Advertisment

ଲିଫ୍ଟରେ ଛୋଟ ଛୁଆକୁ କୁକୁର କାମୁଡ଼ି ଦେଲା, ମାଲିକାଣୀକୁ ୫୦୦୦ ଟଙ୍କା ତଣ୍ଡ

ଗାଜିଆବାଦ: କୁକୁର ମାଲିକାଣୀକୁ ତଣ୍ଡ। ଲିଫ୍ଟରେ ଜଣେ ଛୋଟ ଛୁଆକୁ ଏକ ପୋଷା କୁକୁର କାମୁଡ଼ି ଦେବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ କୁକୁର ମାଲିକାଣୀଙ୍କୁ ୫୦୦୦ ଟଙ୍କାର ଜରିମାନା କରାଯାଇଛି। ଏମିତି ଏକ ଘଟଣା ୟୁପିର ଗାଜିଆବାଦରୁ ଆସିଛି। ଗାଜିଆବାଦର ଏକ ସୋସାଇଟିରେ ଏହ ଘଟଣା ଘଟିଛି। ଲିଫ୍ଟ ଭିତରେ କୁକୁରଟି ପିଲାଟିକୁ ଆକ୍ରମଣ କରୁଥିବା ସିସିଟିଭିରେ କଏଦ ହୋଇଛି। ସେପ୍ଟେମ୍ବର ୫ତାରିଖ ସନ୍ଧ୍ୟା୬ରେ ଗାଜିଆବାଦର ରାଜନଗର ଏକ୍ସଟେନ୍ସନ୍ ଚାର୍ମସ୍ କାଉଣ୍ଟି ସୋସାଇଟିରେ ଏହି ଘଟଣା ଘଟିଛି। […]

ଅଦ୍ୟତନ ହୋଇଛି
ଲିଫ୍ଟ ଭିତରେ ଛୁଆକୁ ଝୁଣିଲା କୁକୁର, ଦେଖଣାହାରୀ ସାଜିଲେ ମାଲିକାଣୀ

dog-bites-kid

Advertisment

ଗାଜିଆବାଦ: କୁକୁର ମାଲିକାଣୀକୁ ତଣ୍ଡ। ଲିଫ୍ଟରେ ଜଣେ ଛୋଟ ଛୁଆକୁ ଏକ ପୋଷା କୁକୁର କାମୁଡ଼ି ଦେବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ କୁକୁର ମାଲିକାଣୀଙ୍କୁ ୫୦୦୦ ଟଙ୍କାର ଜରିମାନା କରାଯାଇଛି। ଏମିତି ଏକ ଘଟଣା ୟୁପିର ଗାଜିଆବାଦରୁ ଆସିଛି। ଗାଜିଆବାଦର ଏକ ସୋସାଇଟିରେ ଏହ ଘଟଣା ଘଟିଛି। ଲିଫ୍ଟ ଭିତରେ କୁକୁରଟି ପିଲାଟିକୁ ଆକ୍ରମଣ କରୁଥିବା ସିସିଟିଭିରେ କଏଦ ହୋଇଛି। ସେପ୍ଟେମ୍ବର ୫ତାରିଖ ସନ୍ଧ୍ୟା୬ରେ ଗାଜିଆବାଦର ରାଜନଗର ଏକ୍ସଟେନ୍ସନ୍ ଚାର୍ମସ୍ କାଉଣ୍ଟି ସୋସାଇଟିରେ ଏହି ଘଟଣା ଘଟିଛି। ଲିଫ୍ଟରେ ଜଣେ ମହିଳା ତାଙ୍କ ପୋଷା କୁକୁର ନେଇ ଯାଉଥିବା ସେଥିରେ ଜଣେ  ଛୋଟ ବାଳକ ମଧ୍ୟ ଯାଉଥିଲା।

Advertisment

ଏହି ସମୟରେ କୁକୁରଟି ପିଲାଟି ଉପରେ ଡେଇଁପଡ଼ି  କାମୁଡି ଥିଲା । ଆଶ୍ଚର୍ଯ୍ୟର କଥା ହେଉଛି, ପିଲାଟି ଯନ୍ତ୍ରଣାରେ କାନ୍ଦ ବୋବାଳି ପକାଉଥିଲେ ମଧ୍ୟ ମହିଳା ଜଣକ ତାଙ୍କୁ ବଞ୍ଚାଇ ନଥିଲେ।

ଏନେଇ ପିଲାର ଅଭିଭାବକ ନନ୍ଦଗ୍ରାମ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୁଲିସ  ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ।  ଅଭିଯୋଗ ପରେ ଗାଜିଆବାଦ ମ୍ୟୁନ୍ସିପାଲ କର୍ପୋରେଶନ ଅଧିକାରୀ  ସମ୍ପୃକ୍ତ ମହିଳାଙ୍କ ଘରେ ପହଞ୍ଚିଥିଲେ। ତେବେ ଯାଞ୍ଚ ବେଳେ ପୋଷା କୁକୁରରଟି ପଞ୍ଜିକରଣ ହୋଇ ନଥିବା ଜାଣିବାକୁ ପାଇଥିଲେ। ସମ୍ପୃକ୍ତ ମହିଳାଙ୍କ ଉପରେ ୫୦୦୦ ଟଙ୍କା ଜରିମାନା କରାଯାଇଛି । ପିଲାଟିକୁ କୁକୁର କାମୁଡ଼ୁଥିବାର ଦୃଶ୍ୟ ଭାଇରାଲ ହେବାରା ଲାଗିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe