Advertisment

ଖାଦ୍ୟ ସାମଗ୍ରୀ ମହଙ୍ଗା ବେଳେ ଘର ଭଡ଼ା ମାଗଣା

କାବୁଲ: ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନରେ ସ୍ଥିତି ଏବେ ବିପଦ ମୁହାଁ ଗତି କରୁଛି। କାରଣ ଦେଶରେ ଏବେ ଅର୍ଥ ବ୍ୟବସ୍ଥା ଭୁଶୁଡି ପଡ଼ିଛି। ଦର ଦାମ ଆକାଶ ଛୁଆଁ ହୋଇସାରିଛି। କାବୁଲ ବିମାନ ବନ୍ଦର ଭିତରେ ଗୋଟିଏ ଲିଟର ପାଣି ବୋତଲର ଦାମ ୩ ହଜାର ଟଙ୍କା ହୋଇଥିବା ବେଳେ ଭାତ ପ୍ଲେଟ ପିଛା ୭ ହଜାର ଟଙ୍କା ହୋଇଛି। ଏହାରି ଭିତରେ କିନ୍ତୁ ଏକ ରୋଚକ ଖବର ସାମ୍ନାକୁ ଆସିଛି ଯେ ଆଫଗାନିସ୍ତାନରେ ଏବେ ରହିବା […]

ଅଦ୍ୟତନ ହୋଇଛି
ଖାଦ୍ୟ ସାମଗ୍ରୀ ମହଙ୍ଗା ବେଳେ ଘର ଭଡ଼ା ମାଗଣା

aphghan-room-free

Advertisment

କାବୁଲ: ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନରେ ସ୍ଥିତି ଏବେ ବିପଦ ମୁହାଁ ଗତି କରୁଛି। କାରଣ ଦେଶରେ ଏବେ ଅର୍ଥ ବ୍ୟବସ୍ଥା ଭୁଶୁଡି ପଡ଼ିଛି। ଦର ଦାମ ଆକାଶ ଛୁଆଁ ହୋଇସାରିଛି। କାବୁଲ ବିମାନ ବନ୍ଦର ଭିତରେ ଗୋଟିଏ ଲିଟର ପାଣି ବୋତଲର ଦାମ ୩ ହଜାର ଟଙ୍କା ହୋଇଥିବା ବେଳେ ଭାତ ପ୍ଲେଟ ପିଛା ୭ ହଜାର ଟଙ୍କା ହୋଇଛି। ଏହାରି ଭିତରେ କିନ୍ତୁ ଏକ ରୋଚକ ଖବର ସାମ୍ନାକୁ ଆସିଛି ଯେ ଆଫଗାନିସ୍ତାନରେ ଏବେ ରହିବା ପାଇଁ କୌଣସି ପଇସା ଦେବାକୁ ପଡ଼ୁ ନାହିଁ। ଘର ମାଲିକମାନେ ମାଗଣାରେ ରହିବାକୁ ଅନୁରୋଧ କରୁଛନ୍ତି ବୋଲି ସୂଚନା ରହିଛି। ଆର୍ଥିକ ସ୍ଥିତି ଦୟନୀୟ ହୋଇଯାଇଥିବା ବେଳେ ଆଫଗାନବାସୀ କାହିଁକି ମାଗଣାରେ ଘର ଭଡ଼ା ଦେଉଛନ୍ତି ତାହା ଏବେ ଚପଳ ସୃଷ୍ଟି କରିଛି।

Advertisment

ଅଗଷ୍ଟ ୧୫ପରେ ଆଫଗାନିସ୍ତାନରେ ବ୍ୟାଙ୍କିଙ୍ଗ୍ ସେବା ଠପ୍ ହୋଇପଡ଼ିଛି। ସେଠିକାର ଲୋକମାନେ ନଗଦ ପଇସା ପାଇଁ ଏଟିଏମ୍ ଆଗରେ ଧାଡ଼ି ଧରି ଛିଡ଼ା ହେଉଛନ୍ତି। ବ୍ୟାଙ୍କ ବାହାରେ ମଧ୍ୟ ଲୋକଙ୍କ ଗହଳି ରହିଛି। ଏବେ କିନ୍ତୁ ଅଧିକାଂଶ ଏଟିଏମ ଖାଲି ହୋଇଯାଇଛି। ଲୋକଙ୍କ ପାଖରେ ଯେଉଁ ନଗଦ ଟଙ୍କା ଥିଲା ତାହା ମଧ୍ୟ ଖାଲି ହୋଇଯାଇଛି।

