Advertisment

ପଛରେ ପଡ଼ିଲେ ଅମ୍ବାନୀ, ଅଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। Forbes’ Real Time Billionaire ମୁତାବକ ଅଦାନୀଙ୍କର ସମ୍ପତ୍ତି ୯୦.୧ ବିଲିୟନ୍ ଡଲାର ରହିଛି ଏବଂ ଦୁନିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ସେ ଦଶମ ସ୍ଥାନରେ ପହଞ୍ଚିଛନ୍ତି। ଏସିଆ ଧନୀ ବ୍ୟକ୍ତିଙ୍କ ତାଲିକାରେ ଅଦାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାଚ୍ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି। ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୯୦ ବିଲିୟନ୍ ଡଲାର ରହିଛି। Forbes’ Real Time Billionaire ମୁତାବକ […]

ପଛରେ ପଡ଼ିଲେ ଅମ୍ବାନୀ, ଅଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି

ambani-and-adani

Advertisment

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। Forbes’ Real Time Billionaire ମୁତାବକ ଅଦାନୀଙ୍କର ସମ୍ପତ୍ତି ୯୦.୧ ବିଲିୟନ୍ ଡଲାର ରହିଛି ଏବଂ ଦୁନିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ସେ ଦଶମ ସ୍ଥାନରେ ପହଞ୍ଚିଛନ୍ତି। ଏସିଆ ଧନୀ ବ୍ୟକ୍ତିଙ୍କ ତାଲିକାରେ ଅଦାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାଚ୍ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି। ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୯୦ ବିଲିୟନ୍ ଡଲାର ରହିଛି।

Advertisment

Forbes’ Real Time Billionaire ମୁତାବକ ଅଦାନୀଙ୍କ ସମ୍ପତ୍ତି ଅମ୍ବାନୀଙ୍କ ଠାରୁ ୧୦ କୋଟି ଡଲାର ଅଧିକ ରହିଛି । ୨୦୦୮ରେ ଅଦାନୀ ପ୍ରଥମଥର ଫୋର୍ବସ ତାଲିକାରେ ସ୍ଥାନ ହାସଲ କରିଥିଲେ। ସେତେବେଳେ ତାଙ୍କର ସମ୍ପତ୍ତି ୯.୩ ବିଲିୟନ୍ ଡଲାର ଥିଲା। ଅଦାନୀ ଗ୍ରୁପର ୬ ତାଲିକାଭୁକ୍ତ କମ୍ପାନୀ ଅଛି, ଯେଉଁଥିରେ ଅଦାନୀ ଗ୍ରୁପ୍ ଏନର୍ଜିର ଶେୟାରରେ ଗତ ବର୍ଷକ ମଧ୍ୟରେ ୭୭ ପ୍ରତିଶତ ବୃଦ୍ଧି ପାଇଛି।

ଗତବର୍ଷ ଏପ୍ରିଲରୁ ଅଦାନୀଙ୍କର ସମ୍ପତ୍ତି ପାଖାପାଖି ଦୁଇଗୁଣା ହୋଇସାରିଛି। ଏହାରି ଭିତରେ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ମାତ୍ର ୬.୫ ପ୍ରତିଶତ ବୃଦ୍ଧି ପାଇଛି। ରିଲାଏନ୍ସର ଶେଆର୍ ଗୁରୁବାର ୧.୪୭ ପ୍ରତିଶତ ହ୍ରାସ ପାଇଥିଲା ଏବଂ ୨୦୨୨ରେ ଏଥିରେ ୨.୩ ପ୍ରତିଶଥ ହ୍ରାସ ହୋଇଛି। ଅଦାନୀ ୧୯୯୮ରେ କମୋଡିଟୀ ଏକ୍ସପୋର୍ଟର ଭାବେ ବ୍ୟବସାୟ ଆରମ୍ଭ କରିଥିଲେ। ହେଲେ ଆଜି ତାଙ୍କର ବିଜନେସ୍ ଅନେକ କ୍ଷେତ୍ରରେ ବ୍ୟାପିଛି।

Advertisment

Forbes’ Real Time Billionaire ଇଣ୍ଡେକ୍ସ ମୁତାବକ, ଗୌତମ ଅଦାନୀ ଓ ଅମ୍ବାନୀଙ୍କ ସମ୍ପତ୍ତି ଫେସବୁକ୍ (ଏବେ ମେଟା)ର ସିଇଓ ମାର୍କ ଜୁକରବର୍ଗଙ୍କ ଠାରୁ ଅଧିକ ରହିଛି। ମେଟାର ଶେଆରରେ ହ୍ରାସ କାରଣରୁ ଜୁକରବର୍ଗଙ୍କ ସମ୍ପତ୍ତି ଦିନକରେ ୩୧ ବିଲିୟନ ଡଲାର୍ କମିଛି। ଏହି ତାଲିକାରେ ଏଲନ୍ ମକ୍ସ ୨୩୨.୩ ବିଲିୟନ୍ ଡଲାର ସମ୍ପତ୍ତି ସହ ଏକ ନମ୍ବର ସ୍ଥାନରେ ରହିଛନ୍ତି। ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍ ଗେଟ୍ସ ୧୨୯ ବିଲିୟନ୍ ଡଲାର ସମ୍ପତ୍ତି ସହ ଚତୁର୍ଥ ସ୍ଥାନରେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe