ଟିଏମସିରୁ ମିଳିଲାନି ଟିକେଟ, ବିଜେପିରେ ମିଶିଲେ ୫ ବିଧାୟକ

କୋଲକାତା: ବେଙ୍ଗଲ ନିର୍ବାଚନ ପୂର୍ବରୁ ଆଜି କ୍ଷମତାସୀନ ଟିଏମସିର ୫ ଜଣ କାର୍ଯ୍ୟରତ ବିଧାୟକ ବିଜେପିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପିର ବେଙ୍ଗଲ ମୁଖ୍ୟ ଦିଲ୍ଲୀପ ଘୋଷ, ମୁକୁଲ ରୟ ଓ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ୫ ବିଧାୟକଙ୍କ ମଧ୍ୟରୁ ଟିଏମସି ଅଧିକାଂଶ ନେତାଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ୍‌ ଦେଇ ନଥିଲା। ଟିଏମସିରୁ ଟିକେଟ ନ ପାଇ ସେମାନେ ନିରାଶ ହେବାରୁ ଆଜି ବାଧ୍ୟ ହୋଇ ବିଜେପିରେ […]

BJP

BJP

Hemant Lenka
  • Published: Monday, 08 March 2021
  • Updated: 08 March 2021, 07:14 PM IST

Sports

Latest News

କୋଲକାତା: ବେଙ୍ଗଲ ନିର୍ବାଚନ ପୂର୍ବରୁ ଆଜି କ୍ଷମତାସୀନ ଟିଏମସିର ୫ ଜଣ କାର୍ଯ୍ୟରତ ବିଧାୟକ ବିଜେପିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପିର ବେଙ୍ଗଲ ମୁଖ୍ୟ ଦିଲ୍ଲୀପ ଘୋଷ, ମୁକୁଲ ରୟ ଓ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ୫ ବିଧାୟକଙ୍କ ମଧ୍ୟରୁ ଟିଏମସି ଅଧିକାଂଶ ନେତାଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ୍‌ ଦେଇ ନଥିଲା। ଟିଏମସିରୁ ଟିକେଟ ନ ପାଇ ସେମାନେ ନିରାଶ ହେବାରୁ ଆଜି ବାଧ୍ୟ ହୋଇ ବିଜେପିରେ ମିଶିଥିବା ଜଣାପଡ଼ିଛି।

ଟିଏମସି ବିଧାୟକ ସୋନାଲି ଗୁହା, ଶୀତଲ ସରଦାର, ଦୀପେନ୍ଦୁ ବିଶ୍ୱାସ, ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ଓ ଜତୁ ଲାହିରୀ ଆଜି କୋଲକାତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ସେହିପରି ପୂର୍ବତନ ଟିଏମସି ନେତା ସାରଳା ମୁର୍ମୁ ମଧ୍ୟ ଆଜି ପଦ୍ମ ଧରିଛନ୍ତି।

ସାରଳା ମୁର୍ମୁଙ୍କୁ ଟିଏମସି ପକ୍ଷରୁ ପ୍ରଥମେ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆଯାଇଥିଲା। ସେ ହବିବପୁର ନିର୍ବାଚନ ମଣ୍ଡଳୀରୁ ଲଢ଼ିବାର ଥିଲା। କିନ୍ତୁ ସୋମବାର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ମତ ବଦଳାଇଥିଲେ। ସେ ସାରଳାଙ୍କ ବଦଳରେ ପ୍ରଦୀପ ଭାସ୍କର ଟିଏମସି ଟିକେଟରୁ ହବିବପୁର ଆସନରୁ ଲଢ଼ିବେ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ ସାରଳା କ୍ଷୁବ୍ଧ ହୋଇଥିଲେ। ସାରଳା ମୁର୍ମୁ ମାଲଦାରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ହେଲେ ତାଙ୍କୁ ହବିବପୁରରୁ ଟିକେଟ ଦିଆଯାଇଥିଲା। ଏଥିପାଇଁ ସେ ମମତାଙ୍କୁ ମଧ୍ୟ ଭେଟିବାକୁ ଚାହିଁଥିଲେ। ହେଲେ ଏହା ସମ୍ଭବ ହୋଇପାରି ନଥିଲା। ଏହି କାରଣରୁ ସେ ବିଜେପିରେ ମିଶିଛନ୍ତି।

ସୋନାଲି ଗୁହା ହେଉଛନ୍ତି ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଟିଏମସିର ୪ଥରର ବିଧାୟକ। ହେଲେ ତାଙ୍କୁ ଚଳିତ ବିଧାନସଭାରେ ଦଳ ଟିକେଟ ଦେଇ ନଥିଲା। ଟିକେଟ ନ ପାଇବାରୁ ସୋନାଲି ଶୁକ୍ରବାର ସର୍ବସମ୍ମୁଖରେ କାନ୍ଦି ପକାଇଥିଲେ।

ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟଙ୍କୁ ମଧ୍ୟ ଦଳ ଏଥର ସିଙ୍ଘୁର ଆସନରୁ ପ୍ରାର୍ଥୀ କରି ନଥିଲା। ତାଙ୍କୁ ୮୫ ବର୍ଷ ବୟସ ହୋଇଯାଇଥିବାରୁ ଟିଏମସି ଏପରି ପଦକ୍ଷେପ ନେଇଥିଲା। ୨୦୦୭ ସିଙ୍ଘୁର ଜମି ଅଧିଗ୍ରହଣ ଆନ୍ଦୋଳନରେ ରବୀନ୍ଦ୍ରନାଥ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଜାଟୁ ଲାହିରୀ ଶିବପୁର ଆସନରୁ ଟିଏମସି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ତାଙ୍କୁ ମଧ୍ୟ ଦଳ ଏଥର ଟିକେଟ ଦେଇ ନଥିଲା। ଏହାକୁ ନେଇ ଟିଏମସି ଓ ମମତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story