Advertisment

କଂଗ୍ରେସକୁ ଝଟକା: ବିଜେପିରେ ମିଶିଲେ ପୂର୍ବତନ ବିଧାୟକ

ଗୌହାଟୀ: କଂଗ୍ରେସକୁ ପୁଣିଥରେ ଝଟକା ଲାଗିଛି। ଲଗାତର ୪ଥର ଆସାମ ବିଧାନସଭାକୁ ନିର୍ବାଚିତ ହୋଇଥିବା ରୂପଜ୍ୟୋତି କୁରମି ଶେଷରେ ବିଜେପିରେ ଯୋଗଦେଇଛନ୍ତି। ସେ ଜୋରହାଟ ଜିଲ୍ଲାର ମରାଇନି ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ୪ଥର ଜିତିଥିଲେ। କିଛି ଦିନ ତଳେ ସେ କଂଗ୍ରେସ ଓ ବିଧାନସଭାରୁ ଇସ୍ତଫା ଦେଇଥିଲେ। ଆଜି ଲକ୍ଷ୍ମୀପୁରରେ ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ରୂପଜ୍ୟୋତିଙ୍କୁ ଦଳକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ତାଙ୍କୁ ରାଜ୍ୟର ଜଣେ […]

author-image
Hemant Lenka
ଅଦ୍ୟତନ ହୋଇଛି
କଂଗ୍ରେସକୁ ଝଟକା: ବିଜେପିରେ ମିଶିଲେ ପୂର୍ବତନ ବିଧାୟକ

Congress

ଗୌହାଟୀ: କଂଗ୍ରେସକୁ ପୁଣିଥରେ ଝଟକା ଲାଗିଛି। ଲଗାତର ୪ଥର ଆସାମ ବିଧାନସଭାକୁ ନିର୍ବାଚିତ ହୋଇଥିବା ରୂପଜ୍ୟୋତି କୁରମି ଶେଷରେ ବିଜେପିରେ ଯୋଗଦେଇଛନ୍ତି।

Advertisment

ସେ ଜୋରହାଟ ଜିଲ୍ଲାର ମରାଇନି ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ୪ଥର ଜିତିଥିଲେ। କିଛି ଦିନ ତଳେ ସେ କଂଗ୍ରେସ ଓ ବିଧାନସଭାରୁ ଇସ୍ତଫା ଦେଇଥିଲେ। ଆଜି ଲକ୍ଷ୍ମୀପୁରରେ ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି।

ରୂପଜ୍ୟୋତିଙ୍କୁ ଦଳକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ତାଙ୍କୁ ରାଜ୍ୟର ଜଣେ ଶକ୍ତିଶାଳୀ ଯୁବନେତା ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ରୂପଜ୍ୟୋତି ୨୦୧୯ରେ ବିଜେପିରେ ମିଶିବାର ଥିଲା। ହେଲେ କୌଣସି କାରଣରୁ ଏହା ସମ୍ଭବ ହୋଇ ନଥିଲା। କିନ୍ତୁ ଏବେ ସେ ବିଜେପିରେ ମିଶିଥିବାରୁ ଏହା ଦଳକୁ ଫାଇଦା ଦେବ।

Advertisment

ଆହୁରି ପଢନ୍ତୁ : ନେତାମାନେ ହୋଇ ବକ୍ରି, ହାଟରେ ହେଲେଣି ବିକ୍ରି!

ସେ କଂଗ୍ରେସ କ’ଣ ବୋଲି ବୁଝିବା ପରେ ବିଜେପିରେ ଯୋଗଦେଇଛନ୍ତି। ଦଳ ଏପରି ଯଦି ଲୋକଙ୍କ ପାଇଁ କାମ କରି ଚାଲିବ, ତା’ହେଲେ ଅଧିକରୁ ଅଧିକ ଲୋକ ବିଜେପିରେ ମିଶିବେ ବୋଲି ବିଶ୍ୱଶର୍ମା କହିଛନ୍ତି।

ବିଜେପିରେ ମିଶିବା ପରେ ରୂପଜ୍ୟୋତି ମଧ୍ୟ ଦଳକୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, ବିଜେପି ରାଜ୍ୟବାସୀଙ୍କ ପାଇଁ ଅନେକ କଠିନ ପରିଶ୍ରମ କରୁଛି। ସେ ବହୁ ପୂର୍ବରୁ ବିଜେପିରେ ମିଶିବାର ଥିଲା ମଧ୍ୟ କହିଛନ୍ତି। ଏଥିସହ କଂଗ୍ରେସର ଆହୁରି ଅନେକ ନେତା ଓ ବିଧାୟକ ବିଜେପିରେ ମିଶିବେ ବୋଲି ମଧ୍ୟ ସେ କହିଛନ୍ତି।

Party Migration