment

ଲକ୍ଷ୍ନୌ: ଆଗକୁ ୟୁପିରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ରବିବାର ୟୁପି ମୁଜାଫରନଗରରେ ବିଭିନ୍ନ ଚାଷୀ ସଂଗଠନର ନେତା ଏକାଠି ହୋଇ ଚାଷୀ ମହାପଞ୍ଚାୟତ କରିଛନ୍ତି। ଏହି ସମାବେଶ ଜରିଆରେ ଶାସକ ଦଳ ବିଜେପିକୁ ଆଗାମୀ ଦିନରେ ଘେରିବା ପାଇଁ ଚାଷୀ ମାନେ ଏକ ବଡ଼ ପ୍ରସ୍ତୁତି କରୁଛନ୍ତି ବୋଲି ଚେତାବନୀ ଦେଇଛନ୍ତି। ଏହି ପ୍ରସ୍ତୁତିର ଉଦ୍ଦେଶ୍ୟ ହେଉଛି ଶାସକ ଦଳ ବିଜେପିର ଭୋଟ୍ ବ୍ୟାଙ୍କ କିଭଳି ପ୍ରଭାବିତ ହେବ। ଅନ୍ୟପଟେ ସେପ୍ଟେମ୍ୱର ୨୭ରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ। ଏହି ଦିନ ସାରା ଦେଶରେ ଟ୍ରେନ ଏବଂ ବସ ଯାତ୍ରା ବନ୍ଦ ରହିବ ବୋଲି ଚାଷୀ ନେତା କହିଛନ୍ତି।

Advertisment

ଭାରତ କିଷାନ ୟୁନିଅନର ନେତା ରାକେଶ ଟିକାୟତ, ନରେଶ ଟିକାୟତ, ୟୁନାଇଟେଡ କିଷାନ ମୋର୍ଚ୍ଚାର ନେତା ଯୋଗେନ୍ଦ୍ର ଯାଦବଙ୍କ ସମେତ ବହୁ ନେତା ଏକାଠି ହୋଇଥିଲେ। ଆଗାମୀ ଦିନରେ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଅନ୍ୟାନ୍ୟ ନିର୍ବାଚନରେ ​​ବିଜେପି ବିରୋଧରେ ଏହି ସଂଗଠନ ରାଲି କରିବ ବୋଲି ସ୍ପଷ୍ଟ କରିଛନ୍ତି।

କୃଷି ଆଇନ ତଥା ସେମାନଙ୍କର ସମସ୍ତ ଦାବି ପୂରଣ କରିବାକୁ ଆଗାମୀ ଦିନରେ ୟୁପିର ସମସ୍ତ ଜିଲ୍ଲାରେ ବିଜେପି ବିରୋଧରେ ସଂଗଠନ ତିଆରି କରି ମଜବୁତ କରାଇବେ। ଚାଷୀ ନେତା ନରେଶ ଟିକାୟତ କହିଛନ୍ତି ଯେ ଚାଷୀ ଆନ୍ଦୋଳନର ଝଲକ ଆଜି ମୁଜାଫରନଗରରେ ଦେଖିବାକୁ ମିଳିଛି। ଏଠାରେ ପାଦ ରଖିବା ପାଇଁ ସ୍ଥାନ ନାହିଁ ବୋଲି ସେ କହିଛନ୍ତି।

Advertisment

ସେ କହିଛନ୍ତି ୨୦୧୩ରେ ଆମ ସହିତ ବିଜେପି ବିଶ୍ୱାସଘାତକତା କରିଥିଲା। ହିନ୍ଦୁ ଓ ମୁସଲମାନ ମଧ୍ୟରେ ବିଜେପି ଦଙ୍ଗା କରାଏ କିନ୍ତୁ ଏବେ ଆମେ ସମସ୍ତେ ଏକାଠି ଅଛୁ। ଏହି ମୁଜାଫରନଗର ସମସ୍ତଙ୍କୁ ଭଲ ପାଇବା ଶିଖାଏ। ଆଗାମୀ ଦିନରେ ଆମେ ସମସ୍ତେ ଏକାଠି ହୋଇ ଶାସକ ଦଳ ବିଜେପିକୁ ଘେରିବୁ ବୋଲି ନରେଶ କହିଛନ୍ତି।

ସେହିପରି ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି, ମୁଜାଫରନଗରରୁ ମିଶନ ୟୁପି ଆରମ୍ଭ ହୋଇଛି। କିଷାନ ମହାପଞ୍ଚାୟତ ସଫଳ ହୋଇଛି। ଆମେ ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ଗାଁରେ ବିଜେପି ବିରୋଧରେ ପ୍ରଚାର କରିବୁ। ବନାରସ, ଲକ୍ଷ୍ନୌ, ଗୋରଖପୁରରେ ମଧ୍ୟ ବିଜେପି ବିରୋଧରେ ପ୍ରଚାର କରିବୁ। ପ୍ରତ୍ୟେକ ଜିଲ୍ଲାରେ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର ସଂଗଠନ ଗଠନ ହେବ। ମୁଁ ଶପଥ ନେଇଛି ଯେ ତିନି କୃଷି ଆଇନ ରଦ୍ଦ ନହେବା ପର୍ଯ୍ୟନ୍ତ ମୁଁ ମୋ ଘରକୁ ଯିବି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe