/odisha-reporter/media/post_attachments/uploads/2020/05/bhupesh-baghel.jpg)
bhupesh-baghel
ରାୟପୁର: ବ୍ରାହ୍ମଣଙ୍କୁ ବହିଷ୍କାର କର। ଏଭଳି ବୟାନ ଦେଇ ଚର୍ଚ୍ଚାରେ ରହିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାପାଙ୍କ ବିରୋଧରେ ପୁଲିସ ଏଫଆଇଆର ରୁଜୁ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାପା ନନ୍ଦ କୁମାର ବାଘେଲ ନିକଟରେ ୟୁପିରେ ଏଭଳି ବିବାଦୀୟ ବୟାନ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନରୁ ଉର୍ଦ୍ଧରେ କେହି ନୁହେଁ।
ଶନିବାର ବିଳମ୍ୱିତ ରାତିରେ ଛତିଶଗଡ଼ର ଡିଡି ନଗର ଥାନାରେ ସର୍ବ ବ୍ରାହ୍ମଣ ସମାଜ ଏଭଳି ବୟାନକୁ ବିରୋଧ କରି ନନ୍ଦ କୁମାରଙ୍କ ବିରୋଧରେ ଏଫଆଇଆର ଦେଇଛି। ନନ୍ଦ କୁମାର ବାଘେଲ କହିଥିଲେ ଯେ ମୁଁ ଭାରତର ସମସ୍ତ ଗ୍ରାମବାସୀଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ବ୍ରାହ୍ମଣମାନଙ୍କୁ ଗାଁରେ ପ୍ରବେଶ କରାନ୍ତୁ ନାହିଁ। ମୁଁ ଅନ୍ୟ ସମ୍ପ୍ରଦାୟ ସହିତ କଥାବାର୍ତ୍ତା ହେବି ଯାହାଦ୍ୱାରା ଆମେ ସେମାନଙ୍କୁ ବହିସ୍କାର କରିପାରିବା। ସେମାନଙ୍କୁ ଭୋଲଗା ନଦୀ କୂଳକୁ ପଠାଇବା ଦରକାର। ଉଲ୍ଲେଖଯୋଗ୍ୟ ଏହି ନଦୀ ଋଷିଆରେ ରହିଛି।
ଏଥିସହ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯେ ଆଇନ ସମସ୍ତଙ୍କ ଉପରେ ରହିଛି ଏବଂ ତାଙ୍କ ସରକାର ସମସ୍ତଙ୍କ ପାଇଁ ଛିଡା ହୋଇଛି। ସେ କହିଛନ୍ତି, କେହି ବି ଆଇନ ଉପରେ ନୁହଁନ୍ତି, ଯଦିଓ ସେହି ବ୍ୟକ୍ତି ମୋର ୮୬ ବର୍ଷିୟ ବାପା ହୋଇପାରନ୍ତି। ଛତିଶଗଡ ସରକାର ପ୍ରତ୍ୟେକ ଧର୍ମ, ସମ୍ପ୍ରଦାୟ ଏବଂ ସେମାନଙ୍କର ଭାବନାକୁ ସମ୍ମାନ କରନ୍ତି। ସେ କହିଛନ୍ତି, ମୋ ବାପା ନନ୍ଦ କୁମାର ବାଘେଲଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୁଦ୍ଧରେ ରହିଛି। ଏହା ଦ୍ୱାରା ସାମ୍ପ୍ରଦାୟିକତା ଭଙ୍ଗ ହୋଇଛି। ତାଙ୍କ ବିବୃତ୍ତିରେ ମୁଁ ମଧ୍ୟ ଦୁଃଖିତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
