Advertisment

ଯାତ୍ରୀଙ୍କୁ ଆଶ୍ୱସ୍ତି, ଆଉ ଦେବାକୁ ପଡିବନି ‘ଏୟାର ସୁବିଧା’ ଫର୍ମ

ନୂଆଦିଲ୍ଲୀ: ବିମାନରେ ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ଆଶ୍ୱସ୍ତି। ଏୟାରପୋର୍ଟରେ ସେମାନଙ୍କୁ ଆଉ ଦେବାକୁ ପଡିବନି ଏୟାର ସୁବିଧା ଫର୍ମ। ବେସରକାରୀ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଆଜିଠାରୁ ଏହି ନିର୍ଦ୍ଦେଶ ଲାଗୁ କରାଯାଇଛି। ବିଦେଶରୁ ଭାରତକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବା ପରେ ସେମାନଙ୍କ କୋଭିଡ୍ ଟିକାରଣ ସ୍ଥିତି ନେଇ ଏୟାର ସୁବିଧା ଫର୍ମ ପୂରଣ କରି ଦେବାକୁ ପଡୁଥିଲା। ଏହି ଫର୍ମର ରେଜିଷ୍ଟ୍ରେସନ ନମ୍ବର ମିଳିବା ପରେ ହିଁ ଯାତ୍ରୀ ବିମାନ ବନ୍ଦରରୁ […]

ଅଦ୍ୟତନ ହୋଇଛି
ଯାତ୍ରୀଙ୍କୁ ଆଶ୍ୱସ୍ତି, ଆଉ ଦେବାକୁ ପଡିବନି ‘ଏୟାର ସୁବିଧା’ ଫର୍ମ

for-international-passengers

Advertisment

ନୂଆଦିଲ୍ଲୀ: ବିମାନରେ ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ଆଶ୍ୱସ୍ତି। ଏୟାରପୋର୍ଟରେ ସେମାନଙ୍କୁ ଆଉ ଦେବାକୁ ପଡିବନି ଏୟାର ସୁବିଧା ଫର୍ମ। ବେସରକାରୀ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଆଜିଠାରୁ ଏହି ନିର୍ଦ୍ଦେଶ ଲାଗୁ କରାଯାଇଛି।

Advertisment

ବିଦେଶରୁ ଭାରତକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବା ପରେ ସେମାନଙ୍କ କୋଭିଡ୍ ଟିକାରଣ ସ୍ଥିତି ନେଇ ଏୟାର ସୁବିଧା ଫର୍ମ ପୂରଣ କରି ଦେବାକୁ ପଡୁଥିଲା। ଏହି ଫର୍ମର ରେଜିଷ୍ଟ୍ରେସନ ନମ୍ବର ମିଳିବା ପରେ ହିଁ ଯାତ୍ରୀ ବିମାନ ବନ୍ଦରରୁ ବାହାରି ପାରୁଥିଲେ। ଏବେ ଆଉ ଦେବାକୁ ଏହା ପଡିବ ନାହିଁ। ଏହି ଫର୍ମ ବ୍ୟବସ୍ଥାକୁ ରଦ୍ଦ କରିଛନ୍ତି ସରକାରଙ୍କ ବେସରକାରୀ ବିମାନ ଚଳାଚଳ ମନ୍ତ୍ରାଳୟ।

କରୋନା ମହାମାରୀ ସମୟରେ ଏୟାର ସୁବିଧା ପୋର୍ଟାଲର ଆରମ୍ଭ କରାଯାଇଥିଲା। ଏଥିରେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଯାଆସର ପୁରା ତଥ୍ୟ ରଖାଯାଉଥିଲା। ଏବେ ସାରା ବିଶ୍ୱରେ କୋଭିଡ୍ ସ୍ଥିତିରେ ପରିବର୍ତ୍ତନକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି ସରକାର। କୋଭିଡ୍ ସ୍ଥିତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କଟକଣା ହଟାଇବା ପରେ ବିମାନ ଯାତ୍ରା ଲାଗି ଥିବା ଏହି ଫର୍ମ ପୂରଣ ବ୍ୟବସ୍ଥାକୁ ମଧ୍ୟ ହଟାଇ ଦିଆଯାଇଛି।

Advertisment

ଏୟାର ସୁବିଧା ଫର୍ମ ପୂରଣ ବ୍ୟବସ୍ଥାକୁ ହଟାଇବାକୁ ହୋଟେଲ ଶିଳ୍ପ ଏବଂ ଟ୍ରାଭେଲ ସଂସ୍ଥା ଦାବି କରି ଆସୁଥିଲେ। ଏହା ପୂର୍ବରୁ ବିମାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ ମଧ୍ୟ ହଟାଇ ଦେଇଛନ୍ତି ସରକାର। ତେବେ ଆବଶ୍ୟକ ପଡିଲେ ନିୟମକୁ ପୁଣି ଲାଗି କରାଯାଇପାରେ ବୋଲି କହିଛି ମନ୍ତ୍ରାଳୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe