Advertisment

ଯୁଦ୍ଧ:୨ ଲକ୍ଷ ୟୁକ୍ରେନୀୟ ଦେଶ ଛାଡ଼ିଲେଣି, ରୁଷ ହରାଇଛି ୪,୩୦୦ ସୈନ୍ୟ

ନୂଆଦିଲ୍ଲୀ: ଲଗାତାର ୪ ଦିନଧରି ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଆରପାର ଲଢ଼େଇ ଚାଲିଛି। ତେବେ ଏହି ସଂଘର୍ଷରେ  ରୁଷର ୪୩୦୦ ଜଣ ପୁରୁଷ ସହାୟକ ପ୍ରାଣ ହରାଇଥିବା ୟୁକ୍ରେନ୍‌ ମନ୍ତ୍ରୀ ଦାବି କରିଛନ୍ତି। ଆକ୍ରମଣ ବେଳେ ରୁଷର ୪,୩୦୦ ସୈନ୍ୟଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍‌ର ଉପପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମଲୟର୍‌ ଏହା କହିଛନ୍ତି । ସେ ତାଙ୍କ ଫେସ୍‌ବୁକ  ଆକାଉଣ୍ଟରେ ପୋଷ୍ଟ କରି ଯୁଦ୍ଧରେ ରୁଷର ନଷ୍ଠ ହୋଇଥିବା ସାମରିକ ଉପକରଣ ବାବଦରେ ତଥ୍ୟ ରଖିଛନ୍ତି। […]

author-image
Tapas Behera
ଅଦ୍ୟତନ ହୋଇଛି
ବିଶ୍ୱକୁ ୟୁକ୍ରେନର ଅବଦାନ: ହ୍ୱାଟସଆପରୁ ପେ’ପାଲ

Ukraine

ନୂଆଦିଲ୍ଲୀ: ଲଗାତାର ୪ ଦିନଧରି ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଆରପାର ଲଢ଼େଇ ଚାଲିଛି। ତେବେ ଏହି ସଂଘର୍ଷରେ  ରୁଷର ୪୩୦୦ ଜଣ ପୁରୁଷ ସହାୟକ ପ୍ରାଣ ହରାଇଥିବା ୟୁକ୍ରେନ୍‌ ମନ୍ତ୍ରୀ ଦାବି କରିଛନ୍ତି। ଆକ୍ରମଣ ବେଳେ ରୁଷର ୪,୩୦୦ ସୈନ୍ୟଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍‌ର ଉପପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମଲୟର୍‌ ଏହା କହିଛନ୍ତି । ସେ ତାଙ୍କ ଫେସ୍‌ବୁକ  ଆକାଉଣ୍ଟରେ ପୋଷ୍ଟ କରି ଯୁଦ୍ଧରେ ରୁଷର ନଷ୍ଠ ହୋଇଥିବା ସାମରିକ ଉପକରଣ ବାବଦରେ ତଥ୍ୟ ରଖିଛନ୍ତି। ଲଢ଼େଇ ପାଇଁ ଆସିଥିବା ରୁଷର ୧୪୬ଟି ଯୁଦ୍ଧ ଟ୍ୟାଙ୍କ ନଷ୍ଠ ହୋଇଥିବା ବେଳେ  ୨୭ଟି ଏୟାର କ୍ରାଫ୍ଟ ଏବଂ ୨୬ଟି ହେଲିକପ୍ଟର ନଷ୍ଠ ହୋଇଛି।

Advertisment

ଅନ୍ୟପଟେ  ଆମେରିକାର ରିଫ୍ୟୁଜୀ ଏଜେନ୍ସି କହିଛି ଯେ, ପାଖାପାଖି ୨ ଲକ୍ଷ ୟୁକ୍ରେନୀୟ ଆଶ୍ରୟ ପାଇଁ ପଡ଼ୋଶୀ ଦେଶରେ ପହଞ୍ଚିଛନ୍ତି। ଜୀବନ ବଞ୍ଚାଇବା ପାଇଁ ୟୁକ୍ରେନ୍ ଲୋକ ଦେଶ ଛାଡ଼ୁଛନ୍ତି ବୋଲି ସେ କହିଛନ୍ତି ।  ରିଫ୍ୟୁଜୀଙ୍କ ପାଇଁ ଉର୍ଦ୍ଦିଷ୍ଟ ୟୁଏନ ହାଇକମିଶନର କହିଛନ୍ତି ଯେ, ରୁଷ ସୈନ୍ୟମାନେ ବାରମ୍ବାର ଗତି ପରିବର୍ତ୍ତନ କରୁଛନ୍ତି। ଫଳରେ ୟୁକ୍ରେନୀୟ ନାଗରିକମାନେ ଭୟଭୀତ ହୋଇ ଦେଶ ଛାଡ଼ି ପଳାୟନ କରୁଛନ୍ତି। ଏଜେନ୍ସି କହିଛି ଯେ, ଶନିବାର  ୟୁକ୍ରେନର ୨ ଲକ୍ଷ ନାଗରିକର ନିଜ ଦେଶ ଛାଡ଼ି ପଡ଼ୋଶୀ ପୋଲାଣ୍ଡ, ରୋମାନିଆ ଏବଂ ପୋଲାଣ୍ଡ ସରକାରଙ୍କ ନିକଟରେ ଆଶ୍ରୟ ନେଇଛନ୍ତି । ତେବେ ଗତ ୪୮ ଘଣ୍ଟା ମଧ୍ୟରେ  ପ୍ରାୟ ଳକ୍ଷେ ୟୁକ୍ରେନୀୟ ନାଗରିକ ପୁଲିସ-ୟୁକ୍ରେନୀୟନ ସୀମା ଅତିକ୍ରମ କରି ଥିବା ପୋଲାଣ୍ଡ ସରକାର କହିଛନ୍ତି।  ତେବେ ଏହି ଯୁଦ୍ଧ ଘନଘଟା ମଧ୍ୟରେ ଆଉ କିଛି ଦେଶ ରୁଷ ଉପରେ କଟକଣା ଜାରି କରିଛନ୍ତି।  ଫ୍ରିନଲାଣ୍ଡ ଏବଂ ବେଲଜିୟମ ରୁଷ ପାଇଁ ଆକାଶ ପଥ ବନ୍ଦ କରିଦେଇଛି।

ସେହିପରି ୟୁକ୍ରେନ୍‌ ଆକ୍ରମଣକାରୀ ରୁଷ ବିରୋଧରେ ଅନ୍ତର୍ଜାତୀୟ କୋର୍ଟରେ ଦ୍ୱାରସ୍ତ ହୋଇଛି। ରୁଷ ବିରୋଧରେ ୟୁକ୍ରେନ୍‌ ପକ୍ଷରୁ ଆଇସିଜେରେ ଆବେଦନ କରାଯାଇଛି। ୟୁକ୍ରେନ୍‌ରେ ନରସଂହାର ପାଇଁ ୟୁକ୍ରେନ୍‌କୁ ଦାୟୀ କରାଯାଉ ବୋଲି ୟୁକ୍ରେନ୍‌ ଦାବି କରିଛି। ରୁଷ ତାର ସାମରିକ ଅଭିଯାନ ବନ୍ଦ ପାଇଁ ତୁରନ୍ତ ନର୍ଦ୍ଦେଶ ଦିଆଯାଉ ବୋଲି ୟୁକ୍ରେନ୍‌  ଅନୁରୋଧ କରିଛି। ତେବେ ଏହାର ଶୁଣାଣି ଆସନ୍ତା ସପ୍ତାହରେ ହେବା ନେଇ ଆଶା କରାଯାଉଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଟ୍ୱିଟ୍‌ କରି ଜଣାଇଛନ୍ତି।

Advertisment