Advertisment

ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ପୂର୍ବତନ ଆଇପିଏସ

ଲକ୍ଷ୍ନୌ: ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଆଇପିଏସ ଅଫିସର ଅମିତାଭ ଠାକୁର ଆଜି ଘୋଷଣା କରିଛନ୍ତି ଯେ ସେ ରାଜନୀତିରେ ପ୍ରବେଶ କରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ସେ ତାଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି ଶନିବାର କହିଛନ୍ତି। ଯୋଗୀଙ୍କ ବିରୋଧରେ ସେ କାହିଁକି ପ୍ରାର୍ଥୀ ହେବେ ବୋଲି ମତ ରଖି ଅମିତାଭ କହିଛନ୍ତି, ଯୋଗୀ ସରକାର ସମୟରେ ଅନେକ […]

ଅଦ୍ୟତନ ହୋଇଛି
ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ପୂର୍ବତନ ଆଇପିଏସ

EX-IPS-AMITABH

Advertisment

ଲକ୍ଷ୍ନୌ: ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଆଇପିଏସ ଅଫିସର ଅମିତାଭ ଠାକୁର ଆଜି ଘୋଷଣା କରିଛନ୍ତି ଯେ ସେ ରାଜନୀତିରେ ପ୍ରବେଶ କରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ସେ ତାଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି ଶନିବାର କହିଛନ୍ତି।

Advertisment

ଯୋଗୀଙ୍କ ବିରୋଧରେ ସେ କାହିଁକି ପ୍ରାର୍ଥୀ ହେବେ ବୋଲି ମତ ରଖି ଅମିତାଭ କହିଛନ୍ତି, ଯୋଗୀ ସରକାର ସମୟରେ ଅନେକ ଦମନକାରୀ ନୀତି, ବିଭାଜନକାରୀ କାମ, ଅରାଜକତା, ଦମନ ସହିତ ଅଗଣତାନ୍ତ୍ରିକ କାମ ହୋଇଛି। ଏହାକୁ ସେ ବିରୋଧ କରୁଛନ୍ତି ବୋଲି କହିଛନ୍ତି। ତେଣୁ ସେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ଲଢ଼ିବେ, ତା ପୁଣି ଯୋଗୀଙ୍କ ବିରୋଧରେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

ଏପରି ନିଷ୍ପତ୍ତି ପଛରେ ବିଚାରଧାରାରା ଲଢ଼େଇ ରହିଛି ବୋଲି ସେ କହିଛନ୍ତି। ଯୋଗୀ ସରକାର ଅନେକ ନିଷ୍ପତ୍ତି ନେଉଛନ୍ତି ଯାହାକି ଅଗଣତାନ୍ତ୍ରିକ, ଜନ ବିରୋଧୀ। ତେଣୁ ବିଧାନସଭା ନିର୍ବାଚନ ଲଢ଼ିବା ବେଳେ ଏହି ସବୁ ପ୍ରସଙ୍ଗକୁ ସେ ଲୋକଙ୍କ ଆଗରେ ରଖିବେ। ଏହାଦ୍ୱାରା ଭୋଟର ନ୍ୟାୟ ଓ ଅନ୍ୟାୟ ଭିତରେ ଫରକ ଜାଣିପାରିବେ ବୋଲି ଅବସରପ୍ରାପ୍ତ ଆଇପିଏସ ଅମିତାଭ ଠାକୁର କହିଛନ୍ତି।

Advertisment

ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅମିତାଭ ଠାକୁରଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲା। ଚାକିରି ଶେଷ ହେବାକୁ ଅମିତାଭଙ୍କ ହାତରେ ସମୟ ଥିଲା। କିନ୍ତୁ ଶେଷ ଯାଏ ଅମିତାଭ ଚାକିରିରେ ରହିବାକୁ ଯୋଗ୍ୟ ନୁହେଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଉଚିତ ମନେ କରିଥିଲା। ତେଣୁ ଜନହିତକୁ ଆଧାର କରି କେନ୍ଦ୍ର ସରକାର ଅମିତାଭ ଠାକୁରଙ୍କୁ ଅବସର ଦେଇ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe