Advertisment

୬୦ ଟ୍ରାକ୍ଟର ରାଲି କରିବେ ଚାଷୀ, ବିଭିନ୍ନ ଦେଶରେ ବି ବାହାରିବ ଶୋଭାଯାତ୍ରା

ନୂଆଦିଲ୍ଲୀ: କୃଷି ଆଇନକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇ ସାରିଥିଲେ ମଧ୍ୟ ଆନ୍ଦୋଳନରତ ଚାଷୀଙ୍କୁ ଏହା ସନ୍ତୁଷ୍ଟ କରିପାରିନି। ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସେମାନଙ୍କର ଅନ୍ୟ ଦାବି ଗୁଡ଼ିକୁ ପୂରଣ କରି ନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ ହେବନି ବୋଲି ଚାଷୀମାନେ ସ୍ପଷ୍ଟ କରିଛନ୍ତି। ଏସବୁ ଭିତରେ ଶତାଧିକ ଚାଷୀ ସଂସଦର ଶୀତ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ଦିଲ୍ଲୀରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିବେ। ଏପରି କି ଶୀତ […]

ଅଦ୍ୟତନ ହୋଇଛି
୬୦ ଟ୍ରାକ୍ଟର ରାଲି କରିବେ ଚାଷୀ, ବିଭିନ୍ନ ଦେଶରେ ବି ବାହାରିବ ଶୋଭାଯାତ୍ରା

Tractor

Advertisment

ନୂଆଦିଲ୍ଲୀ: କୃଷି ଆଇନକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇ ସାରିଥିଲେ ମଧ୍ୟ ଆନ୍ଦୋଳନରତ ଚାଷୀଙ୍କୁ ଏହା ସନ୍ତୁଷ୍ଟ କରିପାରିନି। ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସେମାନଙ୍କର ଅନ୍ୟ ଦାବି ଗୁଡ଼ିକୁ ପୂରଣ କରି ନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ ହେବନି ବୋଲି ଚାଷୀମାନେ ସ୍ପଷ୍ଟ କରିଛନ୍ତି।

Advertisment

ଏସବୁ ଭିତରେ ଶତାଧିକ ଚାଷୀ ସଂସଦର ଶୀତ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ଦିଲ୍ଲୀରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିବେ। ଏପରି କି ଶୀତ ଅଧିବେଶନର ପ୍ରଥମ ଦିନରେ ୬୦ଟି ଟ୍ରାକ୍ଟର ସହ ଚାଷୀମାନେ ସଂସଦ ଅଭିମୁଖେ ଯାତ୍ରା କରିବେ ବୋଲି ମଧ୍ୟ କହିଛନ୍ତି। ସେହିପରି ଚାଷୀଙ୍କ ସମର୍ଥନରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଶୋଭାଯାତ୍ରା ଆୟୋଜନ କରାଯିବ।

ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍‌ପି) ଉପରେ ଆଇନଗତ ମାନ୍ୟତା ଦାବିକୁ କାର୍ଯ୍ୟକାରୀ କରିବାକୁ ଆମେ ସରକାରଙ୍କ ଉପରେ ଚାପ ପକାଇବୁ। ଏଥିପାଇଁ ଶୀତ ଅଧିବେଶନର ପ୍ରଥମ ଦିନରେ ୬୦ଟି ଟ୍ରାକ୍ଟର ଦ୍ୱାରା ଶୋଭାଯାତ୍ରା କରାଯିବ। ୨୯ ନଭେମ୍ବରରେ ଟ୍ରାକ୍ଟର ରାଲି ସଂସଦ ଅଭିମୁଖେ ଯିବ।

Advertisment

ସରକାର ଦାବି ପୂରଣ ନ କରିବା ଯାଏ ଏପରି ଆନ୍ଦୋଳନ ଜାରି ରହିବ। ଆମେ ରାସ୍ତା ବନ୍ଦ କରି ରଖିଥିବା ଅଭିଯୋଗ ସରକାର କରିଥିଲେ। କିନ୍ତୁ ଆମେ ଏପରି କାମ କରି ନଥିଲୁ ବୋଲି ସେ କହିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ମଧ୍ୟ ଟ୍ରାକ୍ଟର ରାଲି ପାଇଁ ପ୍ରସ୍ତୁତି ଚାଲିଥିବା କହିଛି।

ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ୨୬ ତାରିଖରେ ଆନ୍ଦୋଳନକୁ ବର୍ଷେ ପୂରିବ। ତେଣୁ ଦିଲ୍ଲୀର ଆନ୍ଦୋଳନ ସ୍ଥଳରେ ହଜାର ହଜାର ସଂଖ୍ୟକ ଚାଷୀ ଟ୍ରାକ୍ଟର ଓ ବଳଦ ଗାଡ଼ି ସହ ପହଞ୍ଚିବେ। କୃଷି ଆଇନ ପ୍ରତ୍ୟାହାର ହେବାକୁ ଯାଉଥିବାରୁ ଚାଷୀମାନେ ବିଜୟ ଉତ୍ସବ ପାଳିବେ। କିନ୍ତୁ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା, ବିଦ୍ୟୁତ ବିଲ୍‌ ୨୦୨୦ର ଉଚ୍ଛେଦ ଓ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ୭୫୦ ଜଣ ଚାଷୀଙ୍କୁ କ୍ଷତିପୂରଣ ନ ମଳିବା ଯାଏ ଚାଷୀଙ୍କ ସଂଘର୍ଷ ବନ୍ଦ ହେବନି ବୋଲି ମୋର୍ଚ୍ଚା ସ୍ପଷ୍ଟ କରିଛି।

ଅନ୍ୟପକ୍ଷରେ କେବଳ ଭାରତରେ ନୁହେଁ, ଚାଷୀଙ୍କ ସମର୍ଥନରେ ବିଶ୍ୱର ବିଭିନ୍ନ ସ୍ଥାନରେ ମଧ୍ୟ ୨୬ ତାରିଖରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ୨୬ ନଭେମ୍ବର ଦିନ ୧୨ଟାରୁ ୨ଟା ମଧ୍ୟରେ ଲଣ୍ଡନରେ, ୩୦ ତାରିଖ ପ୍ୟାରିସରେ ଓ ଡିସେମ୍ବର ୪ ତାରିଖରେ ଆମେରିକାର କାର୍ଲିଫର୍ଣ୍ଣିଆରେ ଗୋଟିଏ କାର୍‌ ରାଲିର ଆୟୋଜନ କରାଯିବ। ଏହାବାଦ କାନଡା ଓ ନେଦରଲ୍ୟାଣ୍ଡ୍ସରେ ମଧ୍ୟ ଭାରତୀୟ ଚାଷୀଙ୍କ ସମର୍ଥନରେ ଶୋଭାଯାତ୍ରା ଅନୁଷ୍ଠିତ ହେବ।

Farmer Protest New Farmer Bill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe