Advertisment

ଗୌରୀ ଲଙ୍କେଶ ହତ୍ୟା ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ବେଙ୍ଗାଲୁରୁ: ଜଣାଶୁଣା ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଜାମିନ ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମହାରାଷ୍ଟ୍ରର ହ୍ରିକେଶ ଦେଭାଦିକରଙ୍କୁ ୨୦୨୦ ଜାନୁଆରୀରେ ଗିରଫ କରାଯାଇଥିଲା । ପରେ ସେ ବିଚାର ବିଭାଗ ହାଜତରେ ଥିଲେ। ସେ ସ୍ୱତନ୍ତ୍ର ଅଦାଲତରେ ଅପରାଧ ପ୍ରକ୍ରିୟା ସଂହିତା ଧାରା ୧୬୭ (୨) ଅନୁଯାୟୀ ସ୍ଥାୟୀ / ଡିଫଲ୍ଟ ଜାମିନ ପାଇଁ ଆବେଦନ କରିଥିଲେ।  ତେବେ ସ୍ୱତନ୍ତ୍ର କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ […]

ଅଦ୍ୟତନ ହୋଇଛି
ସିସିଟିଭିରେ କଏଦ ମହିଳା ସାମ୍ବାଦିକଙ୍କ ହତ୍ୟାର ଦୃଶ୍ୟ : ତଦନ୍ତ କରିବ ଏସଆଇଟି
Advertisment

ବେଙ୍ଗାଲୁରୁ: ଜଣାଶୁଣା ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଜାମିନ ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମହାରାଷ୍ଟ୍ରର ହ୍ରିକେଶ ଦେଭାଦିକରଙ୍କୁ ୨୦୨୦ ଜାନୁଆରୀରେ ଗିରଫ କରାଯାଇଥିଲା । ପରେ ସେ ବିଚାର ବିଭାଗ ହାଜତରେ ଥିଲେ। ସେ ସ୍ୱତନ୍ତ୍ର ଅଦାଲତରେ ଅପରାଧ ପ୍ରକ୍ରିୟା ସଂହିତା ଧାରା ୧୬୭ (୨) ଅନୁଯାୟୀ ସ୍ଥାୟୀ / ଡିଫଲ୍ଟ ଜାମିନ ପାଇଁ ଆବେଦନ କରିଥିଲେ।  ତେବେ ସ୍ୱତନ୍ତ୍ର କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ । ତେଣୁ ସେ ଏହା ବିରୋଧରେ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ଅଭିଯୁକ୍ତଙ୍କ ଦାବି ଥିଲା ଯେ, ଏହା ଏକ ହତ୍ୟା ମାମଲା ହୋଇଥିବାରୁ ତାଙ୍କୁ ଗିରଫ ହେବାର ୯୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବା ଆବଶ୍ୟ।  କିନ୍ତୁ ୪ ଏପ୍ରିଲ ୨୦୨୦ ସୁଦ୍ଧା  ତାଙ୍କ ବିରୋଧରେ କୌଣସି ଚାର୍ଜସିଟ ଦାଖଲ କରାଯାଇ ନାହିଁ।

Advertisment

ତେଣୁ ତାଙ୍କୁ ସିଆରପିସିର ଧାରା ୧୬୭ ର ଉପ-ଦଫା (୨) ଅନୁଯାୟୀ ଜାମିନ ପାଇବା ଉଚିତ। ସରକାରୀ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ଦେଭାଦିକର  ଘଟଣା ପରେ ଫେରାର ହୋଇଯାଇଥିଲେ। ତାଙ୍କ ଅନୁପସ୍ଥିତିରେ ପୂର୍ବରୁ ଚାର୍ଜସିଟ୍ ଦାଖଲ କରାଯାଇଛି।  ଗତ ଅକ୍ଟୋବର ୨୧ରେ  ହାଇକୋର୍ଟ ଜଜ ଜଷ୍ଟିସ ସୁରଜ ଗୋବିନ୍ଦରାଜ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି  କରି କହିଛନ୍ତି ଯେ ଏହି ମାମଲାରେ  ଅଭିଯୁକ୍ତ ଗିରଫ ହେବା ପୂର୍ବରୁ ଚାର୍ଜସିଟ ଦାଖଲ ହୋଇସାରିଛି।

ତେଣୁ, ସେ  ସିଆରପିସି ର ଧାରା ୧୬୭ ର ଉପ-ଦଫା (୨)  ଅନୁଯାୟୀ ଲାଭ ନେଇପାରବେ ପାରିବେ ନାହିଁ । ବିଚାରପତି କହିଛନ୍ତି, ଜଣେ ଅଭିଯୁକ୍ତ ଗିରଫ ପୂର୍ବରୁ ଚାର୍ଜସିଟ୍ ଦାଖଲ ହୋଇସାରିଥିବାବେଳେ, ସିଆପିସିର ଧାରା ୧୬୭ ର ଉପ-ଦଫା (୨) ଅନୁଯାୟୀ ଲାଭ ପାଇବାକୁ ଯୋଗ୍ୟ ହେବ ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe