Advertisment

ଚଣ୍ଡିପାଠ କଲେ ମମତା, ଟାର୍ଗେଟ କଲା ବିଜେପି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନେତାଙ୍କ ମଧ୍ୟରେ ବାକଯୁଦ୍ଧ ସେତିକି ତୀବ୍ର ହେଉଛି। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘନଘନ ପ୍ରଚାର କରୁଛନ୍ତି। ଆଜି ସେ ନନ୍ଦିଗ୍ରାମ ଆସନ ପାଇଁ ନାମାଙ୍କନ ମଧ୍ୟ ଭରିବେ। ଏହାପୂର୍ବରୁ ସେ ମଙ୍ଗଳବାର ନନ୍ଦିଗ୍ରାମରେ ଆୟୋଜିତ ଏକ ସଭାକୁ ସମ୍ବୋଧନ କରି ଚଣ୍ଡିପାଠ କରିଛନ୍ତି। ଦିଦିଙ୍କ ଏହି ଚଣ୍ଡିପାଠ ଶୁଣି ବିଜେପି ଚିହିଁକି ଉଠିଛି। ଏଥିପାଇଁ ଦଳୀୟ ନେତାମାନେ ମମତାଙ୍କୁ […]

ଚଣ୍ଡିପାଠ କଲେ ମମତା, ଟାର୍ଗେଟ କଲା ବିଜେପି

Mamata-Banerjee

Advertisment

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନେତାଙ୍କ ମଧ୍ୟରେ ବାକଯୁଦ୍ଧ ସେତିକି ତୀବ୍ର ହେଉଛି। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘନଘନ ପ୍ରଚାର କରୁଛନ୍ତି। ଆଜି ସେ ନନ୍ଦିଗ୍ରାମ ଆସନ ପାଇଁ ନାମାଙ୍କନ ମଧ୍ୟ ଭରିବେ।

Advertisment

ଏହାପୂର୍ବରୁ ସେ ମଙ୍ଗଳବାର ନନ୍ଦିଗ୍ରାମରେ ଆୟୋଜିତ ଏକ ସଭାକୁ ସମ୍ବୋଧନ କରି ଚଣ୍ଡିପାଠ କରିଛନ୍ତି। ଦିଦିଙ୍କ ଏହି ଚଣ୍ଡିପାଠ ଶୁଣି ବିଜେପି ଚିହିଁକି ଉଠିଛି। ଏଥିପାଇଁ ଦଳୀୟ ନେତାମାନେ ମମତାଙ୍କୁ ‘ଚୁନାବୀ ହିନ୍ଦୁ’ ବା ନିର୍ବାଚନ ବେଳେ ଦିଦି ହିନ୍ଦୁ ସାଜିଥିବା କହିଛନ୍ତି।
ନନ୍ଦିଗ୍ରାମରେ ସମ୍ବୋଧନ କରିବା ବେଳେ ମମତା ବାନାର୍ଜୀ ସଂସ୍କୃତିରେ ମନ୍ତ୍ର ପଢ଼ିଥିଲେ। ଏହାପରେ ସେ ଚଣ୍ଡିପାଠ କରି ବିଜେପି ସଂପ୍ରଦାୟିକ ରାଜନୀତି କରୁଛି ବୋଲି ଅଭିଯୋଗ କରିଥିଲେ।

ସେ ନିଜକୁ ଜଣେ ହିନ୍ଦୁ ବୋଲି କହିଥିଲେ। ଆଜି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମମତାଙ୍କ ଚଣ୍ଡିପାଠକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ନିର୍ବାଚନ ଚାପରେ ମମତା ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ବାଃରେ ମୋଦି, ଆଜି ଦିଦି ଚଣ୍ଡିପାଠ କରୁଛନ୍ତି। ବାଃରେ ମୋଦି, ଆଜି ନିର୍ବାଚନ ଦିଦିଙ୍କୁ କ’ଣ ନ’କଲା। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ନର୍ଭସ ହୋଇଯାଇଛନ୍ତି। ସେ ମନ୍ଦିର ଯିବେ ନା ମସଜିଦ ଯିବେ, ସେକଥା ଜାଣି ପାରୁନାହାନ୍ତି। ସେ ଜଣେ ଚୁନାବୀ ହିନ୍ଦୁ।”

Advertisment


ମମତା ମଙ୍ଗଳବାର କହିଥିଲେ, “ମୁଁ ବି ଜଣେ ହିନ୍ଦୁ ମହିଳା। ମୋ ସହ ହିନ୍ଦୁ କାର୍ଡର ଖେଳ ଖେଳନ୍ତୁ ନାହିଁ। କେମିତି ଜଣେ ଭଲ ହିନ୍ଦୁ ହେବେ, ସେକଥା ଆପଣମାନେ ଜାଣିଛନ୍ତି କି? ଯଦି ହଁ, ତା’ହେଲେ ମୋତେ କୁହନ୍ତୁ। ମୁଁ ଚଣ୍ଡିପାଠ ସବୁଦିନ କରିବା ପରେ ବାହାରକୁ ବାହାରିଥାଏ।”

ମମତାଙ୍କ ଏଭଳି ଆଭିମୁଖ୍ୟ ଦେଖି ତାଙ୍କର ପୁରୁଣା ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଟ୍ୱିଟ କରି କହିଥିଲେ ଯେ ମମତା ଭୁଲ ଭାବେ ମନ୍ତ୍ର ଉଚ୍ଚାରଣ କରିଛନ୍ତି ଓ ବେଙ୍ଗଲର ସଂସ୍କୃତିକୁ ଅପମାନିତ କରିଛନ୍ତି। ଏହାପୂର୍ବରୁ ଭଗବାନ ରାମଙ୍କୁ ମୁଖ୍ୟମନ୍ତ୍ରୀ ଅନେକ ଥର ଅପମାନିତ କରିଥିଲେ।

ଏହାପରେ ସରସ୍ୱତୀ ମନ୍ତ୍ରକୁ ଭୁଲ ଭାବେ ଉଚ୍ଚାରଣ କରିଥିଲେ। ଏବେ ପୁଣିଥରେ ଗୋଟିଏ ସାଧାରଣ ସଭାରେ ସେ ମନ୍ତ୍ରକୁ ଭୁଲ ଭାବେ ଉଚ୍ଚାରଣ କରିଛନ୍ତି ବୋଲି ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି।

West Bengal Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe