Advertisment

ଇସ୍ରାଏଲ ପରେ ଆମେରିକା ମାସ୍କ ଉପରୁ କଟକଣା ହଟାଇଲା

ଓ୍ୱାଶିଂଟନ: କରୋନାରେ ସର୍ବାଧିକ କ୍ଷତି ହୋଇଥିବା ଦେଶ ହେଉଛି ଆମେରିକା। ଏବେ ଏହି ଦେଶର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ଘୋଷଣା କରିଛନ୍ତି। ଯାହାକି ଦେଶବାସୀଙ୍କୁ ଆଶ୍ୱସ୍ତି ଦେଇଛି। ସେ କହିଛନ୍ତି ଯେଉଁମାନେ ଦୁଇଟି ଟିକା ନେଇସାରିଛନ୍ତି ସେମାନେ ବିନା ମାସ୍କରେ ବାହାରକୁ ବାହାରି ପାରିବେ। ଆଉ ସେ ଯେହେତୁ ଦୁଇଟି ଯାକ ଟିକା ନେଇ ସାରିଛନ୍ତି ତେଣୁ ଆଜି ଏହି ଘୋଷଣା କରିବା ବେଳେ ବିନା ମାସ୍କରେ ମିଡିଆ ଆଗକୁ ଆସିଥିଲେ। ଖାଲି ଏତିକି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଇସ୍ରାଏଲ ପରେ ଆମେରିକା ମାସ୍କ ଉପରୁ କଟକଣା ହଟାଇଲା

baiden-haris

ଓ୍ୱାଶିଂଟନ: କରୋନାରେ ସର୍ବାଧିକ କ୍ଷତି ହୋଇଥିବା ଦେଶ ହେଉଛି ଆମେରିକା। ଏବେ ଏହି ଦେଶର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ଘୋଷଣା କରିଛନ୍ତି। ଯାହାକି ଦେଶବାସୀଙ୍କୁ ଆଶ୍ୱସ୍ତି ଦେଇଛି। ସେ କହିଛନ୍ତି ଯେଉଁମାନେ ଦୁଇଟି ଟିକା ନେଇସାରିଛନ୍ତି ସେମାନେ ବିନା ମାସ୍କରେ ବାହାରକୁ ବାହାରି ପାରିବେ। ଆଉ ସେ ଯେହେତୁ ଦୁଇଟି ଯାକ ଟିକା ନେଇ ସାରିଛନ୍ତି ତେଣୁ ଆଜି ଏହି ଘୋଷଣା କରିବା ବେଳେ ବିନା ମାସ୍କରେ ମିଡିଆ ଆଗକୁ ଆସିଥିଲେ। ଖାଲି ଏତିକି ନୁହେଁ ସାମାଜିକ ଦୂରତା ରକ୍ଷା କରିବା ଉପରେ ମଧ୍ୟ ଥିବା କଟକଣାକୁ ହଟାଇଛନ୍ତି ସରକାର। ଏପରି କରି ମାସ୍କ ଉପରୁ ପ୍ରତିବନ୍ଧକ ହଟାଇବା ଦେଶ ମଧ୍ୟରେ ଆମେରିକା ବିଶ୍ୱରେ ଦ୍ୱିତୀୟ ଦେଶ ହୋଇଛି। ପ୍ରଥମେ ଇସ୍ରାଏଲ ମାସ୍କ ଉପରୁ କଟକଣା ହଟାଇଛି

Advertisment

ଆମେରିକାର ସେଣ୍ଟର ଫର ଡିଜିଜ କହିଛି ଯେ ଦେଶରେ ଏକ ବୃହତ ଜନସଂଖ୍ୟାର ଟିକାକରଣ କରାଯାଇଛି। ତଥାପି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା। ସିଡିସିର ଏହି ଘୋଷଣା ପରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସ୍ ଗୁରୁବାର ରୋଜ ଗାର୍ଡେନରେ ସାମ୍ବାଦିକମାନଙ୍କ ସହ ଏ ବାବଦରେ କଥା ହୋଇଥିଲେ। ଆଉ ଉଭୟ ବିନା ମାସ୍କରେ ଥିଲେ। ଏହି ସମୟରେ ବାଇଡେନ କହିଛନ୍ତି, ଏହା ଏକ ବଡ ସଫଳତା। ଆଜି ଆମେରିକା ପାଇଁ ଗୋଟିଏ ବଡ ଦିନ। ଦେଶରେ ଯେହେତୁ ଅଧିକାଂଶ ଲୋକ ଟିକା ନେଇ ସାରିଲେଣି ତେଣୁ ସିଡିସି ମାସ୍କ ଉପରୁ ସର୍ତ୍ତମୂଳକ ପ୍ରତିବନ୍ଧକ ହଟାଇବାକୁ କହିଛି।

ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଯଦି ଜଣେ ଦୁଇଟି ଯାକ ଡୋଜ ନେଇଛନ୍ତି,  ତାହେଲେ ଜଣେ ଦୀର୍ଘ ସମୟ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। ହେଲେ ଜଣେ ଟିକା ନେଇ ନଥିଲେ ମାସ୍କ ପିନ୍ଧିବା ଆବଶ୍ୟକ। ବିାଇଡେନ କହିଛନ୍ତି ଯେ ମାତ୍ର ୧୧୪ ଦିନରେ ୨୫୦ ନିୟୁତ ଟିକା ଲୋକଙ୍କୁ ଦିଆଯାଇଛି।

Advertisment

ବାଇଡେନ କହିଛନ୍ତି, ଟିକା ନେବାର ଫଳାଫଳ ମଧ୍ୟ ଆସିଛି। ୫୦ଟି ରାଜ୍ୟ ମଧ୍ୟରୁ ୪୯ଟିରେ ସଂକ୍ରମିତ ହାର କମିଛି। ଅନ୍ୟ ଦେଶରେ କରୋନା ମାରାତ୍ମକ ରହିଛି। ଆମେରିକା ବିଶ୍ୱର ସର୍ବାଧିକ ପ୍ରଭାବିତ ହୋଇସାରିଛି। ଯଦିଓ ସିଡିସି ମାସ୍କକୁ ଅନିର୍ବାର୍ଯ୍ୟ ତାଲିକାରେ ରଖି ନାହାନ୍ତି ହେଲେ ଯେଉଁ ସ୍ଥାନରେ ଟିକାକରଣ କମ୍ ରହିଛି ସେଠିକାର ଲୋକମାନେ ମାସ୍କ ପିନ୍ଧିବା ଦରକାର ବୋଲି ସେ କହିଛନ୍ତି।

Joe Biden USA