Advertisment

୧ରୁ ଖୋଲିବ ସ୍କୁଲ, ଆସିଲା ନୂଆ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ପହିଲାରୁ ରାଜଧାନୀରେ ଖୋଲିବ ସ୍କୁଲ। ନବମରୁ ଦ୍ୱାଦଶ ଯାଏ ସ୍କୁଲ, କଲେଜ, ୟୁନିଭୟସିଟି, କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ ଆଦି ଖୋଲିବ। ଏଥିସହ ଆସନ୍ତା ୮ ସେପ୍ଟେମ୍ବରରୁ ଷଷ୍ଠରୁ ଅଷ୍ଟମ ଯାଏ ଛାତ୍ରଛାତ୍ରୀ ସ୍କୁଲ ଆସିବେ। ଅଭିଭାବକଙ୍କ ମଞ୍ଜୁରୀ ମିଳିବା ପରେ ହିଁ ପିଲମାନେ ସ୍କୁଲ ଆସିବେ। ଏନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି। କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ ଖୋଲିବା ନେଇ ଆଜି ଡିଡିଏମ୍‌ଏ ଏସ୍‌ଓପି ଜାରି କରିଛି। […]

ଖୋଲିବ ଏକାଦଶ ଓ ଅଷ୍ଟମ ଶ୍ରେଣୀ, ଆସିଲା ଗାଇଡ୍‌ଲାଇନ୍‌

Class Room

Advertisment

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ପହିଲାରୁ ରାଜଧାନୀରେ ଖୋଲିବ ସ୍କୁଲ। ନବମରୁ ଦ୍ୱାଦଶ ଯାଏ ସ୍କୁଲ, କଲେଜ, ୟୁନିଭୟସିଟି, କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ ଆଦି ଖୋଲିବ। ଏଥିସହ ଆସନ୍ତା ୮ ସେପ୍ଟେମ୍ବରରୁ ଷଷ୍ଠରୁ ଅଷ୍ଟମ ଯାଏ ଛାତ୍ରଛାତ୍ରୀ ସ୍କୁଲ ଆସିବେ। ଅଭିଭାବକଙ୍କ ମଞ୍ଜୁରୀ ମିଳିବା ପରେ ହିଁ ପିଲମାନେ ସ୍କୁଲ ଆସିବେ।

Advertisment

ଏନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି। କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ ଖୋଲିବା ନେଇ ଆଜି ଡିଡିଏମ୍‌ଏ ଏସ୍‌ଓପି ଜାରି କରିଛି। ନୂଆ ନିୟମ ଅନୁଯାୟୀ, ପ୍ରତି କ୍ଲାସ ରମରେ ୫୦ ପ୍ରତିଶତ ହିଁ ପିଲା ବସିବା କ୍ଷମତା ରହିବ। ସେହିପରି ପ୍ରତିଟି କ୍ଲାସରେ ସୋଶାଲ ଡିଷ୍ଟାସିଙ୍ଗ ପାଇଁ ଭିନ୍ନ ଭିନ୍ନ ସମୟର ଫର୍ମୁଲା ରହିବ। ସକାଳ ଏବଂ ମଧ୍ୟାହ୍ନ ସିଫ୍ଟ ସ୍କୁଲରେ ଉଭୟ ସିଫ୍ଟ ମଧ୍ୟରେ ଅତି କମ୍‌ରେ ଏକ ଘଣ୍ଟାର ଗ୍ୟାପ୍‌ ରହିବ।

ପିଲାମାନଙ୍କୁ ସେମାନଙ୍କର ଖାଦ୍ୟ, ବହି ଏବଂ ଅନ୍ୟାନ୍ୟ ଷ୍ଟେସନାରୀ ଜିନିଷ ପରସ୍ପର ସହ ନବାଣ୍ଟିବା ପାଇଁ ପରାମର୍ଶ ଦିଆଯାଇଛି। ଏକା ସମୟରେ ଲଞ୍ଚ ବ୍ରେକ ନକରି ଭିନ୍ନ ଭିନ୍ନ ସମୟରେ ଏବଂ ଖୋଲା ସ୍ଥାନରେ ଲଞ୍ଚ ବ୍ରେକ କରିବା ପାଇଁ ପରାମର୍ଶ ଦିଆଯାଇଛି। ସ୍କୁଲ ଭିତରେ ପିଲାମାନେ ଯେପରି ଗୋଟିଏ ସିଟ୍‌ ଛାଡି ବସିବେ ସେହିପରି ବ୍ୟବସ୍ଥା କରିବାକୁ କୁହାଯାଇଛି। ଅଭିଭାବକମାନେ ଅନୁମତି ଦେବା ପରେ ହିଁ ପିଲା ସ୍କୁଲ ଆସିବେ। ଯଦି ଅଭିଭାବକମାନେ ପିଲାଙ୍କୁ ସ୍କୁଲ ପଠାଇବାକୁ ମନେ କରିବେ ସେମାନଙ୍କୁ ବାଧ୍ୟ କରାଯିବ ନାହିଁ।

Advertisment

କ୍ୱାରେଣ୍ଟାଇନ ଅଞ୍ଚଳରେ ରହୁଥିବା ଶିକ୍ଷକ ତଥା ଛାତ୍ରଛାତ୍ରୀ ସ୍କୁଲ ଆସିପାରିବେ ନାହିଁ। ସ୍କୁଲ ପରିସରରେ ଗୋଟିଏ କ୍ୱାରେଣ୍ଟାଇନ୍‌ ରୁମ୍‌ ରହିବ। ସ୍କୁଲକୁ ନିୟମିତ ରୂପେ ସାନିଟାଇଜ କରାଯିବ। ଏଥିସହ ସ୍କୁଲ ଶୌଚାଳୟରେ ମଧ୍ୟ ସାବୁନ ଏବଂ ପାଣିର ବ୍ୟବସ୍ଥା ଥିବା ଜରୁରୀ। ସ୍କୁଲ ପରିସରରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜେସନ ଏବଂ ମାସ୍କ ଆଦି ଉପଲବ୍ଧ ରହିବା। ସ୍କୁଲ ପ୍ରବେଶ ଗେଟ୍‌ରେ ବିନା ଥର୍ମାଲ ସ୍କ୍ରିନିଂରେ ସ୍କୁଲକୁ ଏଣ୍ଟ୍ରି ମିଳିବ ନାହିଁ। ପିଲାଙ୍କ ସମେତ ସ୍କୁଲ ଷ୍ଟାଫମାନେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ବିଦ୍ୟାଳୟ ମୁଖ୍ୟମାନେ ସ୍କୁଲକୁ ଆସୁଥିବା ସମସ୍ତ ଶିକ୍ଷକ ଏବଂ କର୍ମଚାରୀଙ୍କ ଟୀକାକରଣ ହୋଇଛି ନା ନାହିଁ ସେଥିପ୍ରତି ମଧ୍ୟ ଦେବେ।

ସୂଚନା ମୁତାବକ, ରାଜଧାନୀ ଦିଲ୍ଲୀରେ ଧୀରେ ଧୀରେ ଏବେ କରୋନା ମାମଲା କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସେଠାରେ ପୂର୍ବରୁ ଲକଡାଉନ ହଟାଇ ସାରିଛନ୍ତି। ମଲ୍‌, ସିନେମା ହଲ୍‌ ପରେ ଏବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଗାଇଡଲାଇନ୍‌ ପାଳନ କରି ସମସ୍ତ ସ୍କୁଲ ଖୋଲିବାକୁ ଦିଲ୍ଲୀ ସରକାର ପରାମର୍ଶ ଦେଇଛନ୍ତି।

Covid19 School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe