Advertisment

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଏଫଆଇଆର

କାନପୁର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଏଫଆଇଆର ଦାଖଲ ହୋଇଛି। କାନପୁରରେ ଏହି ଏଫଆଇଆର ଦାଖଲ ହୋଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚପଲରେ ମାଡ଼ ମାରିବେ ବୋଲି ଉଦ୍ଧବ କହିଥିଲେ। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଧମକ ଦେବାକୁ ଅଶୋଭନୀୟ ଏବଂ ଅପରାଧ କହି କାନପୁର ମେୟର ଏଫଆଇଆର ଦାଖଲ କରିଛନ୍ତି। ୨୦୨୦ରେ ଉଦ୍ଧବ ଏପରି ଅଶୋଭନୀୟ ବୟାନ ଦେଇଥିଲେ। ଯାହାକୁ ନେଇ ବିଜେପି ଆପତ୍ତି ଉଠାଇଥିଲା। ନିକଟରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ […]

ଟିଆରପି ସ୍କାମ୍ ମାମଲା, ସିବିଆଇ ତଦନ୍ତରେ କେଁ  ପୂରାଇଲା ମହାରାଷ୍ଟ୍ର ସରକାର

udhav thackeray

Advertisment

କାନପୁର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଏଫଆଇଆର ଦାଖଲ ହୋଇଛି। କାନପୁରରେ ଏହି ଏଫଆଇଆର ଦାଖଲ ହୋଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚପଲରେ ମାଡ଼ ମାରିବେ ବୋଲି ଉଦ୍ଧବ କହିଥିଲେ। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଧମକ ଦେବାକୁ ଅଶୋଭନୀୟ ଏବଂ ଅପରାଧ କହି କାନପୁର ମେୟର ଏଫଆଇଆର ଦାଖଲ କରିଛନ୍ତି। ୨୦୨୦ରେ ଉଦ୍ଧବ ଏପରି ଅଶୋଭନୀୟ ବୟାନ ଦେଇଥିଲେ। ଯାହାକୁ ନେଇ ବିଜେପି ଆପତ୍ତି ଉଠାଇଥିଲା।

Advertisment

ନିକଟରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବେ ବୋଲି କହିଥିଲେ। ଏହାପରେ ନାରାୟଣ ରାଣେ ଗିରଫ ହୋଇଥିଲେ। ପରେ କିନ୍ତୁ ଜାମିନରେ ଆସିଥିଲେ। ଏହାକୁ ନେଇ ବିଜେପି ଉଦ୍ଧବଙ୍କ ଚପଲ ମାଡ ବୟାନକୁ ଉଠାଇ ଶିବସେନାକୁ ଘେରିଥିଲା। ଏହାର ପରେ ପରେ କାନପୁର ଥାନାରେ ଉଦ୍ଧବଙ୍କ ବିରୋଧରେ ଏଫଆଇଆର ଦାଖଲ ହୋଇଛି।

କାନପୁରର ବିଜେପି ନେତା ତଥା ମେୟର ପ୍ରମିଳା ପାଣ୍ଡେ କହିଛନ୍ତି, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ବିରୋଧରେ ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ଅତ୍ୟନ୍ତ ଅଶୋଭନୀୟ। ସେ ଏହି ମାମଲା ଆଗକୁ ନେବେ। ସେ କହିଛନ୍ତି ଯେ ସେ ଏହି ମାମଲାରେ ଏଫଆଇଆର ଦାଖଲ କରିଛନ୍ତି। ଭବିଷ୍ୟତରେ ମଧ୍ୟ ସେ ଏହା ଉପରେ ନଜର ରଖିବେ। ମେୟର କହିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥରେ ଉତ୍ତରପ୍ରଦେଶ ଆସନ୍ତୁ। ଆସିବା ପରେ ଦେଖେଇ ଦେବୁ କେମିତି ଚପଲ ମରାଯାଏ।

Advertisment

ସୂଚନାଯୋଗ୍ୟ, ଉଦ୍ଧବ ଠାକରେ ଅକ୍ଟୋବର ୨୦୨୦ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ତାଙ୍କୁ ଚପଲରେ ମାରିବେ ବୋଲି କହିଥିଲେ। କାନପୁରର ମେୟର କହିଛନ୍ତି ଯେ ଯଦି ନିର୍ବାଚନ ହୁଏ, ଏହାର ଅର୍ଥ ନୁହେଁ ଯେ କୌଣସି ନେତା ଏପରି ବିବୃତ୍ତି ଦେବେ। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ରାସ୍ତାରେ ଯାଇଥାନ୍ତେ, କିନ୍ତୁ କରୋନା ପ୍ରୋଟୋକଲକୁ ଦୃଷ୍ଟିରେ ରଖି ସେ ଏଥିରେ ସଂଯମତା ପ୍ରଦର୍ଶନ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe