Advertisment

ବର୍ଷକୁ ମାଗଣାରେ ମିଳିବ ୩ଟି ଗ୍ୟାସ ସିଲିଣ୍ଡର

ପାଣାଜୀ: ଏଣିକି ବର୍ଷକୁ ମାଗଣାରେ ମିଳିବ ୩ଟି ଗ୍ୟାସ୍‌ ସିଲିଣ୍ଡର। ପ୍ରତି ପରିବାର ପିଛା ବର୍ଷକୁ ଏହି ମାଗଣା ସିଲିଣ୍ଡର ମିଳିବ। ଦେଶରେ ଦିନକୁ ଦିନ ରୋଷେଇ ଗ୍ୟାସ୍‌ ଦର ଅହେତୁକ ବୃଦ୍ଧି ପାଉଛି। ଦର ବୃଦ୍ଧିକୁ ନେଇ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୋଆ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଏଭଳି ଫ୍ରି ଗ୍ୟାସ୍‌ ସିଲିଣ୍ଡର ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ ମାସରୁ ଏହି ଫ୍ରି ଗ୍ୟାସ୍‌ ସିଲିଣ୍ଡର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଖାଉଟିଙ୍କ ଉପରେ ମହଙ୍ଗା ଛାଟ, ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର

gas-cylinder

ପାଣାଜୀ: ଏଣିକି ବର୍ଷକୁ ମାଗଣାରେ ମିଳିବ ୩ଟି ଗ୍ୟାସ୍‌ ସିଲିଣ୍ଡର। ପ୍ରତି ପରିବାର ପିଛା ବର୍ଷକୁ ଏହି ମାଗଣା ସିଲିଣ୍ଡର ମିଳିବ। ଦେଶରେ ଦିନକୁ ଦିନ ରୋଷେଇ ଗ୍ୟାସ୍‌ ଦର ଅହେତୁକ ବୃଦ୍ଧି ପାଉଛି। ଦର ବୃଦ୍ଧିକୁ ନେଇ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୋଆ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଏଭଳି ଫ୍ରି ଗ୍ୟାସ୍‌ ସିଲିଣ୍ଡର ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ ମାସରୁ ଏହି ଫ୍ରି ଗ୍ୟାସ୍‌ ସିଲିଣ୍ଡର ପାଇବେ ଗୋଆବାସୀ।

Advertisment

ଗୋଆ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ରାଜ୍ୟର ପ୍ରତିଟି ପରିବାରକୁ ବାର୍ଷିକ ୩ ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ। ସୋମବାର ଦିନ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଶପଥ ନେବାପରେ ଏଭଳି ଘୋଷଣା କରିଛନ୍ତି। ସୂଚନା ମୁତାବକ, ରାଜ୍ୟ ବିଜେପି ତରଫରୁ ବିଧାନସଭା ନିର୍ବାଚନ ବେଳେ ରାଜ୍ୟବାସୀଙ୍କୁ ବାର୍ଷିକ ୩ ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ଏହି ପ୍ରତିଶ୍ରୁତିକୁ ଗୋଆ ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି।

ସୋମବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ଶପଥ ନେବା ପରେ ପ୍ରମୋଦ ସାୱନ୍ତ ଏକ ଟ୍ୱିଟ କରିଛନ୍ତି। ସେ କହିଛନ୍ତି ଶପଥ ନେବା ପରେ ପ୍ରଥମ ବୈଠକରେ ବିଜେପି ନିର୍ବାଚନ ବେଳେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି (ମାଗଣା ଗ୍ୟାସ ସିଲିଣ୍ଡର) ପୂରଣ କରିବା ଦିଗରେ ପଦକ୍ଷେପ ନେଇଛି।

Advertisment

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ରେ ଗୋଆ ମୁଖ୍ୟମନ୍ତ୍ରୀ ଥିବା ମନୋହର ପାରିକରଙ୍କ ଦେହାନ୍ତ ପରେ ଦଳ ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା। ହେଲେ ଚଳିତ ବିଧାନସଭା ନିର୍ବାଚନରେ ଦଳ ପ୍ରମୋଦ ସାୱନ୍ତଙ୍କ ନେତୃତ୍ୱରେ ନିର୍ବାଚନ ଲଢି ରାଜ୍ୟରେ ଏକ ବଡ ଦଳ ଭାବେ ଉଭା ହୋଇଛି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିକୁ ୨୦ଟି ଆସନ ଅକ୍ତିଆର କରିଛି।