Advertisment

ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା, ଗରିବଙ୍କୁ ଦିଆଯିବ ମାସିକ ୬ହଜାର ଟଙ୍କା

ପାଣାଜି: ଗୋଆ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ଏହାରି ଭିତରେ ପୂର୍ବତନ କଂଗ୍ରେସ ସଭାପତି ତଥା ଦଳର ଟାଣୁଆ ନେତା ରାହୁଲ ଗାନ୍ଧି ଗୋଆ ଗସ୍ତରେ ଅଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଏକ ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରି ରାହୁଲ ଶାସକ ତଥା ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ କରିଛନ୍ତି। ଏହାସହ ରାହୁଲ ଗୋଆବାସୀଙ୍କୁ ବଡ଼ ବଡ଼ ପ୍ରତିଶୃତି ଦେଇଛନ୍ତି। ରାହୁଲ୍ କହିଛନ୍ତି, ଗୋଆର ଲୋକଙ୍କ ପାଇଁ ଆମେ ‘ନ୍ୟାୟ ସ୍କିମ୍’ ଆଣିବୁ। ଏହି […]

ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା, ଗରିବଙ୍କୁ ଦିଆଯିବ ମାସିକ ୬ହଜାର ଟଙ୍କା

rahul-gandhi

Advertisment

ପାଣାଜି: ଗୋଆ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ଏହାରି ଭିତରେ ପୂର୍ବତନ କଂଗ୍ରେସ ସଭାପତି ତଥା ଦଳର ଟାଣୁଆ ନେତା ରାହୁଲ ଗାନ୍ଧି ଗୋଆ ଗସ୍ତରେ ଅଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଏକ ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରି ରାହୁଲ ଶାସକ ତଥା ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ କରିଛନ୍ତି। ଏହାସହ ରାହୁଲ ଗୋଆବାସୀଙ୍କୁ ବଡ଼ ବଡ଼ ପ୍ରତିଶୃତି ଦେଇଛନ୍ତି।

Advertisment

ରାହୁଲ୍ କହିଛନ୍ତି, ଗୋଆର ଲୋକଙ୍କ ପାଇଁ ଆମେ 'ନ୍ୟାୟ ସ୍କିମ୍' ଆଣିବୁ। ଏହି ସ୍କିମ୍ ଆଧାରରେ ଆମେ ପ୍ରତି ମାସରେ ଗୋଆର ସବୁଠାରୁ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାସିକ ୬ହଜାର ଟଙ୍କା ପଠାଇବୁ। ଅର୍ଥାତ୍ ବାର୍ଷିକ ବ୍ୟାଙ୍କ ଆକାଉଣ୍ଟରେ ୭୨,୦୦୦ ଟଙ୍କା ଦିଆଯିବ।

ରାହୁଲ ଗାନ୍ଧି କହିଛନ୍ତି, ପର୍ଯ୍ୟଟନ, କରୋନା ଏବଂ ରୋଜଗାରରେ ବିଜେପି ସରକାର ବିଫଳ ରହିଛି। ଦଳବଦଳ କରୁଥିବା ଲୋକଙ୍କୁ ଆମେ ଟିକେଟ୍ ଦେଉନାହୁଁ। ଏଥର ଆମେ ନୂଆ ଲୋକଙ୍କୁ ଟିକେଟ୍ ଦେଇଛୁ। ଗୋଆରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବ। ଏହା କେବଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢ଼େଇ, ତେଣୁ ଭୋଟ୍ ନଷ୍ଟ କରନ୍ତୁ ନାହିଁ। ରୋଜଗାର ସୃଷ୍ଟି ଉପରେ ଆମର ସମ୍ପୂର୍ଣ୍ଣ ଫୋକସ୍ ରହିବ। ଚାକିରି କିପରି ସୃଷ୍ଟି କରାଯିବ, ତାହା ଆମେ ଜାଣୁ। କଂଗ୍ରେସ ଦଳ ଏହାକୁ ବୁଝେ। ଆମେ ମଧ୍ୟ ଏହା କରିକି ଦେଖାଇ ସାରିଛୁ। ଆଉ ଆମେ ପୁଣିଥରେ ଆପଣଙ୍କୁ କରିକି ଦେଖାଇବୁ ବୋଲି ରାହୁଲ୍ କହିଛନ୍ତି।

Advertisment

ରାହୁଲ ଗାନ୍ଧୀ କହିଛନ୍ତି, 'ଏଥର କଂଗ୍ରେସ ଦଳ ନିଷ୍ପତ୍ତି ନେଇଛି ଯେ ଯେଉଁମାନେ ଧୋକା ଦେଇଛନ୍ତି, ସେମାନଙ୍କୁ ଆମେ ଟିକେଟ୍ ଦେବୁ ନାହିଁ। ଏଥର ଆମେ ନୂଆ ଲୋକଙ୍କୁ ଟିକେଟ୍ ଦେଇଛୁ। କଂଗ୍ରେସ ଦଳ ଗୋଆରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବାକୁ ଯାଉଛି ବୋଲି ରାହୁଲ କହିଛନ୍ତି।

ନିକଟରେ ଏକ ତଥ୍ୟରୁ ଜଣାପଡ଼ିଥିଲା ଯେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଗୋଆରେ ପ୍ରାୟ ୨୪ ଜଣ ବିଧାୟକ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଇଥିଲେ। ଯାହା ୪୦ ଜଣିଆ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ମଧ୍ୟରୁ ୬୦ ପ୍ରତିଶତ। 'ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍' (ADR)ର ରିପୋର୍ଟରେ ଏହି ସୂଚନା ପ୍ରକାଶ ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe