Advertisment

ହେଲିକପ୍ଟର କ୍ରାଶରେ ୧୩ ମୃତ: ଜଣେ ଚିକିତ୍ସିତ, ସିଡିଏସ୍‌ଙ୍କ ତଥ୍ୟ ଏଯାଏ ଦେଇନି ସେନା

ଚେନ୍ନାଇ: ବାୟୁସେନାର ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବଢ଼ିଛି। ଏହି ହେଲିକପ୍ଟର୍‌ରେ ସିଡିଏସ୍‌ ଜେନେରାଲ ବିପନ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ରହିଥିଲେ। ଏବେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କିନ୍ତୁ ସିଡିଏସ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସେନା କିମ୍ବା ପ୍ରଶାସନ ପକ୍ଷରୁ ଏଯାଏ କୌଣସି ସୂଚନା ଦିଆଯାଇନି। କେବଳ ଜଣେ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୁହାଯାଉଛି। ଆହତ ଜଣଙ୍କ ଜଣେ ପୁରୁଷ। ତାଙ୍କ ଶରୀରର ୯୦% […]

ଅଦ୍ୟତନ ହୋଇଛି
ହେଲିକପ୍ଟର କ୍ରାଶରେ ୧୩ ମୃତ: ଜଣେ ଚିକିତ୍ସିତ, ସିଡିଏସ୍‌ଙ୍କ ତଥ୍ୟ ଏଯାଏ ଦେଇନି ସେନା

Crash2

Advertisment

ଚେନ୍ନାଇ: ବାୟୁସେନାର ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବଢ଼ିଛି। ଏହି ହେଲିକପ୍ଟର୍‌ରେ ସିଡିଏସ୍‌ ଜେନେରାଲ ବିପନ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ରହିଥିଲେ। ଏବେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କିନ୍ତୁ ସିଡିଏସ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସେନା କିମ୍ବା ପ୍ରଶାସନ ପକ୍ଷରୁ ଏଯାଏ କୌଣସି ସୂଚନା ଦିଆଯାଇନି। କେବଳ ଜଣେ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୁହାଯାଉଛି। ଆହତ ଜଣଙ୍କ ଜଣେ ପୁରୁଷ। ତାଙ୍କ ଶରୀରର ୯୦% ଅଂଶ ଜଳି ଯାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ଶରୀରର ସଂପୂର୍ଣ୍ଣ ପୋଡ଼ି ଯାଇଛି। ତେଣୁ ଡିଏନ୍‌ଏ ଟେଷ୍ଟ ଦ୍ୱାରା ସେମାନଙ୍କ ପରିଚୟ ହାସଲ କରିବାକୁ ଉଦ୍ୟମ କରାଯିବ।

Advertisment

ଦୁର୍ଘଟଣା ଘଟଣା ସମ୍ପର୍କରେ ସରକାର କିମ୍ବା ସେନା ପକ୍ଷରୁ ଏଯାଏ କୌଣସି ବିସ୍ତୃତ ସୂଚନା ଦିଆଯାଇନି। ଆସନ୍ତାକାଲି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତଥ୍ୟ ଉପସ୍ଥାପନ କରିବେ। ଆଜି ସନ୍ଧ୍ୟା ୬.୩୦ରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଅଧ୍ୟକ୍ଷତା କରିବେ।

ବାୟୁସେନା ମଧ୍ୟ କେବଳ ସିଡିଏସ୍‌ଙ୍କୁ ନେଇ ଯାଉଥିବା ଏମଆଇ ସିରିଜ୍‌ ହେଲିକପ୍ଟର କ୍ରାଶ ହୋଇଯାଇଥିବା କହିଛି। ଦୁର୍ଘଟଣାର ତଦନ୍ତ ପାଇଁ ମଧ୍ୟ ବାୟୁସେନା ନିର୍ଦ୍ଦେଶ ଦେଇଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ବାୟୁସେନା ମୁଖ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ମଧ୍ୟ କନ୍ନୁର ଯିବାର କାର୍ଯ୍ୟକ୍ରମ ରହିଛି।

Advertisment

ଆଜି ଜେନେରାଲ ରାୱତ ପରିବାର ଓ ଅଧିକାରୀମାନଙ୍କ ସହ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ। ସେଠାରୁ ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସିଡିଏସ୍‌ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟ ରହିଥିଲେ। କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରି ଯାଇଛି।


ମଧ୍ୟାହ୍ନ ପ୍ରାୟ ୧୨.୨୦ରେ ଏହି ଘଟଣା ଘଟିଛି। ମୁଖ୍ୟ ରାସ୍ତା ଠାରୁ ୧୦ କିମି ଦୂର ଜଙ୍ଗଲିଆ ଅଞ୍ଚଳରେ ହେଲିକପ୍ଟର କ୍ରାଶ ହୋଇଥିବା ପ୍ରଥମେ ସ୍ଥାନୀୟ ଲୋକ ସୂଚନା ଦେଇଥିଲେ। ଏହାପରେ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକାଧିକ ବଡ଼ବଡ଼ ଗଛ ଭାଙ୍ଗି ଯାଇଛି। ସେହିପରି ପ୍ରଥମେ ୪ ଜଣଙ୍କ ମୃତଦେହ ମିଳିଥିଲା। ଏହାପରେ ସଂଖ୍ୟା ୧୧ରେ ପହଞ୍ଚିଥିଲା। ଏବେ ଏହା ୧୩ରେ ପହଞ୍ଚିଛି।

ଦେଶର ପ୍ରଥମ ସିଡିସିଏସ୍ ଭାବେ ୬୩ ବର୍ଷୀୟ ଜେନେରାଲ ରାୱତ ୨୦୧୯ ଜାନୁଆରୀ ମାସରେ ଦାୟିତ୍ୱ ନେଇଥିଲେ। ଏଥିସହ ତାଙ୍କୁ ନୂଆ କରି ତିଆରି ହୋଇଥିବା ମିଲିଟାରୀ ବ୍ୟାପର ବିଭାଗର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ଦିଆଯାଇଛି।

Army Chopper Crash CDS Bipin Rawat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe