Advertisment

ରେଲୱେ ଫୁଟ୍‌ ଓଭରବ୍ରିଜ୍ ଭୁଶୁଡ଼ି ୨୦ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁରର ବଲ୍ଲାରଶାହ ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଷ୍ଟେସନରେ  ଫୁଟ ଓଭର ବ୍ରିଜ ଭୁଶୁଡ଼ିବା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅନେକ ଯାତ୍ରୀ ବ୍ରିଜରୁ ପ୍ରାୟ  ୬୦ ଫୁଟ ଉଚ୍ଚରୁ ଟ୍ରାକ ଉପରେ ପଡ଼ିଯାଇଥିଲେ।  ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ସମ୍ପୃକ୍ତ ଯାତ୍ରୀମାନେ ପ୍ଲାଟଫର୍ମ ନମ୍ବର ୧ ରୁ ପ୍ଲାଟଫର୍ମ ନମ୍ବର ୪କୁ ଯାଉଥିଲା ବେଳେ ହଠାତ୍‌ ଫୁଟ୍‌ ଓଭର ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା। […]

ଅଦ୍ୟତନ ହୋଇଛି
ରେଲୱେ ଫୁଟ୍‌ ଓଭରବ୍ରିଜ୍ ଭୁଶୁଡ଼ି ୨୦ ଆହତ

iop

Advertisment

ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁରର ବଲ୍ଲାରଶାହ ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଷ୍ଟେସନରେ  ଫୁଟ ଓଭର ବ୍ରିଜ ଭୁଶୁଡ଼ିବା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅନେକ ଯାତ୍ରୀ ବ୍ରିଜରୁ ପ୍ରାୟ  ୬୦ ଫୁଟ ଉଚ୍ଚରୁ ଟ୍ରାକ ଉପରେ ପଡ଼ିଯାଇଥିଲେ।  ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ସମ୍ପୃକ୍ତ ଯାତ୍ରୀମାନେ ପ୍ଲାଟଫର୍ମ ନମ୍ବର ୧ ରୁ ପ୍ଲାଟଫର୍ମ ନମ୍ବର ୪କୁ ଯାଉଥିଲା ବେଳେ ହଠାତ୍‌ ଫୁଟ୍‌ ଓଭର ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା। ଘଟଣା ପରେ ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ରିଜ ଭୁଶୁଡ଼ିବା ଘଟଣାରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଏହି ଘଟଣା ପ୍ରାୟ ସନ୍ଧ୍ୟା ୫ଟା ସମୟରେ ଘଟିଥିଲା। ଘଟଣା ପରେ ତୁରନ୍ତ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି। ରେଳବାଇ ପକ୍ଷରୁ ଗୁରୁତରଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ସରଳ ଅଳ୍ପ ଆଘାତ ପାଇଁ ଲୋକଙ୍କୁ ୫୦,୦୦୦ ଟଙ୍କା ଚିକିତ୍ସା ସହାୟତା ଘୋଷଣା କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe