Advertisment

ସିଡିଏସ୍ ବିପିନ ରାୱତ ପାଇବେ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଦେଶର ପ୍ରଥମ ସିଡିଏସ୍ ଦିବଙ୍ଗତ ଜେନେରାଲ୍ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ। ଜେନେରାଲ୍ ରାୱତ, ତାଙ୍କ ପତ୍ନୀ ଓ ବାୟୁସେନାର ଆଉ କିଛି ବରିଷ୍ଠ ଅଧିକାରୀ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଚଳିତ ବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ବିପିନ ରାୱତଙ୍କୁ ସାମାଜିକ ସେବା ପାଇଁ ପଦ୍ମ ବିଭୂଷଣରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସିଡିଏସ୍ ବିପିନ ରାୱତ ପାଇବେ ପଦ୍ମ ବିଭୂଷଣ

bipin-rawat

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଦେଶର ପ୍ରଥମ ସିଡିଏସ୍ ଦିବଙ୍ଗତ ଜେନେରାଲ୍ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ। ଜେନେରାଲ୍ ରାୱତ, ତାଙ୍କ ପତ୍ନୀ ଓ ବାୟୁସେନାର ଆଉ କିଛି ବରିଷ୍ଠ ଅଧିକାରୀ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

Advertisment

ଚଳିତ ବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ବିପିନ ରାୱତଙ୍କୁ ସାମାଜିକ ସେବା ପାଇଁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ। ସେହିପରି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କଲ୍ୟାଣ ସିଂ, ସାହିତ୍ୟ ଓ ଶିକ୍ଷା ପାଇଁ ଉତ୍ତର ପ୍ରଦେଶର ଦିବଙ୍ଗତ ରାଧେଶ୍ୟାମ ଖେମକା ଏବଂ ମହାରାଷ୍ଟ୍ରର ପ୍ରଭା ଆତ୍ରେଙ୍କୁ ମଧ୍ୟ ପଦ୍ମ ବିଭୂଷଣ ପୁରସ୍କାର ଦିଆଯିବ।

ସେହିପରି ୧୭ ଜଣଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ। ସେଥିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାମ, ଭିକ୍ଟର ବାନାର୍ଜୀ (କଳା), ପାରାଆଥଲେଟ୍ ଦେବେନ୍ଦ୍ର ଝାଝାରିଆ, ରାଶିଦ୍ ଖାନ୍ (କଳା), ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ (ଜନ ବ୍ୟାପାର), ଓଡ଼ିଶାର ପ୍ରତିଭା ରାୟ (କଳା ଓ ଶିକ୍ଷା) ଅନ୍ୟତମ ନାଁ ରହିଛି।

Advertisment

୨୦୨୧ ବର୍ଷ ପାଇଁ ମୋଟ ୧୧୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। କ୍ରୀଡ଼ା କ୍ଷେତ୍ରରେ ସୁମିତ୍ ଅନ୍ତିଲ, ପ୍ରମୋଦ ଭଗତ, ନୀରଜ ଚୋପ୍ରା, ଶଙ୍କରନାରାୟଣ ମେନନ୍ ଚୁଣ୍ଡାୟିଲ, ଫୈଜଲ ଅଲୀ ଦାର୍, ହକି ଖେଳାଳି ବନ୍ଦନା କଟାରିୟା, ଅବନୀ ଲେଖରା, ବ୍ରହ୍ମାନନ୍ଦ ଶଙ୍ଖୱାଲକର ଆଦି ପଦ୍ମଶ୍ରୀ ପୁରସ୍କାର ପାଇବେ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୮ ତାରି ଜେନେରାଲ ରାୱତ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ। ସେଠାରୁ ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସିଡିଏସ୍‌ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୪ ଜଣ ହେଲିକପ୍ଟର୍‌ରେ ଉଡ଼ାଣ ଭରିଥିଲେ। କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରି ଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨.୨୦ରେ ଏହି ଘଟଣା ଘଟିଥିଲା।

ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକାଧିକ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିଲା। ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଗ୍ରୁପ୍‌ କ୍ୟାପ୍ଟେନ ବରୁଣ ସିଂହ ଗୁରୁତର ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ବରୁଣଙ୍କର ମଧ୍ୟ ଦେହାନ୍ତ ହୋଇଥିଲା।