Advertisment

ନୂଆ ରେକର୍ଡ, ପ୍ରଥମଥର ପାଇଁ ସ୍ୱଦେଶୀ ତୋପରେ ଦିଆଗଲା ସଲାମୀ

ନୂଆଦିଲ୍ଲୀ: ଦେଶ ଆଜି ୭୬ତମ ସ୍ୱାସୀନତା ଦିବସ ପାଳନ କରୁଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ୯ଥର ପାଇଁ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ୨୧ ତୋପର ସଲାମୀ ଦିଆଯାଇଥିଲା। ପ୍ରଥମ ଥର ପାଇଁ ଅଗଷ୍ଟ ୧୫ରେ ସ୍ୱଦେଶୀ ତୋପରେ ଏହି ସଲାମୀ ଦିଆଯାଇ ନୂଆ ରେକର୍ଡ କରିଛି ଭାରତ। ଏଥିପାଇଁ DRDO ଦ୍ୱାରା ନିର୍ମିତ ଏହି ସ୍ୱଦେଶୀ ହବିଜ୍‌ଜର୍‌ ବନ୍ଧୁକ ବ୍ୟବହାର କରାଯାଇଥିଲା। ଏହାକୁ ATAGS (Advanced Towed Artillery Gun […]

ଅଦ୍ୟତନ ହୋଇଛି
ନୂଆ ରେକର୍ଡ, ପ୍ରଥମଥର ପାଇଁ ସ୍ୱଦେଶୀ ତୋପରେ ଦିଆଗଲା ସଲାମୀ

DRDO’s Howitze

Advertisment

ନୂଆଦିଲ୍ଲୀ: ଦେଶ ଆଜି ୭୬ତମ ସ୍ୱାସୀନତା ଦିବସ ପାଳନ କରୁଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ୯ଥର ପାଇଁ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ୨୧ ତୋପର ସଲାମୀ ଦିଆଯାଇଥିଲା। ପ୍ରଥମ ଥର ପାଇଁ ଅଗଷ୍ଟ ୧୫ରେ ସ୍ୱଦେଶୀ ତୋପରେ ଏହି ସଲାମୀ ଦିଆଯାଇ ନୂଆ ରେକର୍ଡ କରିଛି ଭାରତ। ଏଥିପାଇଁ DRDO ଦ୍ୱାରା ନିର୍ମିତ ଏହି ସ୍ୱଦେଶୀ ହବିଜ୍‌ଜର୍‌ ବନ୍ଧୁକ ବ୍ୟବହାର କରାଯାଇଥିଲା। ଏହାକୁ ATAGS (Advanced Towed Artillery Gun System) ମଧ୍ୟ କୁହାଯାଏ।

Advertisment

କ'ଣ ଏହି ସ୍ୱଦେଶୀ ତୋପ?

DRDO ଦ୍ୱାରା ନିର୍ମିତ ଏହି ତୋପକୁ ବିଶ୍ସର ଦୀର୍ଘତମ ରେଞ୍ଜ ବନ୍ଧୁକ ମଧ୍ୟରେ ଗଣାଯାଏ। ଏହାର ରେଞ୍ଜ କ୍ଷମତା ୪୮ କିଲୋମିଟର ରହିଛି।| ବିଶ୍ୱାସ କରାଯାଏ ଯେ ଏହି ତୋପ ସମସ୍ତ ପାଣିପାଗରେ କାମ କରିପାରିବ, ମାଇନସ୍ ୩୦ ଡିଗ୍ରୀ ଥଣ୍ଡା ହେଉ କିମ୍ବା ୭୫ ଡିଗ୍ରୀ ଉତ୍ତାପ ହେଉ ସବୁଠି ଏହି ତୋପ ସମାନ ରୂପେ କାମ କରିବ। ଚୀନକୁ ଲାଗି ରହିଥିବା LACରୁ ରାଜସ୍ଥାନର ମରୁଭୂମି ପର୍ଯ୍ୟନ୍ତ ଏହି ତୋପକୁ ବ୍ୟବହାର କରାଯାଇପାରିବ। ଏହା ଏକ ୧୫୫ ମିଲିମିଟର କ୍ୟାଲେବର୍ ତୋପ। ଏହା ସହିତ ଏଥିରୁ ୧୫୫ ଏମ୍‌ଏମ୍‌ର ଗୁଳି ମଧ୍ୟ ସୁଟ୍‌ କରାଯାଇପାରେ।

ଏହି ସ୍ୱଦେଶୀ ତୋପ ପ୍ରତି ମିନିଟରେ ୫ ଟି ସେଲ ଗୁଳି କରିପାରେ। ଦିନ ହେଉ ଅବା ରାତି ଉଭୟ ସମୟରେ ଏହି ତୋପ କାମ କରିପାରିବ। ଅନ୍ଧାର ରାତିରେ ଟାର୍ଗେଟ କରିବା ପାଇଁ ତୋପରେ ଥର୍ମାଲ୍ ସାଇଟ୍‌ ସିଷ୍ଟମ ରହିଛି। ଏହି ତୋପର ବ୍ୟାରେଲ ଲମ୍ବ ୮୦୬୦ ମି.ମି.। ହାଲୁକା ଓଜନ ହେତୁ ଏହାକୁ ଉଚ୍ଚ ଯୁଦ୍ଧକ୍ଷେତ୍ରରେ ନିୟୋଜିତ କରାଯାଇପାରିବ।

Advertisment

ଉଲ୍ଳେଖଯୋଗ୍ୟ, ଗତ ୭୪ ବର୍ଷ ହେଲା ଅଗଷ୍ଟ ୧୫ କାର୍ଯ୍ୟକ୍ରମ ବ୍ରିଟେନରେ ନିର୍ମିତ ବନ୍ଧୁକ ବ୍ୟବହୃତ ହୋଉଥିଲା। ମେଡ ଇନ୍ ଇଣ୍ଡିଆକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରୁଛନ୍ତି। ତେଣୁ ଦେଶରେ ତିଆରି ସ୍ୱଦେଶୀ ତୋପ ଜରିଆରେ ଲାଲକିଲ୍ଲାରୁ ସଲାମୀ ଦେବା ପାଇଁ ଚଳିତଥର ନିଷ୍ପତ୍ତି ନିଆଯାଇଥିଲା।

https://twitter.com/ANI/status/1559042928559165440?s=20&t=bVGo887kvayvq0ZZdeeQ0w

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe