Advertisment

ଦିଗବିଜୟଙ୍କ ସମେତ ୧୫୦ ଜଣଙ୍କ ନାଁରେ ମାମଲା ରୁଜୁ

ଭୋପାଲ: ଲଗାତର ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ବିରୋଧରେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଲଗାତର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ମଧ୍ୟପ୍ରଦେଶରେ ବୁଧବାର କଂଗ୍ରେସ ପାର୍ଟି ପକ୍ଷରୁ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ରାଜଧାନୀ ଭୋପାଲରେ ପ୍ରାୟ ୧୫୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ବୁଧବାର ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ କଂଗ୍ରେସର ଆନ୍ଦୋଳନ ପରେ ୧୫୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସରକାରଙ୍କ ଆଦେଶ ଉଲ୍ଲଂଘନ ମାମଲାରେ ଆଇପିସିର ଭିନ୍ନ ଭିନ୍ନ ଧାରାରେ […]

ଅଦ୍ୟତନ ହୋଇଛି
ଉପନିର୍ବାଚନ ବେଳେ ହଟଚମଟ, ଦିଗ୍ ବିଜୟ ସିଂ ଓ ଏସପି ନେତାଙ୍କ ଭିଡିଓ ଭାଇରାଲ

digvijay-singh

Advertisment

ଭୋପାଲ: ଲଗାତର ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ବିରୋଧରେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଲଗାତର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ମଧ୍ୟପ୍ରଦେଶରେ ବୁଧବାର କଂଗ୍ରେସ ପାର୍ଟି ପକ୍ଷରୁ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ରାଜଧାନୀ ଭୋପାଲରେ ପ୍ରାୟ ୧୫୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

Advertisment

ବୁଧବାର ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ କଂଗ୍ରେସର ଆନ୍ଦୋଳନ ପରେ ୧୫୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସରକାରଙ୍କ ଆଦେଶ ଉଲ୍ଲଂଘନ ମାମଲାରେ ଆଇପିସିର ଭିନ୍ନ ଭିନ୍ନ ଧାରାରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଏବଂ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ କୈଳାଶ ମିଶ୍ରାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ସୂଚନା ଥାଉ କି, ପେଚ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧିକୁ ପ୍ରସଙ୍ଗ କରି ବୁଧବାର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପିସିସି ଅଧ୍ୟକ୍ଷ କମଲନାଥ ଘୋଷଣା କରିଥିଲେ।

Advertisment

ତେବେ ବୁଧବାର ଦିଗବିଜୟଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକାଠି ହୋଇ ସାଇକେଲ ରାଲି କରି ବିରୋଧ ପ୍ରଦର୍ଶନ କରିଥିଲେ। ସରକାରଙ୍କ ଅନୁମତି ବିନା ପ୍ରଦର୍ଶନ କରିଥିବାରୁ ତଥା ସାମାଜିକ ଦୂରତ୍ୱ ରକ୍ଷା ନକରିବାରୁ ଏବଂ କଲେକ୍ଟରଙ୍କ ନିର୍ଦ୍ଦେଶ ନ ମାନିବାରୁ ପୁଲିସ 150ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe