Advertisment

ଅମିତ ଶାହଙ୍କ ଗସ୍ତ ପରେ ଆସାମ-ମିଜୋରାମ ସୀମାରେ ପ୍ରବଳ ହିଂସା, ଫୁଟିଲା ଗୁଳି

ଶିଲଂ: ଆସାମ ଓ ମିଜୋରାମ ସୀମାରେ ପୁଣି ପ୍ରବଳ ହିଂସାକାଣ୍ଡ ସୃଷ୍ଟି ହୋଇଛି। ଏପରି କି ସୀମାରେ ପ୍ରବଳ ଗୁଳିମାଡ଼ ମଧ୍ୟ ହୋଇଛି। ଦୁଇ ଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉତ୍ତରପୂର୍ବ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଶିଲଂରେ ବୈଠକ କରିଥିଲେ। ସୀମା ବିବାଦ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ହେଲେ ଆଜି ସୀମାନ୍ତରେ ଗୁଳିମାଡ଼ ହେବା ସହ ସରକାରୀ ଗୁଡ଼ିକୁ ଆକ୍ରମଣ କରାଯାଇଥିବା ଖବର ମିଳିଛି। ଘଟଣାର ସହଯୋଗ ପାଇଁ ଦୁଇ […]

author-image
Hemant Lenka
ଅଦ୍ୟତନ ହୋଇଛି
ଅମିତ ଶାହଙ୍କ ଗସ୍ତ ପରେ ଆସାମ-ମିଜୋରାମ ସୀମାରେ ପ୍ରବଳ ହିଂସା, ଫୁଟିଲା ଗୁଳି

Mizoram

ଶିଲଂ: ଆସାମ ଓ ମିଜୋରାମ ସୀମାରେ ପୁଣି ପ୍ରବଳ ହିଂସାକାଣ୍ଡ ସୃଷ୍ଟି ହୋଇଛି। ଏପରି କି ସୀମାରେ ପ୍ରବଳ ଗୁଳିମାଡ଼ ମଧ୍ୟ ହୋଇଛି। ଦୁଇ ଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉତ୍ତରପୂର୍ବ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଶିଲଂରେ ବୈଠକ କରିଥିଲେ। ସୀମା ବିବାଦ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

Advertisment

ହେଲେ ଆଜି ସୀମାନ୍ତରେ ଗୁଳିମାଡ଼ ହେବା ସହ ସରକାରୀ ଗୁଡ଼ିକୁ ଆକ୍ରମଣ କରାଯାଇଥିବା ଖବର ମିଳିଛି। ଘଟଣାର ସହଯୋଗ ପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ୍‌ କରି ଟ୍ୱିଟ କରିଛନ୍ତି। ଏଥିସହ ସହଯୋଗ କରିବାକୁ ମଧ୍ୟ କହିଛନ୍ତି।

ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଟ୍ୱିଟ କରି ହିଂସା ବେଳର ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଲୋକମାନେ ହାତରେ ହତିଆର ଓ ବାଡ଼ି ଧରି ଛିଡ଼ା ହୋଇଛନ୍ତି। ସେମାନେ ପୁଲିସ ସହ ମଧ୍ୟ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ସେ ଏକଥା ସମସ୍ତଙ୍କୁ ଜଣାଇବା ସହ ଶ୍ରୀ ଶାହଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଥିସହ ତୁରନ୍ତ ଏପରି ଘଟଣା ବନ୍ଦ ହେବା ଦରକାର ବୋଲି ସେ କହିଛନ୍ତି।

Advertisment


ଆଉ ଗୋଟିଏ ଟ୍ୱିଟରେ ସେ କହିଛନ୍ତି, ନିରୀହ ଦମ୍ପତି ଚାଚର ଦେଇ ମିଜୋରାମକୁ ଫେରୁଥିବା ବେଳେ ସେମାନଙ୍କୁ ମାଡ଼ ମରାଯିବା ସହ ଗୁଣ୍ଡାମାନେ ଲୁଟ କରିଛନ୍ତି। ସେମାନଙ୍କ ଗାଡ଼ି ଭଙ୍ଗା ଯାଇଛି। ଆପଣ କେମିତି ଏହି ହିଂସାତ୍ମକ କାର୍ଯ୍ୟକ୍ରମକୁ କେମିତି ଯର୍ଥାଥ ବୋଲି କହିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଭିଡିଓ ମଧ୍ୟ ସେ ଶେୟାର କରିଛନ୍ତି।

ଅନ୍ୟପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ କରି କହିଛନ୍ତି, ମାନନୀୟ ଜୋରମଥାଙ୍ଗ ଆମକୁ କୋଲାସିବ ଏସ୍‌ପି ଆମର ପୋଷ୍ଟ ନିକଟରୁ ହଟିବାକୁ କହିଛନ୍ତି। ସେତେବେଳେ ଯାଏ ସାଧାରଣ ଲୋକ କାହା କଥା ନ ଶୁଣିବା ସହ ହିଂସାକାଣ୍ଡ ଘଟାଇ ଚାଲିଥିଲେ। ଆମେ ଏପରି ସ୍ଥିତିରେ କେମିତି ସରକାର ଚଳାଇବୁ? ଆମର ଆଶା ଆପଣ ଖୁବଶୀଘ୍ର ଏଥିରେ ହସ୍ତକ୍ଷେପ କରିବେ ବୋଲି ସେ ଟ୍ୱିଟ କରିଛନ୍ତି।


ସୂଚନା ଅନୁଯାୟୀ, ମିଜୋରାମର ଆଇଜଲ, କୋଲାସିବା ଓ ମମିତା ଆସାମର ଚାଚର, ହାଇଲାକାଣ୍ଡି ଓ କରିମଗଞ୍ଜ ଜିଲ୍ଲା ସୀମା ଶେୟାର କରୁଛନ୍ତି। ଏହି ସୀମାନ୍ତ ଅଞ୍ଚଳରେ ଅନାଧିକାର ପ୍ରବେଶ ହେଉଥିବା ଉଭୟ ରାଜ୍ୟ ଦାବି କରି ଆସୁଛନ୍ତି। ଏହାକୁ ନେଇ ବିବାଦ ମଧ୍ୟ ଲାଗି ରହିଛି।

ଜୁନ୍‌ ମାସରେ ଉଭୟ ରାଜ୍ୟର ସୁରକ୍ଷାକର୍ମୀ ପରସ୍ପର ବିରୋଧରେ ଅନୁପ୍ରବେଶର ଅଭିଯୋଗ ଆଣିଥିଲେ। ସୀମା ନିର୍ଦ୍ଧାରଣ ପାଇଁ ମିଜୋରାମ ସରକାର ଗୋଟିଏ କମିଶନ ଗଠନ କରିଛନ୍ତି। ହେଲେ ଏହାକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଇଛି।

Assam-Mizoram Border Issue