ପ୍ରଥମରୁ ଆଫଗାନିସ୍ତାନରେ ଆର୍ଥିକ ସ୍ଥିତି ଦୟନୀୟ ରହିଥିବା ବେଳେ ଏବେର ସ୍ଥିତି ଆହୁରି ଜଟିଳ କରି ଦେଇଛି। ତେବେ ଦେଶର ମୋଟ୍ ଅଭିବୃଦ୍ଧିରୁ ୧୦ ପ୍ରତିଶତ ବିଦେଶରୁ ଆସୁଥିବା ସାହାଯ୍ୟ ଟଙ୍କା ବୋଲି ଜଣାପଡ଼ିଛି। ବିଶ୍ୱ ବ୍ୟାଙ୍କ ଅନୁସାରେ ଆଫଗାନିସ୍ତାନର ମୋଟ୍ ଅଭିବୃଦ୍ଧିରୁ ୪୦ ପ୍ରତିଶତ ବିଦେଶୀ ମୁଦ୍ରା ପାଇଁ ସମ୍ଭବ ହୋଇଛି। ଏବେ କିନ୍ତୁ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଆମେରିକା, ଜର୍ମାନୀ ଏବଂ ଅନ୍ୟାନ୍ୟ ପଶ୍ଚିମ ଦେଶରୁ ଯେଉଁ ଟଙ୍କା ଆସୁଥିଲା ସେଥିରେ ରୋକ୍ ଲାଗିଛି।

Advertisment

ଗୋଟିଏ ପଟେ ଦେଶର ଅର୍ଥ ବ୍ୟବସ୍ଥା ବିଗିଡ଼ି ଯାଇଛି। ଲୋକମାନେ ଏଟିଏମ ଏବଂ ବ୍ୟାଙ୍କ ଆଗରେ ଲମ୍ୱା ଲାଇନରେ ଛିଡ଼ା ହୋଇଛନ୍ତି। ବିଦେଶୀ ମାନେ ତାଲିବାନ ଭୟରେ ନିଜ ନିଜ ଦେଶକୁ ପଳାଉଛନ୍ତି। ତେଣୁ ଆଫଗାନ ବାସିନ୍ଦା ଖାଲି ପଡ଼ିଥିବା ଘରକୁ ମାଗଣାରେ ରହିବାକୁ ଦେଉଛନ୍ତି। କାରଣ ଲୋକେ ନରହିଲେ ଜଙ୍ଗଲ ଭିତରେ ଦୀର୍ଘ ୨୦ ବର୍ଷ ହେବ ରହି ଆସୁଥିବା ଏହି ତାଲିବାନୀ ଘର ଫାଙ୍କା ଥିବା ଦେଖି ବଳ ପୂର୍ବକ ରହିଯାଇ ପାରନ୍ତି। ତେଣୁ ଏବେ ଆଫଗାନିସ୍ତାନରେ ଭଡ଼ା ଘରେ ରହିବା ପାଇଁ ପଇସା ଦେବାକୁ ପଡ଼ୁନି ବୋଲି ଜଣାପଡ଼ିଛି। ଆମେରିକାର 'ଦ ଓ୍ୱାଲ ଷ୍ଟ୍ରିଟ୍ ଜନରାଲ'ର ରିପୋର୍ଟ ଅନୁଯାୟୀ କିଛି ଘର ମାଲିକ ନିଜ ଘରକୁ ମାଗଣାରେ ରହିବାକୁ ଦେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe