Advertisment

ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ତରେ ପ୍ରଥମ ଗିରଫଦାରୀ

ଅମୃତସର: କଣ୍ଠଶିଳ୍ପୀରୁ ରାଜନେତା ପାଲଟିଥିବା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାରେ ପଞ୍ଜାବ ପୁଲିସ୍‌ ଆଜି ପ୍ରଥମ ଗିରଫଦାରୀ କରିଛି। ସୋମବାର ସନ୍ଧ୍ୟାରେ ଉତ୍ତରାଖଣ୍ଡରୁ ଧରା ପଡ଼ିଥିବା ୬ ଜଣଙ୍କ ମଧ୍ୟରେ ଥିବା ମନପ୍ରୀତ ସିଂହଙ୍କୁ ଆଜି ପୁଲିସ୍ ବିଧିବଦ୍ଧ ଭାବେ ଗିରଫ କରିଛି। ମନପ୍ରୀତ ହେଉଛନ୍ତି ଜଣେ ଡ୍ରଗ ଡିଲର। ତାଙ୍କୁ ପଞ୍ଜାବ ପୁଲିସ୍‌ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲେ। ଏହାପରେ କୋର୍ଟଙ୍କୁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୁଲିସ୍‌କଚ ଅନୁମତି ଦେଇଛନ୍ତି। […]

ଅଦ୍ୟତନ ହୋଇଛି
ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ତରେ ପ୍ରଥମ ଗିରଫଦାରୀ

sidhu

Advertisment

ଅମୃତସର: କଣ୍ଠଶିଳ୍ପୀରୁ ରାଜନେତା ପାଲଟିଥିବା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାରେ ପଞ୍ଜାବ ପୁଲିସ୍‌ ଆଜି ପ୍ରଥମ ଗିରଫଦାରୀ କରିଛି। ସୋମବାର ସନ୍ଧ୍ୟାରେ ଉତ୍ତରାଖଣ୍ଡରୁ ଧରା ପଡ଼ିଥିବା ୬ ଜଣଙ୍କ ମଧ୍ୟରେ ଥିବା ମନପ୍ରୀତ ସିଂହଙ୍କୁ ଆଜି ପୁଲିସ୍ ବିଧିବଦ୍ଧ ଭାବେ ଗିରଫ କରିଛି। ମନପ୍ରୀତ ହେଉଛନ୍ତି ଜଣେ ଡ୍ରଗ ଡିଲର। ତାଙ୍କୁ ପଞ୍ଜାବ ପୁଲିସ୍‌ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲେ। ଏହାପରେ କୋର୍ଟଙ୍କୁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୁଲିସ୍‌କଚ ଅନୁମତି ଦେଇଛନ୍ତି। ଏହି ରିମାଣ୍ଡ ସମୟରେ ପୁଲିସ୍‌ ମନପ୍ରୀତଙ୍କ ଠାରୁ ହତ୍ୟାକାଣ୍ଡର ସୁରାକ ହାସଲ କରିବାକୁ ଚେଷ୍ଟା କରିବ।

Advertisment

ପୂର୍ବରୁ ମଧ୍ୟରେ ସେ ବେଆଇନ ଅସ୍ତ୍ରଶସ୍ତ୍ର, ହତ୍ୟା ଉଦ୍ୟମ, ଦଙ୍ଗା ଓ ବେଆଇନ ଭାବେ ଲୋକଙ୍କୁ ଏକାଠି କରିବା ଭଳି ଅପରାଧରେ ଗିରଫ ହୋଇଥିଲେ। ଏବେ ମୁସେୱାଲାଙ୍କ ହତ୍ୟାକାଣ୍ଡ ସହ ତାଙ୍କର ଲିଙ୍କ ଥିବା ପୁଲିସ୍ ଜାଣିବାକୁ ପାଇଛି। ତେଣୁ ତାଙ୍କୁ ଗିରଫ କରାଯାଇଛି।

ସୋମବାର ସନ୍ଧ୍ୟାରେ ପଞ୍ଜାବ ପୁଲିସ୍ ଡେରାଡୁନରୁ ଉତ୍ତରାଖଣ୍ଡ ପୁଲିସ୍ ଓ ଏସଟିଏଫ ସହାୟତରେ ୬ ଜଣ ସନ୍ଧିଗ୍ଧକୁ ଠାବ କରିଥିଲା। ଏମାନଙ୍କ ମଧ୍ୟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ଲିଙ୍କ ରଖିଥିବା ଜଣେ ଯୁବକ ଥିବା ପୁଲିସ୍ ସନ୍ଦେହ କରିଥିଲା। ଏଥିସହ ମୁସେୱାଲାଙ୍କ ନିର୍ମମ ହତ୍ୟା ପଛରେ ବି ତା’ର ହାତ ଥିବା ପୁଲିସ୍ ଆଶଙ୍କା କରି ତଦନ୍ତ ଆରମ୍ଭ କରିଥିଲା। ଆଜି ଦିନ ତମାମ ଜେରା ପରେ ଶେଷରେ ପୁଲିସ ମନପ୍ରୀତ ସିଂହଙ୍କୁ ଗିରଫ କରିଛି।

Advertisment

କାନାଡାରେ ରହୁଥିବା ଗୋଲ୍ଡୀ ବ୍ରାର ପ୍ରଥମେ ମୁସେୱାଲାଙ୍କ ହତ୍ୟା ପଛରେ ତା’ର ହାତ ଥିବା କଥା ସ୍ୱୀକାର କରିଥିଲା। ଏହାପରେ ହିଁ ପୁଲିସ୍‌ ତିହାର ଜେଲରେ ଥିବା ବିଷ୍ଣୋଇକୁ ସନ୍ଦେହ ଘେରକୁ ଆଣିଥିଲା। ବ୍ରାର ହେଉଛି ବିଷ୍ଣୋଇର ଅତ୍ୟନ୍ତ ଘନିଷ୍ଠ। ତେଣୁ ତିହାର ଜେଲରୁ ହିଁ ମୁସେୱାଲାଙ୍କୁ ମାରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ପୁଲିସ୍ ସନ୍ଦେହ କରୁଛି।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ମୁସେୱାଲା ଗାଡ଼ିରେ ଯାଉଥିବା ବେଳେ ତାଙ୍କ ଉପରେ ଆଖି ବୁଜା ଗୁଳି ମାଡ଼ ହୋଇଥିଲା। ମାତ୍ର ୨ ମିନିଟରୁ କମ ସମୟ ମଧ୍ୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୩୦ରୁ ଅଧିକ ରାଛଣ୍ଡ ଗୁଳି ମାଡ଼ କରିଥିଲେ। ଘଟଣା ପରେ ମୁସେୱାଲାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Sidhu Moose Wala Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe