Gold-Mask
ନୂଆଦିଲ୍ଲୀ: ମହାମାରୀ କରୋନାରୁ ବର୍ତ୍ତିବା ପାଇଁ ମାସ୍କ ହିଁ ପ୍ରମୁଖ ଅସ୍ତ୍ର। ଘରୁ ବାହାରିବା ମାତ୍ରେ ଲୋକମାନେ ମନେପକାଇ ମାସ୍କ ପିନ୍ଧି ବାହାରକୁ ଯାଉଛନ୍ତି। ଏସବୁ ଭିତରେ ଏବେ କିଛି ଲୋକଙ୍କ ପାଇଁ ଫ୍ୟାଶନ ଟ୍ରେଣ୍ଡ ମଧ୍ୟ ହୋଇଗଲାଣି। ଲୋକମାନେ ନିଜ ପୋଷାକକୁ ମ୍ୟାଚ କରିବା ଭଳି ମାସ୍କ ପିନ୍ଧିବାରେ ଲାଗିଛନ୍ତି।
କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ମାସ୍କ କଥା କହିବୁ, ତାହା ଶୁଣିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। କାରଣ ଆମେ ଆଜି ଆପଣମାନଙ୍କୁ ସୁନାର ମାସ୍କ ସମ୍ପର୍କରେ କହିବାକୁ ଯାଉଛୁ। ଉତ୍ତର ପ୍ରଦେଶର କାନପୁରରେ ବେଶ ଜଣାଶୁଣା ଗୋଲ୍ଡେନ ବାବା କରୋନାରୁ ବର୍ତ୍ତିବା ପାଇଁ ସୁନାର ମାସ୍କ ତିଆରି କରିଛନ୍ତି।
ଏହାକୁ ପିନ୍ଧି ସେ ବାହାରକୁ ମଧ୍ୟ ଯାଉଛନ୍ତି। ଏହାକୁ ପିନ୍ଧିଲେ କେବେ ହେଲେ କରୋନା ହେବନି ବାବା ଦାବି କରିଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
କାନପୁରରେ ରହୁଥିବା ଏହି ଗୋଲ୍ଡେନ ବାବାଙ୍କ ନାଁ ମନୋଜ ସେନଗର। ହେଲେ ତାଙ୍କୁ ମନୋଜାନନ୍ଦ ମହାରାଜ ଭାବେ ସମସ୍ତେ ଜାଣନ୍ତି। ସେ ପିନ୍ଧୁଥିବା ମାସ୍କ ସୁନାରେ ତିଆରି ହୋଇଥିବା ବେଳେ ଏହାର ଦାମ ୫ ଲକ୍ଷ ଟଙ୍କା ରହିଛି।
ଏହି ସୁନା ମାସ୍କ ପିନ୍ଧିବା ପଛର କାରଣ ମଧ୍ୟ ଗୋଲ୍ଡେନ ବାବା କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ମାସ୍କ ଭିତରେ ଗୋଟିଏ ସାନିଟାଇଜ ଲେୟାର ଅଛି। ଏହା ୩୬ ମାସ ଯାଏ କାମ କରିବ। ସେ ଏହି ମାସ୍କର ନାଁ ‘ଶିବ ଶରଣ ମାସ୍କ’ ଭାବେ ନାମିତ କରିଛନ୍ତି।
ସେ କହିଛନ୍ତି, “କରୋନାର ଦ୍ୱିତୀୟ ଲହର ବେଶ ଘାତକ ରହିଥିଲା। ଅଧିକାଂଶ ଲୋକ ଠିକ ଭାବେ ମାସ୍କ ପିନ୍ଧୁ ନାହାନ୍ତି। ଏହି ମାସ୍କ ତ୍ରିସ୍ତରୀୟ ଓ ଏହା ସାନିଟାଇଜ ହୋଇଛି। ଏହି ମାସ୍କ ୩ ବର୍ଷ ଯାଏ ଠିକ୍ ଭାବେ କାମ କରିବ। ଏହାକୁ ପିନ୍ଧିଲେ କେବେ ହେଲେ କରୋନା ହେବନି ବୋଲି ସେ କହିଛନ୍ତି।
ମନୋଜ ସେନଗରଙ୍କ ପାଖରେ ପ୍ରଚୁର ପରିମାଣର ସୁନା ରହିଛି। ଏହି କାରଣରୁ ସେ ଗୋଲ୍ଡେନ ବାବା ଭାବେ ପରିଚିତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/Gold-Mask.jpg)