Advertisment

ହୋଟେଲରେ ମେଣ୍ଟ ସରକାରର ସବୁ ବିଧାୟକ, ଦିଆଗଲା ସ୍ୱତନ୍ତ୍ର ଫୋନ!

ରାଞ୍ଚି: ବିଜେପିର ଘୋଡ଼ା ବେପାର ଭୟରେ ଝାରଖଣ୍ଡର ମେଣ୍ଟ ସରକାରରେ ଥିବା ବିଧାୟକମାନେ ଏବେ କଂଗ୍ରେସ ଶାସିତ ଛତିଶଗଡ଼ର ଗୋଟିଏ ହୋଟେଲରେ ରହିଛନ୍ତି। ମଙ୍ଗଳବାର ସମସ୍ତ ବିଧାୟକଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ରାଞ୍ଚିରୁ ରାୟପୁର ନିଆଯାଇଥିଲା। ସେଠାରେ ଥିବା ଗୋଟିଏ ପଞ୍ଚତାରକା ହୋଟେଲରେ ସେମାନଙ୍କୁ ରଖାଯାଇଛି। ସେଠାରେ ମଧ୍ୟ କାଳେ କେହି ବିଧାୟକମାନଙ୍କ ସହ ଯୋଗାଯୋଗ କରିବେ, ସେଥିପାଇଁ ସମସ୍ତଙ୍କୁ ସ୍ୱତନ୍ତ୍ର ଫୋନ ଯୋଗାଇ ଦିଆଯାଇଛି। ଅଫିସ ଅଫ ପ୍ରଫିଟ ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ […]

author-image
Hemant Lenka
ହୋଟେଲରେ ମେଣ୍ଟ ସରକାରର ସବୁ ବିଧାୟକ, ଦିଆଗଲା ସ୍ୱତନ୍ତ୍ର ଫୋନ!

JMM

ରାଞ୍ଚି: ବିଜେପିର ଘୋଡ଼ା ବେପାର ଭୟରେ ଝାରଖଣ୍ଡର ମେଣ୍ଟ ସରକାରରେ ଥିବା ବିଧାୟକମାନେ ଏବେ କଂଗ୍ରେସ ଶାସିତ ଛତିଶଗଡ଼ର ଗୋଟିଏ ହୋଟେଲରେ ରହିଛନ୍ତି। ମଙ୍ଗଳବାର ସମସ୍ତ ବିଧାୟକଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ରାଞ୍ଚିରୁ ରାୟପୁର ନିଆଯାଇଥିଲା। ସେଠାରେ ଥିବା ଗୋଟିଏ ପଞ୍ଚତାରକା ହୋଟେଲରେ ସେମାନଙ୍କୁ ରଖାଯାଇଛି।

Advertisment

ସେଠାରେ ମଧ୍ୟ କାଳେ କେହି ବିଧାୟକମାନଙ୍କ ସହ ଯୋଗାଯୋଗ କରିବେ, ସେଥିପାଇଁ ସମସ୍ତଙ୍କୁ ସ୍ୱତନ୍ତ୍ର ଫୋନ ଯୋଗାଇ ଦିଆଯାଇଛି। ଅଫିସ ଅଫ ପ୍ରଫିଟ ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଦସ୍ୟତା ପଦ କୌଣସି ବି ମୁହୂର୍ତ୍ତରେ ରଦ୍ଦ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ବିରୋଧୀ ବିଜେପି ମେଣ୍ଟ ସରକାରରେ ଥିବା କିଛି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

କାଳେ ବିଜେପି ତା’ ଯୋଜନାରେ ସଫଳ ହୋଇଯିବ, ସେହି ଆଶଙ୍କାରେ ମେଣ୍ଟ ସରକାର ଗଠନ କରିଥିବା ଜେଏମଏମ, କଂଗ୍ରେସ ଓ ଆରଜେଡି ସେମାନଙ୍କ ବିଧାୟକମାନଙ୍କୁ ଛତିଶଗଡ଼ ପଠାଇ ଦେଇଛନ୍ତି।

Advertisment

ମଙ୍ଗଳବାର ବିଧାୟକମାନେ ରାୟପୁରରେ ଥିବା ହୋଟେଲ ମେ’ ଫେୟାରରେ ପହଞ୍ଚିଥିଲେ। ଏହାପରେ ଛତିଶଡ଼ଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସେଠାରେ ପହଞ୍ଚି ସବୁ ବିଧାୟକଙ୍କ ସହ ଡିନର କରିଥିଲେ। ରାଜ୍ୟସଭାରେ ନିର୍ବାଚନ ବେଳେ ମଧ୍ୟ ଘୋଡ଼ା ବେପାର ଭୟରେ କଂଗ୍ରେସ ତା’ର ହରିଆଣା ଓ ଆସାମ ବିଧାୟକମାନଙ୍କୁ ଏହି ସମାନ ହୋଟେଲରେ ରଖିଥିଲା।

୧୦୦ ଏକର ଜମିରେ ତିଆରି ହୋଇଥିବା ମେ’ ଫେୟାର ଭିତରେ ଏକାଧିକ ଭିଲ୍ଲା ଓ ଗୋଟିଏ ଗଲ୍ଫ କୋର୍ସ ରହିଛି। ବିଧାୟକମାନେ ଏହା ମଧ୍ୟରେ କେତେ ଦିନ ରହିବେ, ସେକଥା ସ୍ପଷ୍ଟ ହୋଇନି। କିନ୍ତୁ ହୋଟେଲ ମଧ୍ୟରେ ଥିବା ଗଲ୍ଫ କୋର୍ସ ମରାମତି କାମ ପାଇଁ ୭ ଦିନ କାଳ ବନ୍ଦ ରହିବ ବୋଲି ଗେଟ୍‌ରେ ନୋଟିସ ମରାଯାଇଛି।

ସେହିପରି ବିଧାୟକମାନେ ହୋଟେଲରେ ରହିଥିବାରୁ ସରକାର ଏହାର ବାହାରେ ବ୍ୟାପକ ପୁଲିସ୍‌ ମୁତୟନ କରିଛନ୍ତି। ବିଧାୟକମାନେ ହୋଟେଲ ଭିତରକୁ ଯିବା ପରେ ସେମାନଙ୍କୁ ଆଉ ଦେଖିବାକୁ ମିଳିନି। ହୋଟେଲ ଭିତରେ ସେମାନଙ୍କୁ ସ୍ୱତନ୍ତ୍ର ଫୋନ ଦିଆଯାଇଛି। ସେମାନେ ଛତିଶଗଡ଼ର ମନ୍ତ୍ରୀମାନଙ୍କ ସହ ଯୋଗାଯୋଗରେ ରହିଥିବା ଜଣାପଡ଼ିଛି।