Advertisment

୧୦ ମାସ ତଳେ ଆସିଥିଲେ, ଏବେ ଟିଏମସିକୁ ଅଲବିଦା କହିଲେ

କୋଲକାତା: ମାତ୍ର ୧୦ ମାସ ତଳେ ତୃଣମୂଳ କଂଗ୍ରେସ(ଟିଏମସି)ରେ ଯୋଗ ଦେଇଥିବା ରାଜ୍ୟସଭାର ପୂର୍ବତନ ସାଂସଦ ପବନ ବର୍ମା ଆଜି ଦଳକୁ ବାଏବାଏ କହିଛନ୍ତି। ସେ ଗତବର୍ଷ ନଭେମ୍ବର ମାସରେ ଜନତା ଦଳ(ୟୁନାଇଟେଡ)ରୁ ଟିଏମସିକୁ ଆସିଥିଲେ। ଆଜି ସେ ଟ୍ୱିଟର ଯୋଗେ ଟିଏମସି ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “ପ୍ରିୟର ମମତା ବାନାର୍ଜୀ। ଦୟାକରି ତୃଣମୂଳ କଂଗ୍ରେସରରୁ ମୋ ଇସ୍ତଫାପତ୍ରକୁ ଗ୍ରହଣ କରି ନିଅନ୍ତୁ। ଅପାଣ ମୋତେ ଦେଇଥିବା ସ୍ୱାଗତ ଓ ଆତ୍ମିୟତା ପାଇଁ […]

author-image
Hemant Lenka
୧୦ ମାସ ତଳେ ଆସିଥିଲେ, ଏବେ ଟିଏମସିକୁ ଅଲବିଦା କହିଲେ

Pavan

କୋଲକାତା: ମାତ୍ର ୧୦ ମାସ ତଳେ ତୃଣମୂଳ କଂଗ୍ରେସ(ଟିଏମସି)ରେ ଯୋଗ ଦେଇଥିବା ରାଜ୍ୟସଭାର ପୂର୍ବତନ ସାଂସଦ ପବନ ବର୍ମା ଆଜି ଦଳକୁ ବାଏବାଏ କହିଛନ୍ତି। ସେ ଗତବର୍ଷ ନଭେମ୍ବର ମାସରେ ଜନତା ଦଳ(ୟୁନାଇଟେଡ)ରୁ ଟିଏମସିକୁ ଆସିଥିଲେ। ଆଜି ସେ ଟ୍ୱିଟର ଯୋଗେ ଟିଏମସି ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି।

Advertisment

ସେ କହିଛନ୍ତି, “ପ୍ରିୟର ମମତା ବାନାର୍ଜୀ। ଦୟାକରି ତୃଣମୂଳ କଂଗ୍ରେସରରୁ ମୋ ଇସ୍ତଫାପତ୍ରକୁ ଗ୍ରହଣ କରି ନିଅନ୍ତୁ। ଅପାଣ ମୋତେ ଦେଇଥିବା ସ୍ୱାଗତ ଓ ଆତ୍ମିୟତା ପାଇଁ ମୁଁ ଧନ୍ୟବାଦ ଜଣାଉଛି। ମୋର ଆଶା ଭବିଷ୍ୟତରେ ମଧ୍ୟ ଆମେ ଯୋଗାଯୋଗରେ ରହିବା। ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି।”

ଜାନୁଆରୀ ୨୦୨୦ରେ ଜେଡିୟୁ ତତ୍କାଳୀନ ଉପ ସଭାପତି ପ୍ରଶାନ୍ତ କିଶୋର ଓ ପୂର୍ବତନ ସାଂସଦ ପବନ ବର୍ମାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଏମାନେ ଦଳର ଶୃଙ୍ଖଳା ବାହାରେ କାମ କରୁଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିଲା।

Advertisment

ରାଜନୀତିକୁ ଆସିବା ପୂର୍ବରୁ ଏକାଧିକ ଦେଶରେ ଭାରତର ରାଷ୍ଟ୍ରଦୂତ ଭାବେ କାମ କରିଛନ୍ତି। ସେହିପରି ସେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାବାଦ ସେ ଏକାଧିକ ବହି ମଧ୍ୟ ରଚନା କରିଛନ୍ତି। ନିଜର ଲେଖା ପାଇଁ ତାଙ୍କୁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତ କରାଯାଇଥିଲା।