Advertisment

ବିଜେପିରେ ମିଶିଲେ ଟିଏମସିର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ

ନୂଆଦିଲ୍ଲୀ: କିଛିଦିନ ତଳେ ରାଜ୍ୟସଭାରୁ ଅପ୍ରତ୍ୟାଶିତ ଘଟଣାକ୍ରମରେ ସାଂସଦ ପଦରୁ ଇସ୍ତଫା ଦେଇଥିବା ଟିଏମସସି ନେତା ଦୀନେଶ ତ୍ରିବେଦୀ ଆଜି ବିଜେପିରେ ମିଶିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରୀମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ଶ୍ରୀ ତ୍ରିବେଦୀ ଆଜି ପଦ୍ମ ଧରିଛନ୍ତି। ତାଙ୍କୁ ଜେପି ନଡ୍ଡା ଦଳରେ ସାମିଲ ହେବାର ପ୍ରମାଣପତ୍ର ମଧ୍ୟ ଦେଇଛନ୍ତି। ଦୀନେଶ ତ୍ରିବେଦୀ ବିଜେପିରେ ମିଶିବା ପରେ କହିଛନ୍ତି, ଏହା ମୋ ପାଇଁ ସ୍ୱର୍ଣ୍ଣିମ ମୁହୂର୍ତ୍ତ। ଏହି ସମୟ ପାଇଁ […]

author-image
Hemant Lenka
ଅଦ୍ୟତନ ହୋଇଛି
ବିଜେପିରେ ମିଶିଲେ ଟିଏମସିର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ

BJP

ନୂଆଦିଲ୍ଲୀ: କିଛିଦିନ ତଳେ ରାଜ୍ୟସଭାରୁ ଅପ୍ରତ୍ୟାଶିତ ଘଟଣାକ୍ରମରେ ସାଂସଦ ପଦରୁ ଇସ୍ତଫା ଦେଇଥିବା ଟିଏମସସି ନେତା ଦୀନେଶ ତ୍ରିବେଦୀ ଆଜି ବିଜେପିରେ ମିଶିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରୀମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ଶ୍ରୀ ତ୍ରିବେଦୀ ଆଜି ପଦ୍ମ ଧରିଛନ୍ତି। ତାଙ୍କୁ ଜେପି ନଡ୍ଡା ଦଳରେ ସାମିଲ ହେବାର ପ୍ରମାଣପତ୍ର ମଧ୍ୟ ଦେଇଛନ୍ତି।

Advertisment

ଦୀନେଶ ତ୍ରିବେଦୀ ବିଜେପିରେ ମିଶିବା ପରେ କହିଛନ୍ତି, ଏହା ମୋ ପାଇଁ ସ୍ୱର୍ଣ୍ଣିମ ମୁହୂର୍ତ୍ତ। ଏହି ସମୟ ପାଇଁ ମୁଁ ଦୀର୍ଘ ସମୟ ହେଲା ଅପେକ୍ଷା କରିଥିଲି। ନଡ୍ଡାଜୀ ଓ ମୋ ବନ୍ଧୁମାନେ ମୁଁ ଏହି ସମୟକୁ ଅପେକ୍ଷା କରିଥିଲି ବୋଲି ଭଲ ଭାବେ ଜାଣିଛନ୍ତି। ମୁଁ କେବେ ହେଲେ ବିଚାରଧାରକୁ ଭୁଲେ ନାହିଁ। ଦେଶ ମୋ ପାଇଁ ସବୁଠାରୁ ଉପରେ। ସମସ୍ତେ ଭଲ ଭାବେ ଜାଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ହିଁ ଦେଶକୁ ସୁରକ୍ଷିତ ରଖିପାରିବ। ତେଣୁ ମୁଁ ଆଜି ବିଜେପିରେ ମିଶିଛି ବୋଲି ସେ କହିଛନ୍ତି।

କ’ଣ ବିଜେପି ତାଙ୍କୁ ନିର୍ବାଚନରେ ଟିକେଟ ଦେବ କି ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ବେଙ୍ଗଲ ଟିଏମସିକୁ ପ୍ରତ୍ୟାଖ୍ୟାନ କରିଛି। ସେମାନେ ବିକାଶ ଚାହାନ୍ତି। ଦୁର୍ନୀତି ଓ ହିଂସାକୁ ପ୍ରଶୟ ଦେବାକୁ ସେମାନେ ଚାହାନ୍ତି ନାହିଁ। ସେମାନେ ପରିବର୍ତ୍ତନ ପାଇଁ ରାଜି। ରାଜନୀତି ଖେଳ ନୁହେଁ। ସେ(ମମତା ବାନାର୍ଜୀ) ଖେଳିବା ବେଳେ ନିଜର ଆଦର୍ଶକୁ ଭୁଲି ଯାଉଛନ୍ତି ବୋଲି ତ୍ରିବେଦୀ କହିଛନ୍ତି।

Advertisment

ଜେପି ନଡ୍ଡା ମଧ୍ୟ ତ୍ରିବେଦୀଙ୍କୁ ଶୁଭେଚ୍ଛା ଜଣାଇ ଦଳକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଦିନେଶ ତ୍ରିବେଦୀ ଜଣ ଠିକ ଲୋକ ଯିଏ ଭୁଲ ପାର୍ଟିରେ ଥିଲେ। ବର୍ତ୍ତମାନ ସେ ଠିକ୍‌ ପାର୍ଟିରେ ମିଶିଛନ୍ତି।

ସୂଚନାଯୋଗ୍ୟ, ସଂସଦର ବଜେଟ ଅଧିବେଶନ ବେଳେ ଦୀନେଶ ତ୍ରିବେଦୀ ଜାନୁଆରୀ ୧୨ରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ପ୍ରଶାନ୍ତ କିଶୋରଙ୍କ ଦବଦବା ଟିଏମସିରେ ବଢ଼ୁଥିବାରୁ ସେ ଦଳ ଛାଡ଼ିଥିବା ମଧ୍ୟ ପରୋକ୍ଷରେ ସୂଚନା ଦେଇଥିଲେ।

West Bengal Assembly Election