Advertisment

ଆସନ୍ତାକାଲି ସିଡିଏସ୍ ବିପିନ ରାଓ୍ୱତ ଏବଂ ପତ୍ନୀଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ଅକାଳ ବିୟୋଗରେ ସମଗ୍ର ଦେଶ ସ୍ତବ୍ଧ ହୋଇଛି । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଜେନେରାଲ ବିପିନ ରାଓ୍ୱତଙ୍କ ଅନ୍ତିମ ସଂସ୍କାର ହେବ। ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।  ଆଜି ସଂଧ୍ୟା ସୁଦ୍ଧା ପ୍ରତିରକ୍ଷା ବିଭାଗର ଏକ ବିମାନରେ ଜେନେରାଲ ବିପିନ ରାଓ୍ୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ଅଣାଯିବ । ଆସନ୍ତାକାଲି ଜେନେରାଲ […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ସିଡିଏସ୍ ବିପିନ ରାଓ୍ୱତ ଏବଂ ପତ୍ନୀଙ୍କ ଶେଷକୃତ୍ୟ

bipin

Advertisment

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ଅକାଳ ବିୟୋଗରେ ସମଗ୍ର ଦେଶ ସ୍ତବ୍ଧ ହୋଇଛି । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଜେନେରାଲ ବିପିନ ରାଓ୍ୱତଙ୍କ ଅନ୍ତିମ ସଂସ୍କାର ହେବ। ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।  ଆଜି ସଂଧ୍ୟା ସୁଦ୍ଧା ପ୍ରତିରକ୍ଷା ବିଭାଗର ଏକ ବିମାନରେ ଜେନେରାଲ ବିପିନ ରାଓ୍ୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ଅଣାଯିବ । ଆସନ୍ତାକାଲି ଜେନେରାଲ ବିପିନ ରାଓ୍ୱତଙ୍କ ବାସଭବନରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯିବ।  ସକାଳ ୧୧ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଶେଷ ଦର୍ଶନ କରିପାରିବେ ଲୋକେ।

Advertisment

ଏହାପରେ ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀରକୁ ନେଇ ଦିଲ୍ଲୀର କାମରାଜ ନଗରଠାରୁ ବ୍ରାର୍ ସ୍କୋୟେରା ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବ।   ବ୍ରାର୍ ସ୍କୋୟାର ଥିବା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ। ତାମିଲନାଡ଼ୁ କୁନ୍ନୁର ନିକଟରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ୍ ରାଓ୍ୱତ୍, ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କ ଜୀବନ ଯାଇଥିବା ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।  ସେପଟେ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଙ୍ଗ୍ ଆହତ ହୋଇ ୱେଲିଂଟନ୍ ମିଲିଟାରି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଏହି ଦୁର୍ଘଟଣା ସଂପର୍କରେ ଆଜି ସଂସଦରେ ବିବୃତି ରଖିପାରନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେ ଅଘଟଣ ନେଇ ଖବର ପାଇବା ପରେ ବରିଷ୍ଠ ସେନାଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବା ସହ ଜେନେରାଲ୍ ରାଓ୍ୱତଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନକୁ ଯାଇଥିଲେ । ଜେନେରେଲା ରାଓ୍ୱତଙ୍କ ପରଲୋକରେ ଉତ୍ତରାଖଣ୍ଡ ସରକାର ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

Advertisment

ଖାଲି ଦେଶ ନୁହଁ ବିଦେଶରୁ ମଧ୍ୟ ରାୱତଙ୍କ ପ୍ରତି ଶୋକବ୍ୟକ୍ତ କରାଯାଇଛି।  ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ ଜେନେରେଲା ବିପିନ ରାଓ୍ୱତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ଭାରତର ପ୍ରତିରକ୍ଷା ପ୍ରମୁଖ ଜେନେରାଲ ବିପିନ ରାଓ୍ୱତ, ତାଙ୍କ ପତ୍ନୀ  ଏବଂ ସହକର୍ମୀଙ୍କ ମୃତ୍ୟୁରେ ଗଭୀର ସମବେଦନା ଜ୍ଞାପନ କରୁଛି ବୋଲି କହିଛନ୍ତି ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଂକ । ବିପିନ୍ ରାଓ୍ୱତ ଭାରତ ଓ ‌ଆମେରିକା ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବାକୁ ସର୍ବଦା କାର୍ଯ୍ୟ କରି ଆସିଛନ୍ତି ବୋଲି କହିଛନ୍ତି ବ୍ଲିଂକ । ସେହିପରି ପ୍ରତିରକ୍ଷା ସଚିବ ଅଷ୍ଟିନ ମଧ୍ୟ  ସିଡିଏସ୍ ବିପିନ ରାଓ୍ୱତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

Army Chopper Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe