Advertisment

ଏଣିିକି ଷ୍ଟେସନ ଓ ଟ୍ରେନ୍‌ରେ ନାକ ତଳକୁ ଖସିଲେ ଫାଇନ୍‌

ନୂଆଦିଲ୍ଲୀ: ମାସ୍କ ପିନ୍ଧୁନଥିବ ବ୍ୟକ୍ତି ସାବଧନ। ଏଣିକି ରେଲୱେ ଷ୍ଟେସନ ଓ ଟ୍ରେନ୍‌ରେ ମାସ୍କ ନ ପିନ୍ଧିଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ। ଷ୍ଟେସନ ପରିସରରେ ତଥା ଟ୍ରନ୍‌ରେ ଯାତ୍ରା କରିବା ସମୟରେ ଯଦି ମାସ୍କ ପିନ୍ଧିନଥିବେ କିମ୍ବା ଏହାକୁ ସଠିକ ରୂପେ ମୁହଁରେ ଘୋଡାଇ ନ ରଖିଥିବେ ତେବେ ୫୦୦ ଟଙ୍କା ଫାଇନ୍‌ ଗଣିବାକୁ ପଡିବ। କରୋନା ମହାମାରୀକୁ ଦୃଷ୍ଟି ରଖି ରେଳ ମନ୍ତ୍ରାଳୟ ଏଭଳି ବଡ ନିଷ୍ପତ୍ତି ନେଇଛି। ରେଳ ମନ୍ତ୍ରାଳୟର ସବୁ […]

ଏଣିିକି ଷ୍ଟେସନ ଓ ଟ୍ରେନ୍‌ରେ ନାକ ତଳକୁ ଖସିଲେ ଫାଇନ୍‌

fine on not wearing mask in trains

Advertisment

ନୂଆଦିଲ୍ଲୀ: ମାସ୍କ ପିନ୍ଧୁନଥିବ ବ୍ୟକ୍ତି ସାବଧନ। ଏଣିକି ରେଲୱେ ଷ୍ଟେସନ ଓ ଟ୍ରେନ୍‌ରେ ମାସ୍କ ନ ପିନ୍ଧିଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ। ଷ୍ଟେସନ ପରିସରରେ ତଥା ଟ୍ରନ୍‌ରେ ଯାତ୍ରା କରିବା ସମୟରେ ଯଦି ମାସ୍କ ପିନ୍ଧିନଥିବେ କିମ୍ବା ଏହାକୁ ସଠିକ ରୂପେ ମୁହଁରେ ଘୋଡାଇ ନ ରଖିଥିବେ ତେବେ ୫୦୦ ଟଙ୍କା ଫାଇନ୍‌ ଗଣିବାକୁ ପଡିବ। କରୋନା ମହାମାରୀକୁ ଦୃଷ୍ଟି ରଖି ରେଳ ମନ୍ତ୍ରାଳୟ ଏଭଳି ବଡ ନିଷ୍ପତ୍ତି ନେଇଛି।

Advertisment

ରେଳ ମନ୍ତ୍ରାଳୟର ସବୁ ଜୋନ୍‌କୁ ଏହି ନିର୍ଦ୍ଦେଶ ଜାରି ହୋଇଛି। ନିର୍ଦ୍ଦେଶ ମୁତାବକ,ସମସ୍ତ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ପ୍ରବେଶ ସମୟରେ ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ସଠିକ୍‌ ରୂପେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। କେବଳ ଏତିକି ନୁହେଁ, ରେଳବାଇ ପରିଷ୍କାର ପରିଚ୍ଛନ୍ନତାର ସହ ଯାତ୍ରୀ କିମ୍ବା ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଛେପ ପକାଇବାକୁ ମଧ୍ୟ ବାରଣ କରିଛି।  ଯେଉଁମାନେ  ଛେପ ପକାଇବେ ଏବଂ ମାସ୍କ ପିନ୍ଧି ନଥିବେ ସେମାନଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ରେଳ ମନ୍ତ୍ରଣାଳୟ କହିଛି।

ଦେଶରେ ଉଗ୍ର ହୋଇଛି କରୋନା ମହାମାରୀ। କରୋନା ସହ ଲଢ଼ିବା ପାଇଁ ସରକାର କୋଭିଡ ପ୍ରଟୋକଲ ତିଆରି କରିଛନ୍ତି। କିନ୍ତୁ ଅନେକ ଏହାକୁ ପାଳନ କରୁନାହାନ୍ତି। ଏହି କାରଣ ଯୋଗୁଁ ଲଗାତର ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୬ ମାସ ପାଇଁ ରେଳବାଇ ଏହି ନିର୍ଦ୍ଦେଶ ଜାରି କରିଛି।

Advertisment
Mask
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe