Advertisment

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି: ଏତଲାରେ ମୋଦିଙ୍କ ନାଁ ନାହିଁ, ଯେଉଁ ଦଫା ଲାଗିଛି ୨୦୦ ଟଙ୍କା ଫାଇନ୍‌

ଅମୃତସର: ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁରକ୍ଷା ତ୍ରୁଟିକୁ ନେଇ ପଞ୍ଜାବ ପୁଲିସ ମାମଲା ରୁଜୁ କରିଛି। ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌କୁ ବାଧାପ୍ରାପ୍ତ କରିଥିବା ୧୫୦ରୁ ଅଧିକ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଏହି ମାମଲା ଆଇପିସିର ଧାରା ୨୮୩ ଅନୁଯାୟୀ ପଞ୍ଜିକୃତ ହୋଇଛି। ବର୍ତ୍ତମାନ ଏହି ଏତଲାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଏତଲାରେ ସୁରକ୍ଷା ଭଙ୍ଗରେ ସମ୍ମୁଖୀନ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ କେଉଁଠି ଉଲ୍ଲେଖ ନାହିଁ। ଏତଲାରେ ଭିଭିଆଇପି […]

ଚନ୍ନି କହିଲେ, ‘ପ୍ରଧାନମନ୍ତ୍ରୀଙ୍କୁ ଏପରି ନାଟକ ଶୋଭା ପାଉନି’

modi-&-chhani

Advertisment

ଅମୃତସର: ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁରକ୍ଷା ତ୍ରୁଟିକୁ ନେଇ ପଞ୍ଜାବ ପୁଲିସ ମାମଲା ରୁଜୁ କରିଛି। ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌କୁ ବାଧାପ୍ରାପ୍ତ କରିଥିବା ୧୫୦ରୁ ଅଧିକ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଏହି ମାମଲା ଆଇପିସିର ଧାରା ୨୮୩ ଅନୁଯାୟୀ ପଞ୍ଜିକୃତ ହୋଇଛି। ବର୍ତ୍ତମାନ ଏହି ଏତଲାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଏତଲାରେ ସୁରକ୍ଷା ଭଙ୍ଗରେ ସମ୍ମୁଖୀନ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ କେଉଁଠି ଉଲ୍ଲେଖ ନାହିଁ।

Advertisment

ଏତଲାରେ ଭିଭିଆଇପି ଉଲ୍ଲେଖ ଅଛି । ହେଲେ ମୋଦିଙ୍କର ନାମ ଉଲ୍ଲେଖ ନାହିଁ। ଏଥିସହ ଯେଉଁ ଦଫା ସବୁ ଲଗାଯାଇଛି ତାହା ଦୁର୍ବଳ । ସେଥିରେ ଦଣ୍ଡ ସୂରୂପ କେବଳ ୨୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ହୋଇପାରିବ। ଦଫା କୋହଳଥିବାରୁ ଅଭିଯୁକ୍ତଙ୍କୁ ପୁଲିସ ଷ୍ଟେଶନରୁ ଜାମିନ ମଞ୍ଜୁର ହୋଇପାରିବ।  କୋର୍ଟକୁ ଯିବାର କୌଣସି ଆବଶ୍ୟକ ନାହିଁ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଢିଲା ପ୍ରସଙ୍ଗ ତୀବ୍ର ରୂପ ଧାରଣ କରିସାରିଥିବା ବେଳେ ପଞ୍ଜାବ ପୁଲିସର ହାଲୁକା ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ଜାନୁଆରୀ ୫ତାରିଖରେ ପ୍ରଧାନମନ୍ତ୍ରୀ ପଞ୍ଜାବର ଫିରୋଜପୁର ଯାଉଥିବା ବେଳେ  ରାସ୍ତା ଅବରୋଧର ସମ୍ମୁଖୀନ ହୋଇଥିଲେ। ଫଳରେ ଏକ ଫ୍ଲାଏ ଓଭରରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ୧୫ରୁ ୨୦ ମିନିଟ୍ ଫସି ରହିବା ପରେ ଗସ୍ତ ବାତିଲ କରି ଫେରିଯାଇଥିଲେ ମୋଦି। ଏହାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହେବା ସହ ଦେଶବ୍ୟାପି ବେଶ ଚର୍ଚ୍ଚା ବିଷୟ ପାଲିଟିଲା। ଘଟଣାକୁ ନେଇ ପଞ୍ଜାବ ସରକାର ଅଡ଼ୁଆରେ ପଡ଼ିବା ସହ ଆରମ୍ଭ ହୋଇଥିଲା ତନାଘନା। ତେବେ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଅବରୋଧ କରିଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ସମ୍ପୃକ୍ତ ଅପରିଚିତ ଆନ୍ଦୋଳନକାରୀ ବିରୋଧରେ ପୁଲିସ ମାମଲା  ରୁଜୁ କରିଥିଲା।

Advertisment

ପୁଲିସ ଅଧିକାରୀ ବିରବଲ ସିଂଙ୍କ ଅଭିଯୋଗରେ ଏହି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଏତଲାରେ ଭିଭିଆଇପି ବ୍ୟକ୍ତିଙ୍କ ଗାଡ଼ିକୁ ଅଟକା ଯାଇଥିବାରୁ ମାମଲା  ରୁଜୁ ହୋଇଥିବା ଦର୍ଶାଯାଇଛି। ସେପଟେ ପୂର୍ବତନ ୟୁପି ଡିଜି ପ୍ରକାଶ ସିଂ ଏହି ପ୍ରସଙ୍ଗରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପାଇଁ  ପଞ୍ଜାବ ପୋଲିସ ଏବଂ ପଞ୍ଜାବର ରାଜନୈତିକ ନେତୃତ୍ୱ ଦାୟୀ। ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁଗମ ମାର୍ଗ ସୁନିଶ୍ଚିତ କରିନପାରିବା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ସେ କହିଛନ୍ତି। ଯଦି ଆମର ରାଜ୍ୟ ପୁଲିସ ଉପରେ ବିଶ୍ୱାସ ନରହିବ ତେବେ କାହା ଉପରେ ଉପରେ ବିଶ୍ୱାସ କରିବୁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe