Advertisment

କରୋନାକୁ ରୋକିବ ଏହି ଔଷଧ, ୫ଟି ଟ୍ୟାବଲେଟ ଖାଇବାକୁ ପରାମର୍ଶ

ପାଣାଜୀ: ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ଆଶ୍ୱସ୍ତ କରିବା ଭଳି ଖବର ମିଳିଛି। ଦେଶର ପ୍ରଥମ ରାଜ୍ୟ ଭାବେ ଗୋଆ ସରକାର ଲୋକଙ୍କୁ ସମସ୍ତ ପ୍ରକାରର ଭାଇରାଲ ଜ୍ୱର ଓ କରୋନାରୁ ରକ୍ଷା କରିବା ପାଇଁ ନିଜର ଚିକିତ୍ସା ପ୍ରୋଟୋକଲ ବଦଳାଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ଆଇଭେରମେକଟିନ୍‌(Ivermectin) ଔଧର ୫ଟି ଲେଖାଏ ଟ୍ୟାବଲେଟ ଖାଇବାକୁ ପରାମର୍ଶ ଦେଇଛନ୍ତି। କରୋନା ଭଳି ଘାତକ ଜ୍ୱରକୁ ରୋକିବା ସହ […]

author-image
Hemant Lenka
ଅଦ୍ୟତନ ହୋଇଛି
କରୋନାକୁ ରୋକିବ ଏହି ଔଷଧ, ୫ଟି ଟ୍ୟାବଲେଟ ଖାଇବାକୁ ପରାମର୍ଶ

Corona

ପାଣାଜୀ: ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ଆଶ୍ୱସ୍ତ କରିବା ଭଳି ଖବର ମିଳିଛି। ଦେଶର ପ୍ରଥମ ରାଜ୍ୟ ଭାବେ ଗୋଆ ସରକାର ଲୋକଙ୍କୁ ସମସ୍ତ ପ୍ରକାରର ଭାଇରାଲ ଜ୍ୱର ଓ କରୋନାରୁ ରକ୍ଷା କରିବା ପାଇଁ ନିଜର ଚିକିତ୍ସା ପ୍ରୋଟୋକଲ ବଦଳାଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ଆଇଭେରମେକଟିନ୍‌(Ivermectin) ଔଧର ୫ଟି ଲେଖାଏ ଟ୍ୟାବଲେଟ ଖାଇବାକୁ ପରାମର୍ଶ ଦେଇଛନ୍ତି। କରୋନା ଭଳି ଘାତକ ଜ୍ୱରକୁ ରୋକିବା ସହ ଲୋକଙ୍କୁ ଆରୋଗ୍ୟ କରିବ ବୋଲି ସରକାର କହିଛନ୍ତି।

Advertisment

ଗୋଆର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ କହିଛନ୍ତି, ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଇଭେରମେକଟିନ୍‌ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ନାଗରିକ ଖାଇପାରିବେ। ସେମାନଙ୍କ ଶରୀରରେ କରୋନା ଲକ୍ଷଣ ଥାଉ କି ନଥାଉ ଏହି ଔଷଧକୁ ସମସ୍ତେ ଖାଇପାରିବେ।

ଆମେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଏହାକୁ ବ୍ୟବହାର କରିବାକୁ ଅନୁମତି ଦେଇଛୁ। ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ରୋଗୀଙ୍କୁ ଆଇଭେରମେକଟିନ୍‌ ଟ୍ୟାବଲେଟ ଦିଆଯିବ। ଲୋକଙ୍କ ଆବଶ୍ୟକ ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣରେ ଏହାକୁ ଉପଲବ୍ଧ କରାଯିବ ବୋଲି ସେ କହିଛନ୍ତି।

Advertisment

ସେ କହିଛନ୍ତି, ୧୨ଏମଜିର ଆଇଭେରମେକଟିନ୍‌ ୫ ଦିନ ପାଇଁ ଜଣେ ରୋଗୀଙ୍କୁ ଦିଆଯିବ। ବ୍ରିଟେନ, ଜାପାନ, ଇଟାଲୀ, ସ୍ପେନର ବିଶେଷଜ୍ଞମାନେ ଏହି ଔଷଧ କରୋନା ବିରୋଧରେ ଜବରଦସ୍ତ ଫାଇଦା ଦେଉଥିବା କହିଛନ୍ତି। ଏହି ଔଷଧ ଦ୍ୱାରା ମୃତ୍ୟୁହାର କମିବା ସହ ଜଣେ ଆକ୍ରାନ୍ତ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି।

ଲୋକଙ୍କ ଶରୀରରୁ ସଂକ୍ରମଣ ଜନିତ ଭାଇରସ ମଧ୍ୟ ଶୀଘ୍ର ଦୂରେଇ ଯାଉଛି। ଗୋଆ ଏବେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ପ୍ରୋଟୋକଲ ଆପଣାଇବାରେ ପ୍ରଥମ ରାଜ୍ୟ ହୋଇଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ ବୈଠକ କରିବା ପରେ ଆଇଭେରମେକଟିନ ଔଷଧକୁ ବ୍ୟବହାର କରିବାକୁ ଅନୁମତି ମିଳିଛି।

ତେବେ ଏହି ଔଷଧ ଖାଇଲେ ଯେ ଜଣେ ସଂକ୍ରମିତ ହେବ ନାହିଁ, ତାହା ଭାବିବା ଭୁଲ। ଏହା କେବଳ କରୋନାର ଭୟାବହତାକୁ ଅନେକାଂଶରେ ହ୍ରାସ କରିପାରିବ ବୋଲି ସେ କହିଛନ୍ତି।

Covid Vaccine Goa