Advertisment

ରାଜଧାନୀରେ ଫୁଟିଲା ଗୁଳି, ଜବାବରେ ପଥର ମାଡ଼

ନୂଆଦିଲ୍ଲୀ: ରାଜଧାନୀରେ ଗୁଳି ବର୍ଷା। ଏକ ଅଞ୍ଚଳରେ ଜୋରଦାର ଗୁଳି ମାଡ କରିଛନ୍ତି କେତେକ ଦୁର୍ବୃତ୍ତ। ଏକ ଘର ଉପରକୁ ଟାର୍ଗେଟ୍‌ କରି ଦୁର୍ବୃତ୍ତମାନେ ଗୁଳି ଫୁଟାଇଛନ୍ତି। ତେବେ ଏହି ଗୁଳି ମାଡର ଜବାବରେ ହୋଇଛି ପଥର ମାଡ। ପାଚେରି ଆରପଟୁ ଦୁର୍ବୃତ୍ତଙ୍କ ଉପରକୁ ଢ଼େଳା ପଥର ଫିଙ୍ଗିଛନ୍ତି ଘର ଲୋକ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ, ଦିଲ୍ଲୀର କରାବଲ ନଗରର ଜୋହରିପୁରରେ ଥିବା ଏକ […]

ରାଜଧାନୀରେ ଫୁଟିଲା ଗୁଳି, ଜବାବରେ ପଥର ମାଡ଼

firing-in-delhi

Advertisment

ନୂଆଦିଲ୍ଲୀ: ରାଜଧାନୀରେ ଗୁଳି ବର୍ଷା। ଏକ ଅଞ୍ଚଳରେ ଜୋରଦାର ଗୁଳି ମାଡ କରିଛନ୍ତି କେତେକ ଦୁର୍ବୃତ୍ତ। ଏକ ଘର ଉପରକୁ ଟାର୍ଗେଟ୍‌ କରି ଦୁର୍ବୃତ୍ତମାନେ ଗୁଳି ଫୁଟାଇଛନ୍ତି। ତେବେ ଏହି ଗୁଳି ମାଡର ଜବାବରେ ହୋଇଛି ପଥର ମାଡ। ପାଚେରି ଆରପଟୁ ଦୁର୍ବୃତ୍ତଙ୍କ ଉପରକୁ ଢ଼େଳା ପଥର ଫିଙ୍ଗିଛନ୍ତି ଘର ଲୋକ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ସୂଚନା ମୁତାବକ, ଦିଲ୍ଲୀର କରାବଲ ନଗରର ଜୋହରିପୁରରେ ଥିବା ଏକ ଘର ଉପରକୁ ଟାର୍ଗେଟ କରି ଗତକାଲି କିଛି ଦୁର୍ବୃତ୍ତ ଗୁଳିମାଡ କରିଥିଲେ। ତେବେ ଏହି ଗୁଳିମାଡର ଜବାବ ଇଟା ପଥରରେ ଦିଆଯାଇଥିଲା। ଦିଲ୍ଲୀ ପୁଲିସର କହିବା ମୁତାବକ, ଗତ ରାତିରେ ପରୱାଲ ପୁଲିସ ଷ୍ଟେସନକୁ ଗୁଳିମାଡ ଘଟିଥିବା ନେଇ ଫୋନ୍‌ କଲ୍‌ ଆସିଥିଲା। ଏହାପରେ ସଙ୍ଗେ ସଙ୍ଗେ ଥାନା ପ୍ରଭାରୀ ପୁଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।

https://twitter.com/ajittiwari24/status/1567750032321040384?s=20&t=2hmInMj9_te0HDFkxbqTUw

Advertisment

ସେଠାରେ ସୋନୁ ନାମକ ଜଣେ ଯୁବକ ଉପସ୍ଥିତ ଥିଲେ। ତାଙ୍କ କହିବା ମୁତାବକ, ଯେତେବେଳେ ସେ ତାଙ୍କ ଘରେ ଉପସ୍ଥିତ ଥିଲେ ସେତେବେଳେ କିଛି ଦୁର୍ବୃତ୍ତି ଆସି ତାଙ୍କ ଘର କବାଟ ଖୋଲିବାକୁ ପାଟି କରିଥିଲେ। ଏଥିରେ ସେ କୌଣସି ଉତ୍ତର ଦେଇନଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ଘର ଉପରକୁ ଗୁଳିମାଡ କରିଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ ଆଇପିଏସ ଧାରା ୩୦୭/୩୪ ଏବଂ ୨୭ ଆର୍ମସ୍ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ କେହି ଆହତ ହୋଇ ନଥିବା ପୁଲିସ ସୂଚନା ଦେଇଛି।

ପଚରାଉଚରା ବେଳେ ଜଣାପଡିଛି ଯେ, ଗତ କିଛି ଦିନ ପୂର୍ବେ ସୋନୁଙ୍କ ଦାଦା ପୁଅ ଭାଇଙ୍କ ଆମ୍ବେଦକର କଲୋନୀର ଜଣେ ସ୍ଥାନୀୟ ଯୁବକଙ୍କ ସହ ଝଗଡା ହୋଇଥିଲା। ଏହି ମାମଲାରେ ସୋନୁ  ହସ୍ତକ୍ଷେପ କରିଥିଲେ। ଏହା ପରେ ଉକ୍ତ ଯୁବକ ଜଣକ ସୋନୁ ଓ ତାଙ୍କ ଭାଇକୁ ଉଚିତ ଶିକ୍ଷା ଦେବାକୁ ଧମକ ଦେଇଥିଲା। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe