Advertisment

ଯନ୍ତରମନ୍ତରରେ ‘କିଷାନ ସଂସଦ’ କରିବେ ଚାଷୀ, ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ଦିଲ୍ଲୀର ଯନ୍ତରମନ୍ତରରେ ‘କିଷାନ ସଂସଦ’ ବା ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିପାଇଁ ଆଜି ଦିଲ୍ଲୀର କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲ ସରକାର ଅନୁମତି ଦେଇଛନ୍ତି। ଆସନ୍ତାକାଲିଠାରୁ କୋଭିଡ ପ୍ରୋଟକଲ ଅନୁଯାୟୀ ଚାଷୀମାନେ ଯନ୍ତରମନ୍ତରରେ ବିକ୍ଷୋଭ କରିବେ। ଦିଲ୍ଲୀ ପୁଲିସ୍‌ ମଧ୍ୟ ଚାଷୀଙ୍କ କିଷାନ ସଂସଦକୁ ଗ୍ରୀନ ସିଗ୍ନାଲ ଦେଇଛି। ଜାନୁଆରୀ ୨୬ ବେଳେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ଘଟଣାର ଯେମିତି ପୁନରାବୃତ୍ତି ନ ହେବ, ସେଥିପାଇଁ ସବୁ ପ୍ରକାରର […]

ଯନ୍ତରମନ୍ତରରେ ‘କିଷାନ ସଂସଦ’ କରିବେ ଚାଷୀ, ସରକାର ଦେଲେ ଅନୁମତି

Farmer

Advertisment

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ଦିଲ୍ଲୀର ଯନ୍ତରମନ୍ତରରେ ‘କିଷାନ ସଂସଦ’ ବା ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିପାଇଁ ଆଜି ଦିଲ୍ଲୀର କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲ ସରକାର ଅନୁମତି ଦେଇଛନ୍ତି। ଆସନ୍ତାକାଲିଠାରୁ କୋଭିଡ ପ୍ରୋଟକଲ ଅନୁଯାୟୀ ଚାଷୀମାନେ ଯନ୍ତରମନ୍ତରରେ ବିକ୍ଷୋଭ କରିବେ।

Advertisment

ଦିଲ୍ଲୀ ପୁଲିସ୍‌ ମଧ୍ୟ ଚାଷୀଙ୍କ କିଷାନ ସଂସଦକୁ ଗ୍ରୀନ ସିଗ୍ନାଲ ଦେଇଛି। ଜାନୁଆରୀ ୨୬ ବେଳେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ଘଟଣାର ଯେମିତି ପୁନରାବୃତ୍ତି ନ ହେବ, ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ ପୁଲିସ୍‌ ପକ୍ଷରୁ କରାଯାଇଛି।

ଚାଷୀମାନେ ଦିଲ୍ଲୀର ସିଙ୍ଘୁ ସୀମାରୁ ଦୈନିକ ୨୦୦ ଜଣିଆ ଗ୍ରୁପ୍‌ରେ ସଂସଦ ଅଭିମୁଖେ ଯିବାକୁ ଯୋଜନା କରିଛନ୍ତି। ଏହି ସମୟରେ ପୁଲିସ୍‌ ସେମାନଙ୍କୁ ଏସ୍କର୍ଟ ଯୋଗାଇ ଦେବ। ଚାଷୀଙ୍କୁ ଆନ୍ଦୋଳନ ପାଇଁ ଅନୁମତି ଦେବା ପାଇଁ ଦିଲ୍ଲୀ ସରକାର ଡିଡିଏମଇ ଆଇନ ଜରିଆରେ ଜାରି କରିଥିବା ନିର୍ଦ୍ଦେଶନାମାରେ କିଛି ପରିବର୍ତ୍ତନ କରିଛନ୍ତି। କାରଣ ଡିଡିଏମଇ ଆଇନରେ କୌଣସି ବିକ୍ଷୋଭ ଓ ଶୋଭାଯାତ୍ରାକୁ ପୂର୍ବରୁ ଅନୁମତି ମିଳୁ ନଥିଲା। କିନ୍ତୁ ଏବେ ଏଥିପାଇଁ ଅନୁମତି ମିଳିଛି।

Advertisment

ସୂଚନାଯୋଗ୍ୟ, ୨୦୨୦ ନଭେମ୍ବର ମାସରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଗଠନ ହୋଇଥିଲା। ଏହି ଚାଷୀ ସଂଗଠନ ଅଧୀନରେ ହଜାର ହଜାର ଚାଷୀ କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନ ବିରୋଧରେ ଦୀର୍ଘ ମାସ ହେଲାଣି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଏବେ ସଂସଦର ମୌସୁମୀ ଅଧିବେଶନ ଚାଲିଥିବାରୁ ନିଜର ଦାବିକୁ ଅଧିକ ଶାଣିତ କରିବା ପାଇଁ ସେମାନେ କିଷନ ସଂସଦ ନାଁରେ ବିକ୍ଷୋଭ ସଭା କରିବାକୁ ଯୋଜନା କରିଛନ୍ତି।

ଏହା ଅଗଷ୍ଟ ୧୩ ଯାଏ ଚାଲିବ। କିଷାନ ସଂସଦ ପୂରା ଦେଶର ସଂସଦରେ ହେଉଥିବା କାର୍ଯ୍ୟ ଭଳି ଚାଲିବ। କିଷାନ ସଂସଦରେ ଜଣେ ବାଚସ୍ପତି ଓ ଜଣେ ଉପ ବାଚସ୍ପତି ରହିବେ। ଚା’ ବିରତି ହେବ। ପୁଲିସ୍‌ ଯଦି ସେମାନଙ୍କୁ ଅଟକାଇବ, ତା’ହେଲେ ସେମାନେ ବିନା କୌଣସି ବାଧାରେ ନିଜକୁ ପୁଲିସ୍‌ ହାତରେ ଗିରଫ କରାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe