Advertisment

ବଢ଼ୁଛି ତୈଳ ଦର, ପ୍ରଥମଥର ହାଇଡ୍ରୋଜେନ କାର୍‌ରେ ଆସିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ତୈଳଦର ବଢ଼ୁଥିବା ବେଳେ ସାଧାରଣ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଚାଲିଛନ୍ତି। ଏସବୁ ଭିତରେ ଆଜି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଗ୍ରୀନ ହାଇଡ୍ରୋଜେନ ପାୱାର କାର୍‌ ଧରି ସଂସଦରେ ପହଞ୍ଚିଛନ୍ତି। ଭାରତରେ ହାଇଡ୍ରୋଜେନ କାରର ବ୍ୟବହାର ହେବା ଏହା ପ୍ରଥମ ଘଟଣା। ପୂର୍ବରୁ କେହି ବି ଏମିତି କାର ବ୍ୟବହାର କରି ନଥିଲେ। ପରିବହନ ମନ୍ତ୍ରୀ ଆଜି ପରୀକ୍ଷା ମୂଳକ ଭାବେ ନିଜ ବାସଭବନରୁ ହାଇଡ୍ରୋଜେନ କାର୍‌ […]

author-image
Hemant Lenka
ବଢ଼ୁଛି ତୈଳ ଦର, ପ୍ରଥମଥର ହାଇଡ୍ରୋଜେନ କାର୍‌ରେ ଆସିଲେ କେନ୍ଦ୍ରମନ୍ତ୍ରୀ

hydrgen

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ତୈଳଦର ବଢ଼ୁଥିବା ବେଳେ ସାଧାରଣ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଚାଲିଛନ୍ତି। ଏସବୁ ଭିତରେ ଆଜି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଗ୍ରୀନ ହାଇଡ୍ରୋଜେନ ପାୱାର କାର୍‌ ଧରି ସଂସଦରେ ପହଞ୍ଚିଛନ୍ତି।

Advertisment

ଭାରତରେ ହାଇଡ୍ରୋଜେନ କାରର ବ୍ୟବହାର ହେବା ଏହା ପ୍ରଥମ ଘଟଣା। ପୂର୍ବରୁ କେହି ବି ଏମିତି କାର ବ୍ୟବହାର କରି ନଥିଲେ। ପରିବହନ ମନ୍ତ୍ରୀ ଆଜି ପରୀକ୍ଷା ମୂଳକ ଭାବେ ନିଜ ବାସଭବନରୁ ହାଇଡ୍ରୋଜେନ କାର୍‌ ଚଳାଇ ସଂସଦକୁ ଆସିଛନ୍ତି। ପୂର୍ବରୁ ସେ ପୁନଃ ନବୀକରଣ ଯୋଗ୍ୟ ଓ ସବୁଜ ଶକ୍ତିର ବ୍ୟବହାର କରିବାକୁ କହି ଆସୁଥିଲେ। ଏହି ଦୃଷ୍ଟିରୁ ସେ ଗ୍ରୀନ ହାଇଡ୍ରୋଜେନ କାର ଧରି ସଂସଦ ଆସିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏହି ହାଇଡ୍ରୋଜେନ ଭିତ୍ତିକ ଫ୍ୟୁଏଲ ସେଲ ଇଲେକଟ୍ରିକ ଭେଇକିଲ(ଏଫସିଇଭି) ଟ୍ୟାଙ୍କି ଫୁଲ ଥିଲେ ୬୦୦ କିମି ଯାତ୍ରା କରିପାରିବ। ଏଥିରେ ଯାତ୍ରା କଲେ କିମି ପିଛା ମାତ୍ର ୨ ଟଙ୍କା ଖର୍ଚ୍ଚ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାର ଟ୍ୟାଙ୍କି ଫୁଲ କରିବାକୁ ମାତ୍ର ୫ ମିନିଟ ସମୟ ଲାଗିଥାଏ। ତେଣୁ ଏଥିରେ ଯିବା ଆସିବା କଲେ ପରିବେଶ ପ୍ରଦୂଷଣରୁ ରକ୍ଷା ମିଳିବ। ଏଥିସହ କମ ଖର୍ଚ୍ଚରେ ଅଧିକ ଯାତ୍ରା ମଧ୍ୟ କରିହେବ।

Advertisment

ଆଜି ଗଡ଼କରୀ ଧଳା ରଙ୍ଗର ଗ୍ରୀନ କାର୍‌ ଧରି ସଂସଦ ଆସିଛନ୍ତି। ସେ ଗାଡ଼ିର ଆଗ ସିଟ୍‌ରେ ବସିଥିଲେ। ଏହାର ନମ୍ବର ପ୍ଲେଟ ଗ୍ରୀନ ରଙ୍ଗରେ ଲେଖାଯାଇଛି। ସାଧାରଣତଃ ଲେକଟ୍ରିକ ଗାଡ଼ିରେ ଏପରି ନମ୍ବର ପ୍ଲେଟ ବ୍ୟବହାର କରାଯାଏ। ଚଳିତ ମାସ ଆରମ୍ଭରେ ଗଡ଼କରୀ ଭାରତର ପ୍ରଥମ ହାଇଡ୍ରୋଜେନ ଭିତ୍ତିକ ଟୟାଟୋ ମିରାଇ ଏଫସିଇଭି କାର୍‌ ଲଞ୍ଚ କରିଥିଲେ। ଏଥିସହ ଗ୍ରୀନ ହାଇଡ୍ରୋଜେନ କାରକୁ କେମିତି ଶକ୍ତିଶାଳୀ କରିଥାଏ, ତା’ର ଭିଡିଓ ମଧ୍ୟ ଶେୟାର କରିଥିଲେ।