Advertisment

ରାଣୀ ଏଲିଜାବେଥଙ୍କ ପାଇଁ ରବିବାର ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାଇଁ ଭାରତରେ ପାଳନ ହେବ ଦିନିକିଆ ରାଷ୍ଟ୍ରୀୟ ଶୋକ। ଗତକାଲି ବିଳମ୍ବିତ ରାତିରେ ୯୬ ବର୍ଷୀୟ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ସ୍କଟଲ୍ୟାଣ୍ଡରେ ହୋଇଥିଲା। ଏବେ ତାଙ୍କ ସମ୍ମାନାର୍ଥେ ଭାରତ ସରକାର ଆସନ୍ତା ୧୧ ତାରିଖରେ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବ୍ରିଟେନ ଓ ନର୍ଦ୍ଦନ ଆୟର୍ଲ୍ୟାଣ୍ଡର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ […]

ଅଦ୍ୟତନ ହୋଇଛି
ରାଣୀ ଏଲିଜାବେଥଙ୍କ ପାଇଁ ରବିବାର ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

queen

Advertisment

ନୂଆଦିଲ୍ଲୀ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାଇଁ ଭାରତରେ ପାଳନ ହେବ ଦିନିକିଆ ରାଷ୍ଟ୍ରୀୟ ଶୋକ। ଗତକାଲି ବିଳମ୍ବିତ ରାତିରେ ୯୬ ବର୍ଷୀୟ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ସ୍କଟଲ୍ୟାଣ୍ଡରେ ହୋଇଥିଲା। ଏବେ ତାଙ୍କ ସମ୍ମାନାର୍ଥେ ଭାରତ ସରକାର ଆସନ୍ତା ୧୧ ତାରିଖରେ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବ୍ରିଟେନ ଓ ନର୍ଦ୍ଦନ ଆୟର୍ଲ୍ୟାଣ୍ଡର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ୮ ସେପ୍ଟେମ୍ବରରେ ହୋଇଛି। ତାଙ୍କ ସମ୍ମାନାର୍ଥେ ଭାରତ ସରକାର ୧୧ ତାରିଖରେ ସମଗ୍ର ଦେଶରେ ଦିନିକିଆ ଶୋକ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ଦେଶର ଜାତୀୟ ପତାକା ଅର୍ଦ୍ଧନମିତ ହବେ। ଦେଶର ଯେଉଁ ସବୁ ସ୍ଥାନରେ ଓ ବିଲଡିଂରେ ଜାତୀୟ ପତାକା ଉଡ଼ୁଛି, ସେଠାରେ ଏହାକୁ ଅର୍ଦ୍ଧନମିତ କରାଯିବ। ୧୧ ତାରିଖରେ କୌଣସି ପ୍ରକାରର ସରକାରୀ ଉତ୍ସବ ଓ ସମାରୋହ ହେବନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗୁରୁବାର ରାତିରେ ରାଣୀଙ୍କ ପରଲୋକ ପରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧିଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ। ରାଣୀ ଏଲିଜାବେଥ ଦ୍ୱିତୀୟ ପ୍ରଥମ ବ୍ରିଟିଶ ଶାସନ ମୁଖ୍ୟ ଯିଏ କି ଭାରତର ସ୍ୱାଧୀନତା ପରେ ଶାସନଭାର ସମ୍ଭାଳିଥିଲେ।

Advertisment

୧୯୫୨ରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା। ନିଜର ଶାସନକାଳ ମଧ୍ୟରେ ସେ ୩ ଥର ଭାରତ ଗସ୍ତରେ ଆସିଥିଲେ। ଭାରତ ସହ ତାଙ୍କର ସମ୍ପର୍କ ନିଆରା। ରାଣୀ ଏଲିଜାବେଥଙ୍କ ଜନ୍ମ ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନରେ ହୋଇଥିଲା। ନୌସେନା ଅଧିକାରୀ ଫିଲିପ ମାଉଣ୍ଟ ବ୍ୟାଟେନଙ୍କୁ ସେ ବିବାହ କରିଥିଲେ। ତାଙ୍କର ୪ ସନ୍ତାନ ପ୍ରିନ୍ସ ଚାର୍ଲସ, ପ୍ରିନ୍ସ ଆନି, ପ୍ରିନ୍ସ ଆଣ୍ଡ୍ର୍ୟୁ ଓ ପ୍ରିନ୍ସ ଏଡୱାର୍ଡ ରହିଛନ୍ତି। ୧୯୫୨ରେ ପିତା ଜର୍ଜ (ଷଷ୍ଟ)ଙ୍କ ମୃତ୍ୟୁ ପରେ ୨୫ ବର୍ଷ ବୟସରେ ରାଜ ସିଂହାସନରେ ବସିଥିଲେ ରାଣୀ ଏଲିଜାବେଥ।


ସେ ବ୍ରିଟେନ୍ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡା, ଆଣ୍ଟିଗୁଆ, ବର୍ମୁଡା, ବାହାମସ୍, ବ୍ରାଜିଲ, ସେଣ୍ଟ ଲୁସିଆ ଓ ସେଣ୍ଟ ଭିନସେଣ୍ଟ ଭଳି ୧୫ଟି ଦେଶର ରାଣୀ ଥିଲେ। ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ୭୩ ବର୍ଷିୟ ବଡପୁଅ ପ୍ରିନ୍ସ ଚାର୍ଲସ ବ୍ରିଟେନ୍ର ନୂଆ ରାଜା ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe