Advertisment

ନୂଆ ଦଳ ଗଠନ କରିବେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଲାମ ନବୀ ଆଜାଦ ନୂଆ ଦଳ ଗଠନ କରିବା ନେଇ ଚର୍ଚ୍ଚା ହେଉଛି। ସେ ଜମ୍ମୁ କଶ୍ମୀରରେ ନିଜର ଦଳ ଗଠନ କରିବାକୁ ଯାଉଥିବା କହିଛନ୍ତି। ନିକଟରେ ସେ ତାଙ୍କ ସମର୍ଥକଙ୍କୁ ଜମ୍ମୁ କଶ୍ମୀରକୁ ଆସିବାକୁ କହିଥିଲେ। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ନେତା କୁଲଦୀପ ବିଷ୍ଣୋଇ ମଧ୍ୟ ତାଙ୍କୁ ଦଳକୁ ନିମନ୍ତ୍ରଣ କରିଛନ୍ତି। ତେବେ ସେ ନିଜର ନୂଆ ଦଳ ଗଠନ କରିବେ ନା ବିଜେପିରେ ଯୋଗ ଦେବେ ତାକୁ […]

author-image
Tapas Behera
ଅଦ୍ୟତନ ହୋଇଛି
 ପୁଣି କଂଗ୍ରେସକୁ ଫେରିପାରନ୍ତି ଗୁଲାମନବୀ ଆଜାଦ

Gulamnabi

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଲାମ ନବୀ ଆଜାଦ ନୂଆ ଦଳ ଗଠନ କରିବା ନେଇ ଚର୍ଚ୍ଚା ହେଉଛି। ସେ ଜମ୍ମୁ କଶ୍ମୀରରେ ନିଜର ଦଳ ଗଠନ କରିବାକୁ ଯାଉଥିବା କହିଛନ୍ତି। ନିକଟରେ ସେ ତାଙ୍କ ସମର୍ଥକଙ୍କୁ ଜମ୍ମୁ କଶ୍ମୀରକୁ ଆସିବାକୁ କହିଥିଲେ। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ନେତା କୁଲଦୀପ ବିଷ୍ଣୋଇ ମଧ୍ୟ ତାଙ୍କୁ ଦଳକୁ ନିମନ୍ତ୍ରଣ କରିଛନ୍ତି। ତେବେ ସେ ନିଜର ନୂଆ ଦଳ ଗଠନ କରିବେ ନା ବିଜେପିରେ ଯୋଗ ଦେବେ ତାକୁ ନେଇ ମଧ୍ୟ ଜୋଦାର ଅଲୋଚନା ହେଉଛି। ଗୁଲାମ ନବୀ ଆଜାଦ ଆଜି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ବର୍ଷ ପରେ କଂଗ୍ରେସର ହାତ ଛାଡ଼ିବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। ‌ହେଲେ ଏବେ ଆଜାଦ ଏକ ନୂଆ ଦଳ ଗଠନ କରିବାକୁ ଯାଉଥିବା ଜଣାପଡ଼ିଛି। ସେ କଂଗ୍ରେସ ଛାଡ଼ିବାର କିଛି କ୍ଷଣ ଜମ୍ମୁ କଶ୍ମୀରିର ୫ ଜଣ ପୂର୍ବତନ କଂଗ୍ରେସ ବିଧାୟକ ଦଳକୁ  ବାଏ ବାଏ କହିଛନ୍ତି।

Advertisment

ପୂର୍ବରୁ କପିଲ ଶିବଲ, ଅଶ୍ୱନୀ କୁମାର ଭଳିଙ୍କ ଭଳି ବରିଷ୍ଠ ନେତାମାନେ କଂଗ୍ରେସ ଛାଡ଼ିଛନ୍ତି। ଅନ୍ୟପଟେ ଆଜାଦଙ୍କକ ଇସ୍ତଫାକୁ ନେଇ କଂଗ୍ରେସ ଦୁର୍ଭାଗ୍ୟଜନକ ବୋଲି କହିଛି। ଆଜାଦ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଦଳରୁ ଇସ୍ତଫା ଦେବାର କାରଣ ଦର୍ଶାଇଛନ୍ତି। ସେଥିରେ ସିଧା ସିଧା ରାହୁଲ ଗାନ୍ଧିଙ୍କୁ ଦାୟୀ କରିଛନ୍ତି।  ସୋନିଆ ଗାନ୍ଧିଙ୍କୁ ୫ ପୃଷ୍ଠାର ଚିଠି ଲେଖି ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, ଆପଣଙ୍କ(ସୋନିଆ ଗାନ୍ଧି) ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା ଏବଂ ସମସ୍ତଙ୍କଠାରୁ ପରାମର୍ଶ ନିଆଯାଉଥିଲା । କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ପ୍ରବେଶ ପରେ କଂଗ୍ରେସର ଏହି ବ୍ୟବସ୍ଥା ଶେଷ ହୋଇଯାଇଥିଲା।

ଗୁଲାମ ନବୀ ଆଜାଦ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଏବଂ ବିଶେଷ କରି ଜାନୁଆରୀ ୨୦୧୩ ରେ କଂଗ୍ରେସର ଉପାଧ୍ୟକ୍ଷ ହେବା ପରେ ପରାମର୍ଶ ଅନୁସରଣ କରିବାର ପରମ୍ପରା ନଷ୍ଟ ହୋଇଯାଇଥିଲା। ଗୁଲାମ ନବୀ ଆଜାଦ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଅଣଦେଖା କରାଯାଇଥିଲା। ସେହିପରି ଅଭିଜ୍ଞଙ୍କ ବଦଳରେ ଅନଭିଜ୍ଞମାନଙ୍କୁ ସ୍ଥାନ ଦିଆଯାଇଥିଲା। ଅନ୍ୟପଟେ କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ଜି-୨୩ ଗ୍ରୁପର ପ୍ରମୁଖ ଚେହେରା ଥିଲେ ଗୁଲାମ ନବୀ। ଅନେକ ସମୟରେ ଗୁଲାମ ନବୀ  ଦଳର ସିଡବ୍ଲ୍ୟସିର ନିଷ୍ପତ୍ତିକୁ ଚାଲେଞ୍ଜ କରି ଆସୁଥିଲେ। କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ପାଇଁ ସେ ବାରମ୍ବାର ଦାବି କରି ଆସୁଥିଲେ।

Advertisment