Advertisment

ଗୋଆ କଂଗ୍ରେସକୁ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ

ପାଣାଜୀ: ତୁଟୁନି କଂଗ୍ରେସ କଳି। ଗୋଆ କଂଗ୍ରେସରେ ପୁଣି ବଢ଼ିଲା ଅଡୁଆ। ଦଳର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ କଂଗ୍ରେସର ହାତ ଛାଡି ବିଜେପିର ପଦ୍ମ ଧରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ବିଧାୟକ ଆଜି  ବାଚସ୍ପତିଙ୍କୁ ଭେଟିବା ପରେ ଏଭଳି ନିଷ୍ପତି ନେଇଛନ୍ତି। କଂଗ୍ରେସ ବିଧାୟକ ଦିଗମ୍ବର କାମତ, ମାଇକେଲ ଲୋବୋ, ଦେଲିଲା ଲୋବେ, ରାଜେଶ ଫଲଦେସାଇ, କେନାର ନାଏକ, ସକଳ୍ପ ଅମୋନକର, ଅଲେକ୍ସୋ ସିକେରା ଓ ରୁଡୋଲ୍ଡ ଫର୍ଣ୍ଣାଣ୍ଡିଜ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଗୋଆ କଂଗ୍ରେସକୁ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ

Goa Politcs

ପାଣାଜୀ: ତୁଟୁନି କଂଗ୍ରେସ କଳି। ଗୋଆ କଂଗ୍ରେସରେ ପୁଣି ବଢ଼ିଲା ଅଡୁଆ। ଦଳର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ କଂଗ୍ରେସର ହାତ ଛାଡି ବିଜେପିର ପଦ୍ମ ଧରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ବିଧାୟକ ଆଜି  ବାଚସ୍ପତିଙ୍କୁ ଭେଟିବା ପରେ ଏଭଳି ନିଷ୍ପତି ନେଇଛନ୍ତି।

Advertisment

କଂଗ୍ରେସ ବିଧାୟକ ଦିଗମ୍ବର କାମତ, ମାଇକେଲ ଲୋବୋ, ଦେଲିଲା ଲୋବେ, ରାଜେଶ ଫଲଦେସାଇ, କେନାର ନାଏକ, ସକଳ୍ପ ଅମୋନକର, ଅଲେକ୍ସୋ ସିକେରା ଓ ରୁଡୋଲ୍ଡ ଫର୍ଣ୍ଣାଣ୍ଡିଜ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏହି ସମସ୍ତ ବିଧାୟକ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଭେଟି ବିଧିବଦ୍ଧ ଭାବେ ଗେରୁଆ ଦଳରେ ମିଶିଛନ୍ତି।

ଏହା ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍‌ ତନାବଡ଼େ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ।

Advertisment

ଇତି ମଧ୍ୟରେ ବିରୋଧୀ ଦଳର ନେତା ମାଇକେଲ ଲୋବୋ କଂଗ୍ରେସ ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ କଂଗ୍ରେସ ବିଧାନସଭା ପାର୍ଟିକୁ ବିଜେପି ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହାପୂର୍ବରୁ ଜୁଲାଇରେ ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୫ଜଣଙ୍କୁ ବିଜେପିରେ ଯୋଗଦେବାକୁ ନେଇ ଆଲୋଚନା ହୋଇଥିଲା। ତେବେ କଂଗ୍ରେସ ଠିକ୍ ସମୟରେ ସକ୍ରିୟତା ଦେଖାଇ ନିଜ ବିଧାୟକଙ୍କ ମନ ପରିବର୍ତ୍ତନ କରିଦେଇଥିଲା

୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବର୍ତ୍ତମାନ ବିଜେପିର ୨୦ ଜଣ ବିଧାୟକ ଅଛନ୍ତି। ସେହିପରି କଂଗ୍ରେସର ମାତ୍ର ୧୧ ଜଣ ବିଧାୟକ ଅଛନ୍ତି। ଏହାବ୍ୟତୀତ ମହାରାଷ୍ଟ୍ରୱାଡି ଗୋମନ୍ତକ ଦଳର ଦୁଇ ଜଣ ଓ ଗୋଆ ପରୱାର୍ଡ ପାର୍ଟିର ଜଣେ ବିଧାୟକ ଅଛନ୍ତି। ସେହିପରି ୬ ଜଣ ଅନ୍ୟ ବିଧାୟକ ଅଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେବା ପରେ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୩ରେ ପହଞ୍ଚି ଯାଇଛି । ଆଉ ବିଜେପି ବିଧାୟକଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି।