Advertisment

ଘର ଭିତରୁ ମିଳିଲା ୫ ମୃତଦେହ

ନୂଆଦିଲ୍ଲୀ: ଘର ଭିତରୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର ହେଲା ୫ ମୃତଦେହ। ଉତ୍ତର ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା। ଗୋଟିଏ ଘରୁ ଜଣେ ମହିଳାଙ୍କ ସମେତ ୪ଜଣ ଛୁଆର ମୃତଦେହ ଉଦ୍ଧାର ହୋଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଷାକ୍ତ ଧୂଆଁରୁ ଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ସୂଚନା ମୁତାବକ, ବୁଧାବର ମଧ୍ୟାହ୍ଣରେ ପିସିଆର୍‌କୁ ଫୋନ୍‌ କଲ୍‌ ଆସିଥିଲା। ସେଥିରୁ ଜଣାପଡିଥିଲା ଯେ, […]

ଯୁବକ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

Dead Body

Advertisment

ନୂଆଦିଲ୍ଲୀ: ଘର ଭିତରୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର ହେଲା ୫ ମୃତଦେହ। ଉତ୍ତର ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା। ଗୋଟିଏ ଘରୁ ଜଣେ ମହିଳାଙ୍କ ସମେତ ୪ଜଣ ଛୁଆର ମୃତଦେହ ଉଦ୍ଧାର ହୋଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଷାକ୍ତ ଧୂଆଁରୁ ଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Advertisment

ପୁଲିସ ସୂଚନା ମୁତାବକ, ବୁଧାବର ମଧ୍ୟାହ୍ଣରେ ପିସିଆର୍‌କୁ ଫୋନ୍‌ କଲ୍‌ ଆସିଥିଲା। ସେଥିରୁ ଜଣାପଡିଥିଲା ଯେ, ୪ରୁ ୫ ଜଣ ବ୍ୟକ୍ତି ଏକ ଘରେ ଭିତରେ ଚେତାଶୂନ୍ୟ ଅବସ୍ଥାରେ ପଡିଛନ୍ତି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘର ନମ୍ବର ଜେ-୫୭ର ପଞ୍ଚମ ମହଲାରେ ଥିବା ଏକ ଫ୍ଳାଟର କବାଟ ଖୋଲିବା ପରେ ୪ ପିଲାଙ୍କ ସମେତ ଜଣେ ମହିଳା ସେଠାରେ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଏଥିସହ ଘର ଭିତରୁ ଧୂଆଁ ଗନ୍ଧ ମଧ୍ୟ ବାହାରୁଥିଲା।  ଘଟଣାସ୍ଥଳରେ ଏକ ନିଆଁ ଲଗା ଯନ୍ତ୍ର ମଧ୍ୟ ଥିଲା।

delhi seemapuri case ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ପରେ ମୋହିତ କାଲିଆ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ସ୍ତ୍ରୀ ରାଧା (୩୦), ଦୁଇ ଝିଅ (୧୧ ବର୍ଷ ଓ ୪ ବର୍ଷ) ଓ ଦୁଇ ପୁଅ (୮ ବର୍ଷ ଓ ୩ ବର୍ଷ)ର ସେଠାରେ ରହୁଥିଲେ। ତେବେ ସ୍ତ୍ରୀ ରାଧା ଓ ତିନି ଛୁଆ ଘଟଣାସ୍ଥଳରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ଛୁଆର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଦିନକ ପୂର୍ବରୁ ଏହି ଫ୍ଲାଟ୍‌କୁ ମୋହିତ କାଲିଆ(ମୃତ ମହିଳାଙ୍କ ସ୍ୱାମୀ) ଭଡାରେ ନେଇଥିଲେ।

Advertisment

ତେବେ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ କେଉଁ କାରଣରୁ ଏହି ୫ ଜଣଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣାପଡିବ। ବର୍ତ୍ତମାନ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe