Advertisment

ସୋନାଲି ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ, ମାନିଲେ ମୁଖ୍ୟମନ୍ତ୍ରୀ

ପାଣାଜୀ: ଟିକ୍‌ଟକ୍‌ ଷ୍ଟାର୍‌ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାର ହେବ ଖୁଲାସା। କାହିଁକି ଓ କେଉଁ ଉଦ୍ଦେଶ୍ୟରେ ତାଙ୍କୁ କରାଗଲା ହତ୍ୟା ସେ ନେଇ ଖୋଲତାଡ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଜେପି ନେତା ତଥା ଅଭିନେତ୍ରୀ ସୋନାଲିଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଗୋଆର ଏକ ରିସୋର୍ଟରେ ପାର୍ଟି ପରେ ସୋନାଲି ଫୋଗଟଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସୋନାଲିଙ୍କ ପରିବାର […]

ଅଦ୍ୟତନ ହୋଇଛି
ସୋନାଲି ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ, ମାନିଲେ ମୁଖ୍ୟମନ୍ତ୍ରୀ

Sonali Death Case

Advertisment

ପାଣାଜୀ: ଟିକ୍‌ଟକ୍‌ ଷ୍ଟାର୍‌ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାର ହେବ ଖୁଲାସା। କାହିଁକି ଓ କେଉଁ ଉଦ୍ଦେଶ୍ୟରେ ତାଙ୍କୁ କରାଗଲା ହତ୍ୟା ସେ ନେଇ ଖୋଲତାଡ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଜେପି ନେତା ତଥା ଅଭିନେତ୍ରୀ ସୋନାଲିଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି।

Advertisment

ଗୋଆର ଏକ ରିସୋର୍ଟରେ ପାର୍ଟି ପରେ ସୋନାଲି ଫୋଗଟଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସୋନାଲିଙ୍କ ପରିବାର ଲଗାତର ଭାବେ ସିବିଆଇ ତଦନ୍ତ ଦାବି କରୁଥିଲେ। ସମ୍ପର୍କୀୟଙ୍କ ଦାବିକୁ ହରିୟାଣା ସରକାର ସମର୍ଥନ ମଧ୍ୟ କରିଥିଲେ। ଏବେ ଗୋଆ ମୁଖ୍ୟମନ୍ତ୍ରୀ ମଧ୍ୟ ପରିବାରର ଦାବିକୁ ମାନି ନେଇଛନ୍ତି।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ସୋନାଲି ଫୋଗଟ ମାମଲାରେ ଗୋଆ ପୁଲିସର ତଦନ୍ତ ଠିକ ଭାବେ ଚାଲିଛି। ପୁଲିସକୁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ମିଳିଛି। କିନ୍ତୁ ସୋନାଲିଙ୍କ ଝିଅ ସିବିଆଇ ଦ୍ୱାରା ତାଙ୍କ ମା'ଙ୍କ ମୃତ୍ୟୁର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ଏଭଳି ପରିସ୍ଥିତିରେ ଆଜି ଆମେ ସିବିଆଇକୁ ମାମଲା ଦେବାକୁ ସୁପାରିଶ କରିଛୁ। ମୁଁ ନିଜେ ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଏହି ମାମଲାରେ ସିବିଆଇ ତଦନ୍ତ କରାଯାଉ ବୋଲି କହିଛି।'

Advertisment

ସୂଚନାଯୋଗ୍ୟ ଯେ, ସର୍ବ ଜାତୀୟ ଖାପ ମହାପଞ୍ଚାୟତ ରବିବାର ବିଜେପି ସରକାରକୁ ସେପ୍ଟେମ୍ବର ୨୩ ତାରିଖ ଭିତରେ ସୋନାଲି ମୃତ୍ୟୁ ମାମଲାର ତଦନ୍ତ ସିବିଆଇକୁ ଦେବାକୁ ଅଲ୍ଟିମେଟମ୍‌ ଦେଇଥିଲା। ହିସରାର ଜାଟ୍‌ ଧର୍ମଶାଳାରେ ମହାପଞ୍ଚାୟତ ଆୟୋଜିତ ହୋଇଥିଲା। ଏଥିରେ ସୋନାଲିଙ୍କ ଝିଅ ଯଶୋଧରା ଓ ପରିବାର ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ।

ଗୋଆର ଅଞ୍ଜୁନା ସ୍ଥିତ ହୋଟେଲ ଗ୍ରାଣ୍ଡ ଲିଅନି ରିସର୍ଟରେ ସୋନାଲି ଫୋଗଟଙ୍କ ଅଗଷ୍ଟ ୨୩ ତାରିଖରେ ମୃତ୍ୟୁ ହୋଇଥିଲା। ପ୍ରଥମେ ହୃଦ୍‌ଘାତ, ପରେ ହତ୍ୟା ଏହାପରେ ତାଙ୍କୁ ଡ୍ରଗ୍ସ ଦିଆଯାଇଥିବା କଥା ସାମ୍ନାକୁ ଆସିଥିଲା। ଏହି ମାମଲରେ ସୋନାଲିଙ୍କ ପିଏ ମୁଖ୍ୟ ଅଭିଯୁକ୍ତ ଥିବା ଗୋଆ ପୁଲିସ କହିଛି। ଏଥିସହ ସୋନାଲିଙ୍କ ପିଏ ସମେତ ୫ ଜଣଙ୍କୁ ପୁଲିସ ଗିରଫ କରିସାରିଛି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲିଛି। ପରିବାର ଲୋକେ ବାରମ୍ବାର ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe