Advertisment

ଓଟିଟି ଫ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମ ପାଇଁ ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ: ସୋଶାଲ ମିଡିଆ ଓ ଷ୍ଟ୍ରିମିଂ ପ୍ଲାଟଫର୍ମ ପାଇଁ ଆଜି କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଅନେକ ସମୟରେ ଓଟିଟି ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଥିବାରୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଉଭୟ ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ସ୍ୱତନ୍ତ୍ର ଭାବେ ନିୟମ ନିର୍ଦ୍ଧାରଣ କରାଯାଇଛି। ଡିଜିଟାଲ୍‌ ବା ସୋଶାଲ ମିଡିଆର ଗାଇଡଲାଇନ ଜାରି କରି କେନ୍ଦ୍ର ସୂଚନା ଓ […]

ଅଦ୍ୟତନ ହୋଇଛି
ଓଟିଟି ଫ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମ ପାଇଁ ଜାରି ହେଲା ଗାଇଡଲାଇନ

OTT

Advertisment

ନୂଆଦିଲ୍ଲୀ: ସୋଶାଲ ମିଡିଆ ଓ ଷ୍ଟ୍ରିମିଂ ପ୍ଲାଟଫର୍ମ ପାଇଁ ଆଜି କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଅନେକ ସମୟରେ ଓଟିଟି ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଥିବାରୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଉଭୟ ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ସ୍ୱତନ୍ତ୍ର ଭାବେ ନିୟମ ନିର୍ଦ୍ଧାରଣ କରାଯାଇଛି।

Advertisment

ଡିଜିଟାଲ୍‌ ବା ସୋଶାଲ ମିଡିଆର ଗାଇଡଲାଇନ ଜାରି କରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ଲୋକଙ୍କୁ ସେବା ଯୋଗାଉଥିବା ସବୁ ସଂସ୍ଥା ନିଜ ପାଖରେ ଅଭିଯୋଗ ପ୍ରକୋଷ୍ଠ ପ୍ରତିଷ୍ଠା କରିବେ। ଭାରତର ଅଖଣ୍ଡତା, ସାର୍ବଭୌମତ୍ୱ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଷୟବସ୍ତୁକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏହା ଉପରେ ନଜର ରଖିବା ପାଇଁ ଏକାଧିକ ମନ୍ତ୍ରଣାଳୟ ଓ ଏଥିକ୍ସ କୋଡ୍‌ର ବ୍ୟବସ୍ଥା କରାଯିବ।

ଅଭିଯୋଗ ଆସିବାର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତି ଡିଜିଟାଲ ମିଡିଆ ପ୍ଲାଟଫର୍ମ ଏହାକୁ ଗ୍ରହଣ କରିବାକୁ ବାଧ୍ୟ। ସେହିପରି ୧୫ ଦିନ ମଧ୍ୟରେ ସଂପୃକ୍ତ ସଂସ୍ଥାର ବିଷୟ ବସ୍ତୁ ବିରୋଧରେ ଆସିଥିବା ଅଭିଯୋଗକୁ ସମାଧାନ କରି ଏ ବିଷୟରେ ଘୋଷଣା କରିବାକୁ ହେବ। ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀ, ନୋଡାଲ କଣ୍ଟାକ୍ଟ ଅଧିକାରୀ ଓ ସ୍ଥାନୀୟ ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀଙ୍କ ନାଁ ମଧ୍ୟ ପ୍ରକାଶ କରିବା ବାଧ୍ୟତାମୂଳକ।

Advertisment

ଯଦି କୌଣସି ସନ୍ଦିଗ୍ଧ ଟ୍ୱିଟ କିମ୍ବା ମେସେଜ ବିଷୟରେ ଖବର ପ୍ରକାଶ କରାଯାଉଛି, ତା’ହେଲେ ଏହାର ମୂଳ ଉତ୍ପତ୍ତି ବା ସ୍ରଷ୍ଟାଙ୍କ ବିଷୟରେ ଜଣାଇବାକୁ ପଡ଼ିବ। ସେହିପରି ଜାତୀୟ ସୁରକ୍ଷାପ୍ରତି ବିପଦ ସୃଷ୍ଟି କରିବା ଭଳି ଖବର ପ୍ରକାଶ କରିବା ବେଳେ ସୂତ୍ର କରିବାକୁ ପଡ଼ିବ। କୌଣସି ଆପତ୍ତିଜନକ କଣ୍ଟେଣ୍ଟ ଥିଲେ ଏହାକୁ ୨୪ ଘଣ୍ଟା ମଧ୍ୟରେ ଅପସାରଣ କରାଯିବ। ଆସନ୍ତା ୩ ମାସ ମଧ୍ୟରେ ନୂଆ ଗାଇଡଲାଇନକୁ କାର୍ଯ୍ୟକାରୀ କରାଯିବ।

ଡିଜିଟାଲ ନ୍ୟୁଜ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ସେମାନଙ୍କ ତଥ୍ୟ ସାର୍ବଜନୀନ କରିବେ। ପଞ୍ଜୀକରଣ ବାଧ୍ୟତାମୂଳକ ନଥିଲେ ମଧ୍ୟ ସେମାନେ ସବୁ ତଥ୍ୟ ଦେବାକୁ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଓଟିଟି ପ୍ଲାଟଫର୍ମ ପାଇଁ ସରକାର ୩ ଥାକିଆ ଯାଞ୍ଚ ବ୍ୟବସ୍ଥା କରାଯାଇଛି।  ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଓଟିଟି ଫ୍ଲାଟଫର୍ମ ସୂଚନା ମନ୍ତ୍ରଣାଳୟ ଅଧୀନକୁ ଆସିବ। ସେହିପରି ସର୍ଭିସ ପ୍ରୋଭାଇଡର ସେଲଫ କ୍ଲାସିଫିକେସ୍‌ ବ୍ୟବସ୍ଥା ମଧ୍ୟ କରିବେ।

ଚାଇଲ୍‌ଡ୍‌ ଲକ୍‌ ସିଷ୍ଟମ ଓ ବୟସ ଭେରିଫିକେସ୍‌ର ବ୍ୟବସ୍ଥା ରହିବ। ଆପତ୍ତିଜନକ ଦୃଶ୍ୟ ଯେମିତି ଛୋଟ ପିଲା ଦେଖିପାରିବେ ନାହିଁ, ସେଥିଲାଗି ସର୍ଭିସ ପ୍ରୋଭାଇଡର ସ୍ୱତନ୍ତ୍ର ବ୍ୟବସ୍ଥା କରିବେ। ଯଦି ଓଟିଟି ପ୍ଲାଟଫର୍ମରେ କୌଣସି ଆପତ୍ତି ବା ଭୁଲ ଦୃଶ୍ୟ ପ୍ରସାରଣ କରାଯାଏ, ତା’ହେଲେ ଟିଭି ଭଳି ସେଥିରେ ମଧ୍ୟ ଦେଶବାସୀଙ୍କୁ ସଂପୃକ୍ତ ସଂସ୍ଥା କ୍ଷମା ମାଗିବେ। ଓଟିଟି ଫ୍ଲାଟଫର୍ମ ସେଲଫ ରେଗୁଲେଟିଂ ସଂସ୍ଥା ପ୍ରତିଷ୍ଠା କରିବେ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ କିମ୍ବା ଏହି ବର୍ଗର ଜଣେ ପ୍ରଖ୍ୟାତ ଲୋକଙ୍କୁ ଏହାର ମୁଖ୍ୟ ଭାବେ ନିଯୁକ୍ତ କରିବେ।

ଏହି ନିୟମ ଡିଜିଟାଲ ନ୍ୟୁଜ ପ୍ଲାଟଫର୍ମ, ସୋଶାଲ ମିଡିଆ ପ୍ଲାଟଫର୍ମ ଏବଂ ଓଟିଟି ଷ୍ଟ୍ରିମିଂ ସର୍ଭିସ ପାଇଁ ଲାଗୁ ହେବ। ଏସବୁ ଉପରେ ସରକାରଙ୍କ ନଜର ରହିବ ବୋଲି ଜାଭଡେକର କରିଛନ୍ତି।

ରବିଶଙ୍କର ପ୍ରସାଦ କହିଛନ୍ତି, ସରକାର ସବୁବେଳେ ଗଠନମୂଳକ ସମାଲୋଚନାକୁ ସହ୍ୟ କରୁଛନ୍ତି। ହେଲେ ସୋଶାଲ ମିଡିଆକୁ ଅପବ୍ୟବହାର କରିବାକୁ ଦିଆଯିବ ନାହିଁ। ସୋଶାଲ ମିଡିଆରେ ଏମିତି ବିଷୟବସ୍ତୁ ଓ ଛବି ପ୍ରକାଶ କରାଯାଉଛି ଯେ ଯାହା କେବେ ହେଲେ ଗ୍ରହଣୀୟ ନୁହେଁ। ସୋଶାଲ ମିଡିଆ ଜରିଆରେ ଭାରତ ବାହାରରୁ ଦେଶ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି। ତେଣୁ ଏହା ଉପରେ ନିୟନ୍ତ୍ରଣ ରଖିବା ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗଣମାଧ୍ୟମର ସ୍ୱାଧୀନତା ରହିଛି। ହେଲେ ଗଣମାଧ୍ୟମ ମଧ୍ୟ ଉପଯୁକ୍ତ ସଂଯମତା ରଖି କରି ଖବର ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe