Advertisment

ରାଜ୍ୟବାସୀଙ୍କୁ ଉପହାର ଦେଲେ ନୂଆ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ କମିବ ପେଟ୍ରୋଲ ଦର। ରାଜ୍ୟବାସୀଙ୍କୁ ଉପହାର ଦେଇଛନ୍ତି ନୂଆ ସରକାର। ତୈଳ ଉପରରୁ ରାଜ୍ୟ ସରକାର ଭାଟ ହ୍ରାସ ନେଇ ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ତୈଳ ଉପରୁ ଭାଟ ହ୍ରାସ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ପରେ ଏମିତି ଏକ ବଡ଼ ଘୋଷଣା କରିଛନ୍ତି ସିନ୍ଦେ। ଦେଶର ଅଧିକାଂଶ ବିଜେପି ଶାସିତ ରାଜ୍ୟ ତେଲ ଉପରେ ଟ୍ୟାକ୍ସ ହ୍ରାସ କରିଥିବା ବେଳେ ବିରୋଧୀ […]

ଅଦ୍ୟତନ ହୋଇଛି
ଦୁଇ ଦିନ ପେଟ୍ରୋଲ ପମ୍ପ ସନ୍ଧ୍ୟାରୁ ସକାଳ ବନ୍ଦ

Petrol-9

Advertisment

ମୁମ୍ବାଇ: ମହାରାଷ୍ଟ୍ରରେ କମିବ ପେଟ୍ରୋଲ ଦର। ରାଜ୍ୟବାସୀଙ୍କୁ ଉପହାର ଦେଇଛନ୍ତି ନୂଆ ସରକାର। ତୈଳ ଉପରରୁ ରାଜ୍ୟ ସରକାର ଭାଟ ହ୍ରାସ ନେଇ ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ତୈଳ ଉପରୁ ଭାଟ ହ୍ରାସ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ପରେ ଏମିତି ଏକ ବଡ଼ ଘୋଷଣା କରିଛନ୍ତି ସିନ୍ଦେ।

Advertisment

ଦେଶର ଅଧିକାଂଶ ବିଜେପି ଶାସିତ ରାଜ୍ୟ ତେଲ ଉପରେ ଟ୍ୟାକ୍ସ ହ୍ରାସ କରିଥିବା ବେଳେ ବିରୋଧୀ ଶାସକମାନେ ଏହି ଫର୍ମୁଲା ଆପଣାଇବାକୁ ଅମଙ୍ଗ ହୋଇଛନ୍ତି। ଗତ ବଷ ନଭେମ୍ବର ମାସରେ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରୁ ଯଥାକ୍ରମେ ୫ ଓ ୧୦ ଟଙ୍କା  ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ କରିଥିଲେ। ଅଧିକାଂଶ ବିଜେପି ଶାସିତ ରାଜ୍ୟ ମଧ୍ୟ ତେଲ ଉପରୁ ଭାଟ  ହ୍ରାସ କରିଛନ୍ତି।

ତେଲ ଦର ଆକାଶ ଛୁଆଁ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଟ ହ୍ରାସ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ  ଅପିଲ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ବିରୋଧୀ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସିନ୍ଦେ ସରକାର ଆସିବା ପରେ ସେ ତୈଳ ଦର ଉପରୁ ଭାଟ ହ୍ରାସ ନେଇ ଘୋଷଣା କରିଛନ୍ତି।

Advertisment

ଆଜି ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ‘ଫ୍ଲୋର୍‌ ଟେଷ୍ଟ୍‌’ରେ ସ‌ିନ୍ଦେ ସରକାର୧୬୪ ଭୋଟ୍‌ ପାଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ‘ଫ୍ଲୋର୍‌ ଟେଷ୍ଟ୍‌’ରେ ‘ମହା ବିକାଶ ଅଘାଡ଼ି’ ସପକ୍ଷରେ ୯୯ ଭୋଟ୍‌ ମିଳିଛି। ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ସଂଖ୍ୟାଗରିଷ୍ଠତା (ଫ୍ଲୋର୍‌ ଟେଷ୍ଟ୍‌) ପ୍ରମାଣ କରିବା ପାଇଁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କର ସମର୍ଥକ ବିଧାୟକମାନଙ୍କୁ ଧରି ବିଧାନସଭାରେ ପହଞ୍ଚିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe