Advertisment

ଜଣେ ଇଟାଲୀୟ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଏବଂ ଏବେ ଜଣେ ଇଟାଲୀୟା ତାଙ୍କ ମାଙ୍କୁ ଅପମାନ କରିଛନ୍ତି: ଅନୁରାଗ ଠାକୁର

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଙ୍କୁ ଆମ ଆଦମୀ ପାର୍ଟି(ଆପ) ଅସମ୍ମାନ କରିବା ନେଇ ବିଜେପି ପକ୍ଷରୁ କଡ଼ାସମାଲୋଚନା କରାଯାଇଛି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବେ ଆପକୁ ନିଶାନା କରିଛନ୍ତି। ଗୁଜରାଟରେ ଏକ  ନିର୍ବାଚନୀ ସମ୍ମିଳନୀରେ ଅନୁରାଗ କହିଛନ୍ତି ଯେ, ପୂର୍ବରୁ ଜଣେ ଇଟାଲୀୟ ମହିଳା ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିଥିଲେ। ଏବେ ଜଣେ ଇଟାଲୀୟା ମୋଦିଙ୍କ ମାଙ୍କୁ ଅପମାନ କରିଛନ୍ତି। କହାରି ନାଁ ନନେଇ ଏମିତି ଟାର୍ଗେଟ […]

author-image
Tapas Behera
ଆସନ୍ତାକାଲି ଏସ୍‌ଜିଏମ୍‌: ବିସିସିଆଇର ସଭାପତି ହେବେ ଅନୁରାଗ ଠାକୁର

anurag

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଙ୍କୁ ଆମ ଆଦମୀ ପାର୍ଟି(ଆପ) ଅସମ୍ମାନ କରିବା ନେଇ ବିଜେପି ପକ୍ଷରୁ କଡ଼ାସମାଲୋଚନା କରାଯାଇଛି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବେ ଆପକୁ ନିଶାନା କରିଛନ୍ତି। ଗୁଜରାଟରେ ଏକ  ନିର୍ବାଚନୀ ସମ୍ମିଳନୀରେ ଅନୁରାଗ କହିଛନ୍ତି ଯେ, ପୂର୍ବରୁ ଜଣେ ଇଟାଲୀୟ ମହିଳା ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିଥିଲେ। ଏବେ ଜଣେ ଇଟାଲୀୟା ମୋଦିଙ୍କ ମାଙ୍କୁ ଅପମାନ କରିଛନ୍ତି। କହାରି ନାଁ ନନେଇ ଏମିତି ଟାର୍ଗେଟ କରିଥିଲେ ଅନୁରାଗ। ତେବେ ଅନୁରାଗ ସିଧାସଳଖ ନାଁ ନନେଇ ଥିଲେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଆପ ନେତା ଗୋପାଳ ଇଟାଲୀୟାଙ୍କୁ ଟାର୍ଗେଟ କରିଥିଲେ।  ଗୁଜରାଟ ଏହି ଅପମାନକୁ ବରଦାସ୍ତ କରିବନି।  ପୂର୍ବରୁ ମଧ୍ୟ ଏଭଳି ଆକ୍ଷେପମୂଳ ଟିପ୍ପଣୀକୁ ଗୁଜରାଟ ବରଦାସ୍ତ କରି ନଥିଲା। ଆସନ୍ତା ନିର୍ବାଚନରେ ଗୁଜରାଟ ଏହାର ଜବାବ ଦେବ ବୋଲି ସେ କହିଥିଲେ। ପୂର୍ବରୁ ଗୋପାଳ ଇଟାଲୀୟାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ ।

Advertisment

ଗୁଜରାଟ ଆମ୍ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭାପତି ଗୋପାଳ ଇଟାଲୀୟା ହିରାବେନ ମୋଦିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିଲେ। ତେବେ ସ୍ମୃତି କହିଛନ୍ତି ଯେ, ହୀରା ବା’ ହେଉଛନ୍ତି ମାତୃ ଶକ୍ତିଙ୍କର ରୂପ। କେଜ୍ରିୱାଲଙ୍କ ଖାସ୍‌ ଗୋପାଳ ଇଟାଲୀୟା ଶତାୟୁ  ହିରା ବାଙ୍କୁ ତାଙ୍କ ଘୃଣା ରାଜନୀତିରୁ ମଧ୍ୟ ବାଦ ଦେଇ ନାହାନ୍ତି। ଗୁଜୁରାଟ ପରି ଏକ ସଭ୍ୟ ସମାଜରେ  ଆପ୍‌ ଏବଂ ଏହାର ବିକୃତ ମାନସିକତା ପାଇଁ କୌଣସି ସ୍ଥାନ ନାହିଁ । ଗୁଜୁରାଟ ନାମରେ ଗୁଜରାଟୀମାନେ ସେମାନଙ୍କର ଭୋଟ୍ ସହିତ ମାତୃ ଶକ୍ତିର ଅପମାନର କଡ଼ା ଜବାବ ଦେବେ।