Advertisment

ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ‘କିମ୍ ଜଙ୍ଗ୍ ଉନ୍’, ମମତାଙ୍କ ଉପରେ ବର୍ଷିଲେ ଗିରିରାଜ

କୋଲକାତା: ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୩୦ଟି ଆସନରେ ମତଦାନ ହୋଇଛି। ତେବେ ଏହାରି ଭିତରେ ନନ୍ଦିଗ୍ରାମ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦୁଙ୍କ ଗାଡ଼ି ଉପରେ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କାନ୍ଥିରୁ ସୌମେନ୍ଦୁ ଫେରୁଥିବା ବେଳେ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ସୌମେନ୍ଦୁଙ୍କ ଡ୍ରାଇଭର ଆହତ ହୋଇଥିବା ଅଭିଯୋଗ ହୋଇଛି। ଆଉ ସୌମେନ୍ଦୁଙ୍କ କାର ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଏମିତିକି […]

ଅଦ୍ୟତନ ହୋଇଛି
ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ‘କିମ୍ ଜଙ୍ଗ୍ ଉନ୍’, ମମତାଙ୍କ ଉପରେ ବର୍ଷିଲେ ଗିରିରାଜ

giri-raj-singh-mamata-kim-j

Advertisment

କୋଲକାତା: ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୩୦ଟି ଆସନରେ ମତଦାନ ହୋଇଛି। ତେବେ ଏହାରି ଭିତରେ ନନ୍ଦିଗ୍ରାମ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦୁଙ୍କ ଗାଡ଼ି ଉପରେ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କାନ୍ଥିରୁ ସୌମେନ୍ଦୁ ଫେରୁଥିବା ବେଳେ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ସୌମେନ୍ଦୁଙ୍କ ଡ୍ରାଇଭର ଆହତ ହୋଇଥିବା ଅଭିଯୋଗ ହୋଇଛି। ଆଉ ସୌମେନ୍ଦୁଙ୍କ କାର ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ହାତାହାତି ହୋଇଥିବାର ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Advertisment

ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ମମତା ବାନାର୍ଜୀ ଏବେ ନିରାଶ ହୋଇଗଲେଣି। ପୂର୍ବରୁ ବାମପନ୍ଥୀ ଦଳ ବିରୋଧୀକୁ ଦବାଇବା ପାଇଁ ଯାହା କରୁଥିଲା ଏବେ ଟିଏମସି ସମାନ ଉପାୟ ଆପଣେଇଛି। ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ୍ ଉନ୍ ଯେଉଁଭଳି ବିରୋଧୀଙ୍କୁ ହତ୍ୟା କରି ରାଜନୀତି କରୁଛନ୍ତି ସେହିଭଳି ଟିଏମସି କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

https://twitter.com/AHindinews/status/1375759727678738438?s=20

ନନ୍ଦିଗ୍ରାମ ଆସନ ହାତେଇବା ପାଇଁ ବିଜେପି ସମସ୍ତ ପ୍ରକାର ଶକ୍ତି ଲଗାଇଦେଇଛି। କାରଣ ଏଠାରେ ଟିଏମସିର ପ୍ରାର୍ଥୀ ହୋଇଛନ୍ତି ମମତା ବାନାର୍ଜୀ। ହେଲେ ଏହି ଆସନରେ ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ଓ କର୍ମୀ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନଜରରେ ରଖି ବିଜେପି ଆଜି ନିର୍ବାଚନ କମିଶନରଙ୍କୁ ଭେଟି ନନ୍ଦିଗ୍ରାମର ଅପରାଧୀଙ୍କ ତାଲିକା ଦେଇଛି। ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାଶ ବିଜୟଭର୍ଗିଆ ନିର୍ବାଚନ ଅଧିକାରୀଙ୍କୁ ଭେଟି ନନ୍ଦିଗ୍ରାମର ଅପରାଧୀଙ୍କ ତାଲିକା ଦେଇଥିବା କହିଛନ୍ତି।

Advertisment

https://twitter.com/AHindinews/status/1375741443092836353?s=20

ସେହିପରି ଆଜିର ମତଦାନ ଉପରେ ପ୍ରତିକ୍ରିୟା ରଖି ବିଜୟଭର୍ଗିଆ କହିଛନ୍ତି ୬ ବର୍ଷରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ମତଦାନ ବେଳେ କମ୍ ହିଂସା ହୋଇଛି। ଲୋକମାନେ ଉତ୍ସାହର ସହିତ ମତଦାନ କରିଥିବା ସେ କହିଛନ୍ତି। ଆଗକୁ ଯଦି ମତଦାନ ପୂର୍ବରୁ ଅପରାଧୀ ଶ୍ରେଣୀର ବ୍ୟକ୍ତିଙ୍କୁ ଅଟକ ରଖାଯିବ ତାହେଲେ ଯେଉଁ ୧୦ ପ୍ରତିଶତ ହିଂସା ହେଉଛି ସେଥିରେ ରୋକ୍ ଲାଗିବ ବୋଲି ସେ କହିଛନ୍ତି।

West Bengal Assembly Election West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe