/odisha-reporter/media/post_attachments/uploads/2022/08/iop-1.jpg)
iop
ରାଜକୋଟ: ୪୦୦୦ ଲିଟର ନକଲି କ୍ଷୀର ଜବତ। ଗୁଜରାଟର ରାଜକୋଟର ଏକ ଚେକପୋଷ୍ଟରୁ ଏକ ଟ୍ରକ୍ରେ ଏହି କ୍ଷୀର ଚାଲାଣ ହେଉଥିଲା ବେଳେ ଅଟକ ରଖାଯାଇଛି। ଯାନବାହନ ଯାଞ୍ଚ ବେଳେ ଏହି ଟ୍ରିକକୁ ଅଟକ ରଖାଯାଇଥିଲା। ତେବେ ଯାଞ୍ଜ ବେଳେ କ୍ଷୀର ଟ୍ୟାଙ୍କରେ ନକଲି ଥିବା ଜଣାଡ଼ିଛି। ଏଥିରେ କେମିକାଲ ଯଥା ସଲଫେଟ୍, ଫସଫେଟସ୍, କାର୍ବୋନେଟ ଅଏଲ ଆଦି ଅପମିଶ୍ରଣ କରାଯାଉଥିବା କୁହାଯାଇଛି ।
ଏ ସମ୍ପର୍କରେ ରାଜକୋଟ ଡିସିପି ପ୍ରବୀଣ କୁମାର ମିନା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ୪ ମାସ ହେବ ହେବ ନକଲି କ୍ଷୀର ବେପାର ହେଉଥିବା ଅଭିଯୋଗ ଆସିଥିଲା। ଏହା ପରେ ପୁଲିସ ଅଧିକାରୀ ଏହି ବେଆଇନ କାରବାର ଉପରେ ସମ୍ପୂର୍ଣ୍ଣ ନିଘା ରଖିଥିଲେ। ଏହା ପରେ ପୁଲିସ ଯାଞ୍ଚ କରି ପରିବହନକାରୀ ସଂସ୍ଥାର ଠିକଣା ପାଇଥିଲେ। ଏହା ପରେ ଉକ୍ତ ବେଆଇନ କାର୍ଯ୍ୟକଳାପର ପର୍ଦ୍ଦାଫାଶ କରିଥିଲା ପୁଲିସ।
ଗତକାଲି ରାଜ୍ୟର ଏକ ପ୍ରମୁଖ କ୍ଷୀର କମ୍ପାନୀ କ୍ଷୀର ଦର ବୃଦ୍ଧି କରିଛି। ଉଭୟ ଅମୁଲ ଏବଂ ମଦେର ଡାଇରି କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଛନ୍ତି। ଏବେ ନୂଆ ମୂଲ୍ୟ ଅନୁସାରେ ଅହମ୍ମଦାବାଦରେ ଅମୁଲ ଗୋଲଡ୍ ୫୦୦ ଗ୍ରାମକୁ ୩୧ ଟଙ୍କା ଥିବା ବେଳେ, ଅମୁଲ ତାଜା ୫୦୦ ଗ୍ରାମକୁ ୨୫ ଟଙ୍କା ଏବଂ ଅମୁଲ ଶକ୍ତିର ଦାମ ୫୦୦ ଗ୍ରାମକୁ ୨୮ ଟଙ୍କା ରହିଛି। ଗତକାଲି କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ପାଇଥିବା ବେଳେ ଏମଆରପିରେ ୪ ପ୍ରତିଶତ ବୃଦ୍ଧି ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
