Advertisment

ମୃତ ଆତଙ୍କବାଦୀର ବାପା ଉଡ଼ାଇଲେ ତ୍ରିରଙ୍ଗା, ଗାଇଲେ ଜାତୀୟ ସଙ୍ଗୀତ

ଶ୍ରୀନଗର: ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ମୃତ ସଦସ୍ୟ ବୁରହାନ ବାନିର ବାପା ଉଡାଇଲେ ତ୍ରିରଙ୍ଗା, ଗାଇଲେ ଜାତୀୟ ସଙ୍ଗୀତ। ସ୍ୱାଧୀନତା ଦିବସ ଅବସରରେ ଜମ୍ମୁ କଶ୍ମୀରରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି। ପୁଲଓ୍ୱାମା ଜିଲ୍ଲାର ସରକାରୀ ବାଳିକା ବିଦ୍ୟାଳୟରେ ମୁଜାଫର ବାନୀ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉଡାଇଛନ୍ତି। ୨୦୧୬ରେ ସୁରକ୍ଷା କର୍ମୀଙ୍କ ଗୁଳିରେ ମୁଜାଫରଙ୍କ ଆତଙ୍କବାଦୀ ପୁଅ ବୁରହାନି ବାନୀର ମୃତ୍ୟୁ ଘଟିଥିଲା। ରିପୋର୍ଟ ଅନୁଯାୟୀ ବୁରହାନ ବାନୀର ବାପା ମୁଜାଫର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମୃତ ଆତଙ୍କବାଦୀର ବାପା ଉଡ଼ାଇଲେ ତ୍ରିରଙ୍ଗା, ଗାଇଲେ ଜାତୀୟ ସଙ୍ଗୀତ

burhan-bani

ଶ୍ରୀନଗର: ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ମୃତ ସଦସ୍ୟ ବୁରହାନ ବାନିର ବାପା ଉଡାଇଲେ ତ୍ରିରଙ୍ଗା, ଗାଇଲେ ଜାତୀୟ ସଙ୍ଗୀତ। ସ୍ୱାଧୀନତା ଦିବସ ଅବସରରେ ଜମ୍ମୁ କଶ୍ମୀରରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି। ପୁଲଓ୍ୱାମା ଜିଲ୍ଲାର ସରକାରୀ ବାଳିକା ବିଦ୍ୟାଳୟରେ ମୁଜାଫର ବାନୀ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉଡାଇଛନ୍ତି। ୨୦୧୬ରେ ସୁରକ୍ଷା କର୍ମୀଙ୍କ ଗୁଳିରେ ମୁଜାଫରଙ୍କ ଆତଙ୍କବାଦୀ ପୁଅ ବୁରହାନି ବାନୀର ମୃତ୍ୟୁ ଘଟିଥିଲା।

Advertisment

ରିପୋର୍ଟ ଅନୁଯାୟୀ ବୁରହାନ ବାନୀର ବାପା ମୁଜାଫର ବାନୀ ପେଶାରେ ଜଣେ ଶିକ୍ଷକ। ତେଣୁ ସେ ସରକାରୀ ସ୍କୁଲରେ ପତାକା ଉଡାଇଛନ୍ତି। ସାରା ଦେଶ ସ୍ୱାଧୀନତାର ଅମୃତ ଉତ୍ସବ ଅବସ ପାଳନ କରୁଛି। ଜମ୍ମୁ କଶ୍ମୀରର ସମସ୍ତ ସରକାରୀ ସ୍କୁଲ ଏବଂ ବିଭାଗକୁ ଏହି ଉତ୍ସବ ପାଳନ ହେଉଛି ବୋଲି ସୁନିଶ୍ଚିତ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ତେଣୁ ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତ ସରକାରୀ ସ୍କୁଲ ଏବଂ ସରକାରୀ ଅଫିସରେ ଆଜି ଜାତୀୟ ପତାକା ଉଡାଯାଇଛି।

ସୂଚନାଯୋଗ୍ୟ, ଆତଙ୍କବାଦୀ ସଂଗଠନ ହିଜବୁଲର କମାଣ୍ଡର ଥିଲା ବୁରହାନ ବାନୀ। ଜୁଲାଇ ୮, ୨୦୧୬ରେ ସୁରକ୍ଷା ବାହିନୀ ଗୁଳିର ଶିକାର ହୋଇଥିଲା। ଆତଙ୍କବାଦୀ ବୁରହାନ ହିଜବୁଲରେ ମାତ୍ର ୧୫ ବର୍ଷ ବୟସରେ ଯୋଗ ଦେଇଥିଲା। ଯେତେବେଳେ ବୁରହାନ ବାନୀର ମୃତ୍ୟୁ ହୋଇଥିଲା ସେତେବେଳେ ଜମ୍ମୁ କଶ୍ମୀରରେ ଅଶାନ୍ତି ଦେଖିବାକୁ ମିଳିଥିଲା। ପ୍ରାୟ ପାଞ୍ଚ ମାସ ଧରି କଶ୍ମୀର ଅଶାନ୍ତ ରହିଥିଲା ​​ଯେଉଁଥିରେ ଶହେରୁ ଅଧିକ ସାଧାରଣ ନାଗରିକ ଏବଂ ଯବାନ ପ୍ରାଣ ହରାଇଥିଲେ। ହଜାର ହଜାର ଲୋକ ଆହତ ହୋଇଥିଲେ।

Advertisment