Advertisment

ସୋମବାର ଠାରୁ ଆରମ୍ଭ ହେବ ଅନଲକ୍‌ ପ୍ରକ୍ରିୟା, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନାର ପ୍ରକୋପ ରାଜଧାନୀ ଦିଲ୍ଲୀରେ ହ୍ରାସ ପାଇବାରେ ଲାଗିଛି। ପଜିଟିଭିଟି ରେଟ୍‌ ୨% ତଳକୁ ଆସି ଯାଇଥିବାରୁ ଦିଲ୍ଲୀ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ଗୋଟିଏ ମାସ ହେଲାଣି ଦିଲ୍ଲୀବାସୀ ଲକଡାଉନରେ ଅଛନ୍ତି। ଲକଡାଉନ ଲାଗୁ ହେବା  ପରଠାରୁ ରାଜଧାନୀରେ ସଂକ୍ରମଣ କମିବା ଆରମ୍ଭ ହୋଇଥିଲା। ଏବେ ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ଥିବାରୁ ସୋମବାର ଠାରୁ ଅନଲକ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା […]

author-image
Hemant Lenka
ଅଦ୍ୟତନ ହୋଇଛି
ସୋମବାର ଠାରୁ ଆରମ୍ଭ ହେବ ଅନଲକ୍‌ ପ୍ରକ୍ରିୟା, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

Delhi

ନୂଆଦିଲ୍ଲୀ: ମହାମାରୀ କରୋନାର ପ୍ରକୋପ ରାଜଧାନୀ ଦିଲ୍ଲୀରେ ହ୍ରାସ ପାଇବାରେ ଲାଗିଛି। ପଜିଟିଭିଟି ରେଟ୍‌ ୨% ତଳକୁ ଆସି ଯାଇଥିବାରୁ ଦିଲ୍ଲୀ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ଗୋଟିଏ ମାସ ହେଲାଣି ଦିଲ୍ଲୀବାସୀ ଲକଡାଉନରେ ଅଛନ୍ତି।

Advertisment

ଲକଡାଉନ ଲାଗୁ ହେବା  ପରଠାରୁ ରାଜଧାନୀରେ ସଂକ୍ରମଣ କମିବା ଆରମ୍ଭ ହୋଇଥିଲା। ଏବେ ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ଥିବାରୁ ସୋମବାର ଠାରୁ ଅନଲକ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆଲୋଚନା କରିଥିଲେ।

ଏହାପରେ ସେ କହିଛନ୍ତି ଯେ ମେ’ ୩୧ ତାରିଖରୁ ବ୍ୟବସାୟ ପାଇଁ କୋହଳ ନୀତି ଅବଲମ୍ବନ କରାଯିବ। ସୋମବାର ଠାରୁ ସହରରେ ନିର୍ମାଣ ଓ ଫ୍ୟାକ୍ଟ୍ରୀ କାମକୁ ଗୋଟିଏ ସପ୍ତାହ ପାଇଁ ଅନୁମତି ଦିଆଯିବ। ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଲକଡାଉନ ସୋମବାର ଭୋର ୫ଟାରେ ଶେଷ ହେବ।

Advertisment

ଏହାପରେ ଆମେ ଅନଲକ ପ୍ରକ୍ରିୟା ଆରମ୍ଭ କରିବୁ। କର୍ମଚାରୀଙ୍କ ସଂଖ୍ୟାକୁ ଧ୍ୟାନରେ ରଖି ସୋମବାର ଠାରୁ ଫ୍ୟାକ୍ଟ୍ରୀ ଓ ନିର୍ମାଣ କାମ ଆରମ୍ଭ କରିବାକୁ ଅନୁମତି ମିଳିବ। ଏବେ ଦିଲ୍ଲୀର ପଜିଟିଭିଟି ରେଟ୍‌ ୧.୫% ରହିଛି ଓ ଗତ ୨୪ ଘଣ୍ଟାରେ ପ୍ରାୟ ୧୧ଶହ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏପ୍ରିଲ ମାସରେ ଦିଲ୍ଲୀର ପଜିଟିଭିଟି ରେଟ୍‌ ୩୧% ଥିବା ବେଳେ ଏବେ ଏହା ୧.୫%କୁ ଖସି ଆସିଥିବା ସେ କହିଛନ୍ତି।

କେଜ୍ରିୱାଲ ଆହୁରି କହିଛନ୍ତି, ଲକଡାଉନକୁ ଆମେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରିପାରିବୁ ନାହିଁ। କାରଣ ଲୋକମାନେ ବ୍ୟବସାୟ ବନ୍ଦ ଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଆଗାମୀ ଦିନରେ କେଉଁ ବ୍ୟବସାୟ ଖୋଲିବ ଓ କେଉଁ ଗୁଡ଼ିକ ବନ୍ଦ ରଖାଯିବ, ତା’ର ନିଷ୍ପତ୍ତି ହେବ। କିନ୍ତୁ ଯଦି ରିଓପନ ଟିକାକରଣ ଉପରେ ନିର୍ଭର କରିବ, ତା’ହେଲେ ଆମେ ନିଜେ ବି ଜାଣିନୁ କେବେ ସମସ୍ତଙ୍କୁ ଟିକାକରଣ କରାଯାଇ ପାରିବ ବୋଲି କେଜ୍ରିୱାଲ କହିଛନ୍ତି।

Delhi Arvind Kejriwal Unlock India