Advertisment

ଯେଉଁମାନେ ମୁସଲିମ ମହିଳାଙ୍କୁ ଟିକେଟ ଦେଉଛନ୍ତି ସେମାନେ ଇସଲାମ ବିରୋଧୀ: ଶବିର ଅହମ୍ମଦ ସିଦ୍ଦିକ

ଅହମ୍ମଦାବାଦ: ନିର୍ବାଚନରେ ମୁସଲିମ ମହିଳାଙ୍କୁ ଲଢ଼ିବା ପାଇଁ ଟିକେଟ  ପ୍ରଦାନ କରିବା ଇସଲାମକୁ ବିରୋଧ କରିବା ସହ ସମାନ। ଏହା କହିଛନ୍ତି ଗୁଜରାଟର ଅହମ୍ମଦାବାଦରେ ଥିବା ଜାମା ମସଜିଦର ଶାହି ଇମାମ ଶବିର ଅହମ୍ମଦ ସିଦ୍ଦିକ। ସେ କହିଛନ୍ତି ଯେ, ଯେଉଁମାନେ ମୁସଲମାନ ମହିଳାମାନଙ୍କୁ ନିର୍ବାଚନ ପାଇଁ ଟିକେଟ୍ ଦିଅନ୍ତି ସେମାନେ ଇସଲାମ ବିରୋଧୀ। ସେମାନେ ଆମ ଧର୍ମକୁ ଦୁର୍ବଳ କରୁଛନ୍ତି।  ଏଏନଆଇକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଘରେ କ’ଣ ପୁରୁଷ ନାହାନ୍ତି […]

ଅଦ୍ୟତନ ହୋଇଛି
ଯେଉଁମାନେ ମୁସଲିମ ମହିଳାଙ୍କୁ ଟିକେଟ ଦେଉଛନ୍ତି ସେମାନେ ଇସଲାମ ବିରୋଧୀ: ଶବିର ଅହମ୍ମଦ ସିଦ୍ଦିକ

679

Advertisment

ଅହମ୍ମଦାବାଦ: ନିର୍ବାଚନରେ ମୁସଲିମ ମହିଳାଙ୍କୁ ଲଢ଼ିବା ପାଇଁ ଟିକେଟ  ପ୍ରଦାନ କରିବା ଇସଲାମକୁ ବିରୋଧ କରିବା ସହ ସମାନ। ଏହା କହିଛନ୍ତି ଗୁଜରାଟର ଅହମ୍ମଦାବାଦରେ ଥିବା ଜାମା ମସଜିଦର ଶାହି ଇମାମ ଶବିର ଅହମ୍ମଦ ସିଦ୍ଦିକ। ସେ କହିଛନ୍ତି ଯେ, ଯେଉଁମାନେ ମୁସଲମାନ ମହିଳାମାନଙ୍କୁ ନିର୍ବାଚନ ପାଇଁ ଟିକେଟ୍ ଦିଅନ୍ତି ସେମାନେ ଇସଲାମ ବିରୋଧୀ। ସେମାନେ ଆମ ଧର୍ମକୁ ଦୁର୍ବଳ କରୁଛନ୍ତି।  ଏଏନଆଇକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଘରେ କ’ଣ ପୁରୁଷ ନାହାନ୍ତି ଯେ, ତୁମେ ମହିଳାଙ୍କୁ ଟିକେଟ ଦେଉଛ।

Advertisment

ଇସଲାମକୁ ଦୁର୍ବଳ କରାଯାଉଥିବା ବିଚାରାଧାରା ସମ୍ପର୍କରେ ସେ କହିଛନ୍ତି ଯେ,  ଯଦି ତୁମେ ମହିଳାଙ୍କୁ ବିଧାୟକ, ଏମପି, କାଉନସିଲର ବନାବ ତେବେ ପରିସ୍ଥିତି କଣ ହେବ ?  ହିଜାବ ମାମଲା ସମ୍ପର୍କରେ ମତ ଦେଇ ସିଦ୍ଦିକ କହିଛନ୍ତି ଯେ, ଆମେ ହିଜାବର ସୁରକ୍ଷା କରିପାରିନେ। ଆମେ ମଧ୍ୟ ଏହି ପ୍ରସଙ୍ଗରେ ନିଜ ସ୍ୱର ଠାଇବାକୁ ସକ୍ଷମ ହୋଇପାରିନେ। କାରଣ ମୁସଲିମ ମହିଳାଙ୍କ କ୍ଷେତ୍ରରେ ଇସଲାମ ଧର୍ମ ଅନୁଯାୟୀ ସୀମା ଉଲ୍ଲଂଘନ ହୋ଼ଇସାରିଲାଣି। ତେଣୁ ମହିଳାମାନେ ଯେଉଁ ଆସି ବିଧାନସଭାରେ ବସୁଛନ୍ତି, ସଂସଦରେ ବସୁଛନ୍ତି, ନିର୍ବାଚନ ପାଇଁ ଘରେ ଘରେ ପ୍ରଚାର କରୁଛନ୍ତି ସେଠି ଆମେ ହିଜାବ ମାମଲାରେ ଚୁପ୍ ବସିଛୁ।
https://twitter.com/ANI/status/1599360633669005313?s=20&t=F19IPiVOmyw-uhCVFt9EdA

ସିଦ୍ଦିକ କହିଛନ୍ତି ଯେ ଇସଲାମରେ ସବୁଠୁ ଅଧିକ ମହତ୍ୱପୂର୍ଣ୍ଣ ହେଉଛି ନମାଜ। ଆମେ ମସଜିଦ୍‌ରେ ନାମଜ ପାଠ କରୁଛେ। କିନ୍ତୁ ଇସଲାମରେ ମହିଳାଙ୍କୁ ମସଜିଦରେ ନମାଜ ପାଠ କରିବା ବାରଣ ରହିଛି। ଯଦି ମହିଳାଙ୍କୁ ଇସଲାମରେ ସର୍ବସାଧାରଣରେ ବୁଲିବା ମଞ୍ଜୁର ଥାନ୍ତା ତାଙ୍କୁ ମଧ୍ୟ ମସଜିଦରେ ପ୍ରବେଶକୁ ବାରଣ କରାଯାଇ ନଥାନ୍ତା  ତେଣୁ ଯେଉଁମାନେ ମୁସଲମି ମହିଳାଙ୍କୁ ଟିକେ ଦେଉଛନ୍ତି ସେମାନେ ଇସଲାମ ବିରୋଧୀ। ସେହିପରି ଇସଲାମରେ ମହିଳାଙ୍କ ସ୍ୱର ବି ମହିଳା। ତେଣୁ ନିର୍ବାଚନରେ ମହିଳାଙ୍କୁ ଟିକେଟ ବଣ୍ଟନ ପକ୍ଷରେ ମୁଁ ନାହିଁ। ଯଦି ଆପଣଙ୍କୁ ଲଢ଼ିବାର ଅଛି , ପୁରୁଷ ଅଛନ୍ତି ଲଢ଼ିବେ। ଯଦି ଆମ ଦେଶରେ ଆଇନ ମହିଳାଙ୍କ ସଂରକ୍ଷିତ ନେଇ ଆସିବ , ତେବେ ସେଠାରେ ବାଧ୍ୟବାଧକତା ଅଛି ବୋଲି କହିବେ। ସେ କହିଛନ୍ତି ଯେ, ଏବେ ମହିଳା ମାନଙ୍କର ଅଧିକ ପ୍ରଭାବ ଦେଖିବାକୁ ମିଳୁଛି। ତେଣୁ ଯଦି ମହିଳାଙ୍କୁ ଟିକେଟ ଦିଆଯାଏ ତେବେ ପୂରା ପରିବାର ଆୟତ୍ତକୁ ଆସିଯିବ ବୋଲି ରାଜନୈତିକ ଦଳମାନେ ଭାବୁଛନ୍ତି। ଏହାବ୍ୟତୀତ ରାଜନୈତିକ ଦଳ ଗୁଡ଼ିକର କୌଣସି ଉଦ୍ଦେଶ୍ୟ ନଥିବା ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe