School Student
ଲକ୍ଷ୍ନୌ: ଏଣିକି ଛାତ୍ରଛାତ୍ରୀଙ୍କୁ ମିଳିବ ଟଙ୍କା । ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର। ୟୁନିଫର୍ମ, ବ୍ୟାଗ୍ ଓ ଜୋତା କିଣିବା ପାଇଁ ମିଳିବ ୧୧୦୦ ଟଙ୍କା। ଏହି ଟଙ୍କା ଉତ୍ତରପ୍ରେଦଶ ସରକାର ଦେବେ।
ସରକାରୀ ସ୍କୁଲରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଇଁ ଏଭଳି ସୁବିଧା ଘୋଷଣା କରିଛନ୍ତି ଯୋଗୀ ସରକାର। ପ୍ରତିବର୍ଷ ସ୍କୁଲ ବ୍ୟାଗ୍, ୟୁନିଫର୍ମ ଓ ଜୋତା ମିଳିବାରେ ଛାତ୍ରଛାତ୍ରୀଙ୍କୁ ବିଳମ୍ବ ହେଉଛି। ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ୟୁପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ସରକାରୀ ବୟାନ ଅନୁସାରେ, ଗଣଶିକ୍ଷା ବିଭାଗ ଦ୍ୱାରା ୟୁନିଫର୍ମ, ସ୍କୁଲ ବ୍ୟାଗ୍ ଓ ଜୋତା ପାଇଁ ଏକ ନିର୍ଦ୍ଦିଷ୍ଟ ରାଶି ଲାଭାର୍ଥୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ । ଏହି ପ୍ରସ୍ତାବକୁ ଏବେ କ୍ୟାବିନେଟକୁ ପଠାଯାଇଛି । ପ୍ରସ୍ତାବ ଅନୁସାରେ, ୟୁନିଫର୍ମ ପାଇଁ ୬୦୦ ଟଙ୍କା, ସ୍କୁଲ ବ୍ୟାଗ, ସ୍ୱେଟର, ଜୋତା ଓ ମୋଜା ପାଇଁ ୫୦୦ ଟଙ୍କା ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ପ୍ରତିବର୍ଷ ୧.୬ କୋଟି ଛାତ୍ରଙ୍କୁ ମାଗଣାରେ ସ୍କୁଲ ୟୁନିଫର୍ମ, ବ୍ୟାଗ୍ ଆଦି ସୁବିଧା ମିଳିଥାଏ । କିନ୍ତୁ ଏହି ସବୁ ଜିନିଷ ମିଳିବାରେ ସରକାରଙ୍କ ପାଖରୁ ବିଳମ୍ବିତ ହେଉଥିବା ନେଇ ଅନେକ ଅଭିଯୋଗ ଆସିଛି । ଏବେ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଯୋଗୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/School-Student.jpg)